ହୀରାକୁଦକୁ ଇନ୍ ଫ୍ଲୋ କମୁଛି, ଆଗକୁ ବର୍ଷା ହେଲେ ବି ବନ୍ୟାର ଆଶଙ୍କା ନାହିଁ
ଭୁବନେଶ୍ବର ୨୮/୭: ବର୍ତ୍ତମାନ ହୀରାକୁଦରୁ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି । ବର୍ଷା ଯୋଗୁ ଜଳ ଭଣ୍ଡାରର ଜଳସ୍ତର ୬୧୭.୩ ଘନଫୁଟ ରହିଛି । ଧୀରେ ଧୀରେ ହୀରାକୁଦ ଜଳସ୍ତର ବଢୁଛି । ହୀରାକୁଦକୁ ୨ ଲକ୍ଷ ୯୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧ଲକ୍ଷ ୫୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତଳ ମୁଣ୍ଡରେ ବର୍ଷା ନାହିଁ । ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ହୀରାକୁଦକୁ ଇନ-ଫ୍ଲୋ କମୁଛି ସେଥିପାଇଁ ଆଗକୁ ବର୍ଷା ହେଲେ ମଧ୍ୟ ବନ୍ୟାର ଆଶଙ୍କା ନଥିବା କହିଛନ୍ତି ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି ସେ ଆହୁରି କହିଛନ୍ତି ସବୁ ଜଳଭଣ୍ଡାରରେ ଜଳସ୍ତର ବଢୁଛି । ବୈତରଣୀ ଆଖୁଆପଦାରେ ୧୭.୧ କ୍ୟୁସେକ ଜଳ ପ୍ରବାହିତ ହେଉଥିବାରୁ ବୈତରଣୀ ଉପରେ ନଜର ରଖାଯାଇଛି । ବ୍ରାହ୍ମଣୀ ଅବବାହିକା ବରୀ ମାଟିଆପଡାରେ ବନ୍ଧ ଦୁର୍ବଳ ଥିବାରୁ ଏହା ଉପରେ ମଧ୍ୟ ନଜର ରଖାଯାଇଛି ।
ଭୁବନେଶ୍ବର ୨୮/୭: ବର୍ତ୍ତମାନ ହୀରାକୁଦରୁ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ ଚାଲିଛି । ବର୍ଷା ଯୋଗୁ ଜଳ ଭଣ୍ଡାରର ଜଳସ୍ତର ୬୧୭.୩ ଘନଫୁଟ ରହିଛି । ଧୀରେ ଧୀରେ ହୀରାକୁଦ ଜଳସ୍ତର ବଢୁଛି । ହୀରାକୁଦକୁ ୨ ଲକ୍ଷ ୯୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୧ଲକ୍ଷ ୫୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ତଳ ମୁଣ୍ଡରେ ବର୍ଷା ନାହିଁ । ନଦୀକୂଳିଆ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି । ହୀରାକୁଦକୁ ଇନ-ଫ୍ଲୋ କମୁଛି ସେଥିପାଇଁ ଆଗକୁ ବର୍ଷା ହେଲେ ମଧ୍ୟ ବନ୍ୟାର ଆଶଙ୍କା ନଥିବା କହିଛନ୍ତି ଜଳ ସଂପଦ ବିଭାଗ ମୁଖ୍ୟ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି
ସେ ଆହୁରି କହିଛନ୍ତି ସବୁ ଜଳଭଣ୍ଡାରରେ ଜଳସ୍ତର ବଢୁଛି । ବୈତରଣୀ ଆଖୁଆପଦାରେ ୧୭.୧ କ୍ୟୁସେକ ଜଳ ପ୍ରବାହିତ ହେଉଥିବାରୁ ବୈତରଣୀ ଉପରେ ନଜର ରଖାଯାଇଛି । ବ୍ରାହ୍ମଣୀ ଅବବାହିକା ବରୀ ମାଟିଆପଡାରେ ବନ୍ଧ ଦୁର୍ବଳ ଥିବାରୁ ଏହା ଉପରେ ମଧ୍ୟ ନଜର ରଖାଯାଇଛି ।