ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ
କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ। ଏହି ଆସନରେ ଭାଜପା ଲକେଟ ଚାଟାର୍ଜୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ମୁକାବିଲା ତୃଣମୂଳ କଂଗ୍ରେସର ରଚନା ବାନାର୍ଜୀଙ୍କ ସହ ହେବ। ବିଗତ ନିର୍ବାଚନ ଇତିହାସରେ ତୃଣମୂଳ ଷ୍ଟାର ପାଓ୍ବାରକୁ ବିନିଯୋଗ କରିଆସିଛି। ଏହି କ୍ରମରେ ମାର୍ଚ୍ଚରେ ଏକ ବ୍ରିଗେଡ୍ ରାଲିରେ ମମତା ରଚନାଙ୍କୁ ଦଳର ସଦସ୍ୟ ଭାବେ ଦର୍ଶାଇଥିଲେ। […] The post ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ appeared first on Dharitri Odia News.
କୋଲକାତା,୧୮।୫: ପଶ୍ଚିମବଙ୍ଗର ହୁଗୁଳି ଆସନରେ ହେବ ଜୋରଦାର ଲଢ଼େଇ। ଲୋକ ସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ବଙ୍ଗାଳୀ ଫିଲ୍ମଜଗତର ଦୁଇ ଲୋକପ୍ରିୟ ଅଭିନେତ୍ରୀ ମୁହାଁମୁହିଁ ହେବେ। ଏହି ଆସନରେ ଭାଜପା ଲକେଟ ଚାଟାର୍ଜୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ମୁକାବିଲା ତୃଣମୂଳ କଂଗ୍ରେସର ରଚନା ବାନାର୍ଜୀଙ୍କ ସହ ହେବ। ବିଗତ ନିର୍ବାଚନ ଇତିହାସରେ ତୃଣମୂଳ ଷ୍ଟାର ପାଓ୍ବାରକୁ ବିନିଯୋଗ କରିଆସିଛି। ଏହି କ୍ରମରେ ମାର୍ଚ୍ଚରେ ଏକ ବ୍ରିଗେଡ୍ ରାଲିରେ ମମତା ରଚନାଙ୍କୁ ଦଳର ସଦସ୍ୟ ଭାବେ ଦର୍ଶାଇଥିଲେ।
ରଚନା ଲୋକପ୍ରିୟ ବଙ୍ଗଳା ଟେଲିଭିଜନ ରିଆଲିଟି ଶୋ’ ‘ଦିଦି ନମ୍ବର ଓ୍ବାନ୍’ ହୋଷ୍ଟ କରୁଛନ୍ତି। ସେ ଟିଏମ୍ସିରେ ଗ୍ଲାମରର ଛୁଙ୍କ ଦେବେ, ଯାହାକି ନିର୍ବାଚନରେ ଦଳକୁ ଫାଇଦା ଦେବ ବୋଲି କୁହାଯାଉଛି। ତେବେ୨୦୧୯ରେ ଟିଏମ୍ସି ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଏବଂ ନୁସରତ ଜହାଁଙ୍କୁ ମଇଦାନରେ ଓହ୍ଲାଇଥିଲା।
The post ହୁଗୁଳି ଆସନରୁ ମମତାଙ୍କ ବଡ଼ କାର୍ଡ; ଭାଜପାକୁ ଟକ୍କର ଦେବେ ରଚନା ବାନାର୍ଜୀ appeared first on Dharitri Odia News.