ହିଜବୁଲ୍ଲା ଉତ୍ତରାଧିକାରୀର ଖେଳ ଶେଷ ! ବିରୁଟ୍ ବିସ୍ଫୋରଣରେ ପ୍ରାଣ ହରାଇଥିବା ସୂଚନା
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଧୀରେ ଧୀରେ ଗମ୍ଭୀର ହେଉଛି ସ୍ଥିତି । ଗାଜାପଟ୍ଟୀ ଭଳି ଲେବାନନରେ ନରସଂହାର ଆରମ୍ଭ କରିଛି ଇସ୍ରାଏଲ । ଗତ ସପ୍ତାହରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ମୁଖ୍ୟକୁ ହସନ ନସ୍ରଲ୍ଲାହକୁ ହତ୍ୟା କରିଥିଲା ଆଇଡିଏଫ । ଆଉ ଏବେ ନସ୍ରଲ୍ଲାହର ଉତ୍ତରାଧିକାରୀ ବା ହିଜବୁଲ୍ଲାର ହେବାକୁ ଥିବା ନୂଆ ମୁଖ୍ୟ ହାସିମ୍ ସଫିଦ୍ଦୀନକୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଟାର୍ଗେଟ୍ କରି ହମଲା କରିଛି । ଇସ୍ରାଏଲ ଗଣମାଧ୍ୟମ ଅନୁଯାୟୀ, ଆଇଡିଏଫ ଲେବାନନ ରାଜଧାନୀ ବିରୁଟରେ ଥିବା ଦହିହ ଉପନଗରେ ବଡ଼ ହମଲା କରିଛି । ବିରୁଟ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟ ନିକଟରେ ବଡ଼ ଧରଣର ବିସ୍ଫୋରଣ କରିଛି । ରିପୋର୍ଟ କୁହାଯାଇଛି, ହିଜବୁଲ୍ଲା ମୁଖ୍ୟ ହସନ ନସ୍ରଲ୍ଲାହକୁ ଯେଉଁ ଭଳି ଭାବେ ଆଇଡିଏଫ ଟାର୍ଗେଟ୍ କରିଥିଲା, ହାସିମ୍ ସଫିଦ୍ଦୀନକୁ ମରିବାକୁ ତା’ଠାରୁ ଅନେକ ଗୁଣା ଅଧିକ ବୋମା ବର୍ଷା କରିଛି ଇସ୍ରାଏଲ ସେନା ।ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲ ସେନା ବିରୁଟରେ ଭୀଷଣ ହମଲା କରିଥିଲା । କୁହାଯାଉଛି, ଏହି ସମୟରେ ସଫିଦ୍ଦୀନ ଏକ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗରେ ହିଜବୁଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରୁଥିଲା । ଇସ୍ରାଏଲ ଦ୍ବାରା ନସରଲ୍ଲାହକୁ ନିହତ ହେବା ପରେ ଏହି ସ୍ଥାନରେ ସର୍ବାଧିକ ବାରୁଦ ବର୍ଷା କରୁଛି ଇସ୍ରାଏଲ ସେନା । ତିନି ଇସ୍ରାଏଲୀ ଅଧିକାରୀ ଦି ନ୍ୟୁୟର୍କ ଟାଇମ୍ସକୁ ସୂଚନା ଦେଇ
ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଧୀରେ ଧୀରେ ଗମ୍ଭୀର ହେଉଛି ସ୍ଥିତି । ଗାଜାପଟ୍ଟୀ ଭଳି ଲେବାନନରେ ନରସଂହାର ଆରମ୍ଭ କରିଛି ଇସ୍ରାଏଲ । ଗତ ସପ୍ତାହରେ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲାର ମୁଖ୍ୟକୁ ହସନ ନସ୍ରଲ୍ଲାହକୁ ହତ୍ୟା କରିଥିଲା ଆଇଡିଏଫ । ଆଉ ଏବେ ନସ୍ରଲ୍ଲାହର ଉତ୍ତରାଧିକାରୀ ବା ହିଜବୁଲ୍ଲାର ହେବାକୁ ଥିବା ନୂଆ ମୁଖ୍ୟ ହାସିମ୍ ସଫିଦ୍ଦୀନକୁ ଇସ୍ରାଏଲ ଡିଫେନ୍ସ ଫୋର୍ସ ଟାର୍ଗେଟ୍ କରି ହମଲା କରିଛି ।
ଇସ୍ରାଏଲ ଗଣମାଧ୍ୟମ ଅନୁଯାୟୀ, ଆଇଡିଏଫ ଲେବାନନ ରାଜଧାନୀ ବିରୁଟରେ ଥିବା ଦହିହ ଉପନଗରେ ବଡ଼ ହମଲା କରିଛି । ବିରୁଟ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟ ନିକଟରେ ବଡ଼ ଧରଣର ବିସ୍ଫୋରଣ କରିଛି । ରିପୋର୍ଟ କୁହାଯାଇଛି, ହିଜବୁଲ୍ଲା ମୁଖ୍ୟ ହସନ ନସ୍ରଲ୍ଲାହକୁ ଯେଉଁ ଭଳି ଭାବେ ଆଇଡିଏଫ ଟାର୍ଗେଟ୍ କରିଥିଲା, ହାସିମ୍ ସଫିଦ୍ଦୀନକୁ ମରିବାକୁ ତା’ଠାରୁ ଅନେକ ଗୁଣା ଅଧିକ ବୋମା ବର୍ଷା କରିଛି ଇସ୍ରାଏଲ ସେନା ।
ଦି ନ୍ୟୁୟର୍କ ଟାଇମ୍ସ ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ଇସ୍ରାଏଲ ସେନା ବିରୁଟରେ ଭୀଷଣ ହମଲା କରିଥିଲା । କୁହାଯାଉଛି, ଏହି ସମୟରେ ସଫିଦ୍ଦୀନ ଏକ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗରେ ହିଜବୁଲ୍ଲାର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରୁଥିଲା । ଇସ୍ରାଏଲ ଦ୍ବାରା ନସରଲ୍ଲାହକୁ ନିହତ ହେବା ପରେ ଏହି ସ୍ଥାନରେ ସର୍ବାଧିକ ବାରୁଦ ବର୍ଷା କରୁଛି ଇସ୍ରାଏଲ ସେନା । ତିନି ଇସ୍ରାଏଲୀ ଅଧିକାରୀ ଦି ନ୍ୟୁୟର୍କ ଟାଇମ୍ସକୁ ସୂଚନା ଦେଇ କହିଛନ୍ତି, ଇସ୍ରାଏଲ ଏହି ହମଲାରେ ହାସିମ୍ ସଫିଦ୍ଦୀନ ସହିତ ହିଜବୁଲ୍ଲାର ପ୍ରମୁଖ ନେତାଙ୍କୁ ଟାର୍ଗେଟ୍ କରାଯାଇଛି । ଏଥିରେ ସଫିଦ୍ଦୀନ ପ୍ରାଣ ହରାଇଥିବା କୁହାଯାଉଛି । ତେବେ ଏହାକୁ ନେଇ ଇସ୍ରାଏଲ ଡିଫେନ୍ସ ଫୋର୍ସ ପକ୍ଷରୁ କୌଣସି ବାୟାନ ଆସିନାହିଁ ।
ଆଇଡିଏଫ ବିଶେଷ କରି ଦକ୍ଷିଣ ଲେବାନନରେ ହମଲା ଜାରି ରଖିଛି । ଏଥିରେ ରାଜଧାନୀ ବିରୁଟ୍ ଅଞ୍ଚଳ ସାମିଲ୍ ରହିଛି । ଏଠାରେ ଇସ୍ରାଏଲ ସେନା ଭୀଷଣ ବୋମା ବର୍ଷା କରିଛି । ଫଳରେ ହିଜବୁଲାର ବହୁ ଟପ୍ କମାଣ୍ଡରଙ୍କ ମୃତ୍ୟୁ ହୋଇଥିଲା ଆଶଙ୍କା କରାଯାଉଛି ।..