ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ

ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହେଉଛି। ହଜ ସମୟରେ ପାରଦ ୪୭ ଡିଗ୍ରୀ ଉପରେ ପହଞ୍ଚିଛି। ବିଶେଷ କରି ବୟସ୍କମାନଙ୍କ ପାଇଁ ଏହା ଅସୁବିଧା ବୃଦ୍ଧି କରିଛି । ମକ୍କାରେ ଅତ୍ୟଧିକ ଉତ୍ତାପ ଯୋଗୁଁ ୬ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନର ସୂଚନା ଅନୁଯାୟୀ, ଚାଲିଥିବା ହଜ ତୀର୍ଥଯାତ୍ରା ସମୟରେ […] The post ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ appeared first on Dharitri Odia News.

ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ

ରିୟାଦ,୧୬।୬: ଇଦ-ଉଲ-ଅଜାହ ପର୍ବ ମଧ୍ୟରେ ସୌଦି ଆରବରେ ବହୁ ସଂଖ୍ୟାରେ ହଜ ତୀର୍ଥଯାତ୍ରୀ ଏକତ୍ରିତ ହୋଇଥିଲେ। ତେବେ ସୌଦି ଆରବରେ ପ୍ରବଳ ଉତ୍ତାପ ହଜ ତୀର୍ଥଯାତ୍ରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ବୋଲି ପ୍ରମାଣିତ ହେଉଛି। ହଜ ସମୟରେ ପାରଦ ୪୭ ଡିଗ୍ରୀ ଉପରେ ପହଞ୍ଚିଛି। ବିଶେଷ କରି ବୟସ୍କମାନଙ୍କ ପାଇଁ ଏହା ଅସୁବିଧା ବୃଦ୍ଧି କରିଛି । ମକ୍କାରେ ଅତ୍ୟଧିକ ଉତ୍ତାପ ଯୋଗୁଁ ୬ଜଣଙ୍କର ମୃତ୍ୟୁ ହୋଇଛି।

ବର୍ତ୍ତମାନର ସୂଚନା ଅନୁଯାୟୀ, ଚାଲିଥିବା ହଜ ତୀର୍ଥଯାତ୍ରା ସମୟରେ ୧୪ ଜଣ ଜୋର୍ଡାନୀୟଙ୍କର ମୃତ୍ୟୁ ଘଟିଛି ଏବଂ ୧୭ ଜଣ ନିଖୋଜ ଅଛନ୍ତି। ରବିବାର ଜୋର୍ଡାନର ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ଏହାପୂର୍ବରୁ ଜୋର୍ଡାନର ବୈଦେଶିକ ବ୍ୟାପାର ଏବଂ ପ୍ରବାସୀ ମନ୍ତ୍ରଣାଳୟ ପୂର୍ବରୁ ଆରାଫତ ପର୍ବତରେ ଉତ୍ତାପ ଜନିତ ୬ଜଣ ଜୋର୍ଡାନ ନାଗରିକଙ୍କ ମୃତ୍ୟୁକୁ ନିଶ୍ଚିତ କରିଥିଲେ। ପ୍ରକାଶ ଥାଉକି, ଅନ୍ୟାନ୍ୟ ଅନେକ ସ୍ଥାନୀୟ ସୂତ୍ରରୁ ଜଣାଯାଇଛି ଯେ, ଅଧିକ ସଂଖ୍ୟାରେ ୧୭ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି ଏବଂ ସେମାନଙ୍କର ନାମ ମଧ୍ୟ ପ୍ରକାଶ ପାଇଛି।

The post ହିଟଓ୍ବେଭ ନେଲା ୧୪ ହଜ ଯାତ୍ରୀଙ୍କ ଜୀବନ appeared first on Dharitri Odia News.