ହିତାଧିକାରୀଙ୍କୁ ଖୁବ ଶୀଘ୍ର ମିଳିବ ରାସନ କାର୍ଡ
ଭୁବନେଶ୍ୱର : ଆଜି ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ଅଣତାରକା ପ୍ରଶ୍ନ କରିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେତେ ଲୋକ ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି, ଅନେକ ବ୍ୟକ୍ତି ଦୀର୍ଘଦିନ ହେଲା ଆବେଦନ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କାର୍ଡ ପାଇ ପାଇପାରି ନାହାନ୍ତି । ତେଣୁ ସେମାନଙ୍କୁ ରାସନ କାର୍ଡ ଯୋଗାଇଦେବା ପାଇଁ ଆଶୁ ପଦକ୍ଷେପ କରିବେ କି ବୋଲି ଶ୍ରୀ ବାହିନୀପତି ଖାଦ୍ୟ ଯୋଗାଣ ଓ […]

ଭୁବନେଶ୍ୱର : ଆଜି ଗୃହରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏକ ଅଣତାରକା ପ୍ରଶ୍ନ କରିଥିଲେ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କେତେ ଲୋକ ରାସନ କାର୍ଡ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି, ଅନେକ ବ୍ୟକ୍ତି ଦୀର୍ଘଦିନ ହେଲା ଆବେଦନ କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା କାର୍ଡ ପାଇ ପାଇପାରି ନାହାନ୍ତି । ତେଣୁ ସେମାନଙ୍କୁ ରାସନ କାର୍ଡ ଯୋଗାଇଦେବା ପାଇଁ ଆଶୁ ପଦକ୍ଷେପ କରିବେ କି ବୋଲି ଶ୍ରୀ ବାହିନୀପତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ।
ଏହାର ଉତ୍ତରରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୬ ଲକ୍ଷ ୧୯ ହଜାର ୮ ଶହ ୩୬ ପରିବାର ରାସନ କାର୍ଡ ପାଇବା ପାଇଁ ଆବେଦନ କରି ଅପେକ୍ଷାରେ ଅଛନ୍ତି । ନୂତନ ହିତାଧିକାରୀ ଚୟନ ନିମନ୍ତେ ସରକାର ୧୨ ଗୋଟି ସ୍ୱତଃ ଯୋଗ ହେବା ମାନଦଣ୍ଡ ଓ ୧୦ ଗୋଟି ବାଦ ଦେବା ମାନଦଣ୍ଡ ନିର୍ଦ୍ଧାରଣ କରିଛନ୍ତି ।
ଏହାଛଡା, ହିତାଧିକାରୀଙ୍କ ତଥ୍ୟାବଳୀକୁ ସ୍ୱଚ୍ଛ ଓ ପାରଦର୍ଶୀ କରିବା ଉଦ୍ଦେଶ୍ୟରେ ଆଧାର ଭିଭିକ ଇ-କେୱାଇସି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବା ପାଇଁ ପଦକ୍ଷେପ ନିଆଯାଉଛି । ନୂତନ ରାସନ କାର୍ଡ ଯୋଗାଇ ଦେବା ପ୍ରକ୍ରିୟା ଏହି ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଆରମ୍ଭ କରାଯିବ । ଅଯୋଗ୍ୟ ହିତାଧିକାରୀଙ୍କୁ କାଟିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି । ଏନେଇ ଜିଲ୍ଲାସ୍ତରରେ କାମ ଚାଲିଛି ।
ସେହିପରି ରାଜ୍ୟରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ଅଧୀନରେ ୯୨ ଲକ୍ଷ ୬୬ ହଜାର ୪୯୧ ପରିବାରର ୩,୨୫,୯୩,୮୭୫ ହିତାଧିକାରୀ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ ଲକ୍ଷ ୧୫ ହଜାର ୨୩୭ ପରିବାରର ୧୦,୦୨,୧୪୪ ହିତାଧିକାରୀ ଉପକୃତ ହେଉଛନ୍ତି । ଏଥିସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏହି ଦୁଇଟି ଯୋଜନାରେ ସାମିଲ ହେବା ପାଇଁ ୬ ଲକ୍ଷରୁ ଅଧିକ ପରିବାର ଆବେଦନ କରି ଅପେକ୍ଷାରେ ଅଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।