ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ପ୍ରଥମ ଫଟୋ ଶେୟାର କଲେ ନତାଶା
ନୂଆଦିଲ୍ଲୀ,୧୯।୭: ଭାରତୀୟ କ୍ରିକଟେର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନାତାଶା ଷ୍ଟାନକୋଭିକ ପାରସ୍ପରିକ ସହମତିରେ ଅଲଗା ହୋଇଛନ୍ତି। ଜୁଲାଇ ୧୮ରେ, ଏହି ଦମ୍ପତି ସେମାନଙ୍କ ଛାଡପତ୍ର ହେବା ଘୋଷଣା କରିଥିଲେ। ଏହି ଦମ୍ପତି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଦୁହେଁ ପୁଅ ଅଗସ୍ତ୍ୟଙ୍କୁ ଏକାଠି ପାଳନ ପୋଷଣ କରିବେ। ଛାଡପତ୍ର ପୂର୍ବରୁ ମଧ୍ୟ ନତାଶା ହାର୍ଦ୍ଦିକଙ୍କ ଘରୁ ଯାଇ ସର୍ଭିଆରେ ଥିବା ତାଙ୍କ ଘରକୁ ଯାଇଥିଲେ। ତାଙ୍କ ପୁଅ ଅଗସ୍ତ୍ୟଙ୍କୁ ମଧ୍ୟ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। […] The post ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ପ୍ରଥମ ଫଟୋ ଶେୟାର କଲେ ନତାଶା appeared first on Dharitri Odia News.
ନୂଆଦିଲ୍ଲୀ,୧୯।୭: ଭାରତୀୟ କ୍ରିକଟେର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନାତାଶା ଷ୍ଟାନକୋଭିକ ପାରସ୍ପରିକ ସହମତିରେ ଅଲଗା ହୋଇଛନ୍ତି। ଜୁଲାଇ ୧୮ରେ, ଏହି ଦମ୍ପତି ସେମାନଙ୍କ ଛାଡପତ୍ର ହେବା ଘୋଷଣା କରିଥିଲେ। ଏହି ଦମ୍ପତି ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ କହିଛନ୍ତି ଯେ ଦୁହେଁ ପୁଅ ଅଗସ୍ତ୍ୟଙ୍କୁ ଏକାଠି ପାଳନ ପୋଷଣ କରିବେ। ଛାଡପତ୍ର ପୂର୍ବରୁ ମଧ୍ୟ ନତାଶା ହାର୍ଦ୍ଦିକଙ୍କ ଘରୁ ଯାଇ ସର୍ଭିଆରେ ଥିବା ତାଙ୍କ ଘରକୁ ଯାଇଥିଲେ। ତାଙ୍କ ପୁଅ ଅଗସ୍ତ୍ୟଙ୍କୁ ମଧ୍ୟ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା। ସର୍ଭିଆରେ ପହଞ୍ଚିବା ପରେ ନତାଶା ହାର୍ଦ୍ଦିକଙ୍କ ସହ ଛାଡପତ୍ର ଘୋଷଣା କରିଥିଲେ। ଏବେ ଛାଡପତ୍ର ପରେ ସେ ପୁଣି ଏକ ପୋଷ୍ଟ ଶେୟାର କରିଛନ୍ତି।
ଶୁକ୍ରବାର ଅପରାହ୍ନରେ ନତାଶା ଷ୍ଟାନକୋଭିକ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ପୁଅ ଅଗସ୍ତ୍ୟଙ୍କ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ, ମଡେଲ ତାଙ୍କ ୩ ବର୍ଷର ପୁଅ ସହିତ ସମୟ ଅତିବାହିତ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ତାଙ୍କ ପୁଅ ଘରର ବଗିଚାରେ ବୁଦା ମୂଳେ କ’ଣ ଖୋଜୁଥିବା ଦେଖିବାକୁ ମିଳୁଛି।
ସୂଚନାଯୋଗ୍ୟ, ନତାଶା ଷ୍ଟାନକୋଭିକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ମେ ୨୦୨୦ରେ ବିବାହ କରିଥିଲେ। ଫେବୃଆରୀ ୨୦୨୩ରେ ହିନ୍ଦୁ ଏବଂ ଖ୍ରୀଷ୍ଟିଆନ ରୀତିନୀତି ଅନୁଯାୟୀ ଏହି ଦମ୍ପତି ବିବାହ କରିଥିଲେ। ତେବେ ସେମାନଙ୍କ ବିବାହ କେବଳ ୪ବର୍ଷ ପର୍ଯ୍ୟନ୍ତ ଚାଲିଥିଲା। ଛାଡପତ୍ର ନେଇ ବର୍ତ୍ତମାନ ଏହି ଦମ୍ପତି ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ସୂଚନା ଅନୁଯାୟୀ, ବିବାହ ପୂର୍ବରୁ ମଧ୍ୟ ନତାଶା ଗର୍ଭବତୀ ହୋଇଥିଲେ। ତେବେ ବିବାହ ପରେ ଏହି ଦମ୍ପତି ନିଜ ପିଲାକୁ ସ୍ବାଗତ କରିଥିଲେ।
The post ହାର୍ଦ୍ଦିକଙ୍କଠାରୁ ଅଲଗା ହେବା ପରେ ପ୍ରଥମ ଫଟୋ ଶେୟାର କଲେ ନତାଶା appeared first on Dharitri Odia News.