ହିଟ୍ ଆଣ୍ଡ ରନ ମାମଲା,କାର ଚାଳକ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅଞ୍ଚଳରେ ହିଟ୍ ଆଣ୍ଡ ରନ ମାମଲା। ବନ୍ଧା ହେଲା କାର ମାଲିକ ସୁଶୀଲ ସାହୁ। କାର ମାଲିକ ସୁଶୀଲ ସାହୁକୁ ଗିରଫ କଲା ବେଲପଡା ପୋଲିସ । ଗିରଫ ସୁଶୀଲ ଜଣେ ଢାବା ମାଲିକ ବୋଲି ଜଣାପଡିଛି । ଗତକାଲି ନୁନହାଡ଼ ଗାଁର ହିଟ୍ ଆଣ୍ଡ ରନ ମାମଲାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ I ମୃତକ ହେଲେ ଭୋଲେଶ୍ବରୀ ମାଝୀ । ପ୍ରତିମା […]

ହିଟ୍ ଆଣ୍ଡ ରନ ମାମଲା,କାର ଚାଳକ ଗିରଫ
ହିଟ୍ ଆଣ୍ଡ ରନ ମାମଲା,କାର ଚାଳକ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅଞ୍ଚଳରେ ହିଟ୍ ଆଣ୍ଡ ରନ ମାମଲା। ବନ୍ଧା ହେଲା କାର ମାଲିକ ସୁଶୀଲ ସାହୁ। କାର ମାଲିକ ସୁଶୀଲ ସାହୁକୁ ଗିରଫ କଲା ବେଲପଡା ପୋଲିସ । ଗିରଫ ସୁଶୀଲ ଜଣେ ଢାବା ମାଲିକ ବୋଲି ଜଣାପଡିଛି । ଗତକାଲି ନୁନହାଡ଼ ଗାଁର ହିଟ୍ ଆଣ୍ଡ ରନ ମାମଲାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଥିଲେ I ମୃତକ ହେଲେ ଭୋଲେଶ୍ବରୀ ମାଝୀ । ପ୍ରତିମା ଧରୁଆ ଓ ଜେମନ୍ତୀ ମାଝୀଙ୍କ ଚିିକିତ୍ସା ଚାଲିଛି।

ସୂଚନାଯୋଗ୍ୟ, ମଙ୍ଗବାଳ ସନ୍ଧ୍ୟାରେ ବେଲପଡା ନୁନହାଡ଼ ଗାଁର ୩ ଭଉଣୀ ଘର ଆଗରେ ଠିଆ ହୋଇଥିବାବେଳେ ତାଙ୍କ ଉପରେ ଗାଡି ଚଢାଇ ଦେଇଥିଲା ଢ଼ାବା ମାଲିକ ସୁଶୀଲ । ସେତେବେଳେ ସେ ନିଶାସକ୍ତ ଅବସ୍ଥାରେ ଥିଲା । ଘଟଣାସ୍ଥଳରେ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ହୋଇ ଚିକିତ୍ସାଧିନ ଅଛନ୍ତି। ସମସ୍ତ ମୃତାହତଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ପାଟଣାଗଡ଼ ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ।