ହେମନ୍ତ ସୋରେନ ଗିରଫ, ଚମ୍ପାଇ ସୋରେନ ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ
ରାଞ୍ଚି: ଝାଡ଼ଖଣ୍ଡ ରାଜ୍ୟରେ ରାଜନୀତିର ମହାନାଟକ ଦେଖିବାକୁ ମିଳିଛି। ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଇଡିର ତଦନ୍ତାକାରୀ ରହିଥିଲେ। ଲମ୍ବା ପଚରା ଉଚୁରା ପରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି। ଅନ୍ୟପଟେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। […] The post ହେମନ୍ତ ସୋରେନ ଗିରଫ, ଚମ୍ପାଇ ସୋରେନ ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ appeared first on Odisha.News.
ରାଞ୍ଚି: ଝାଡ଼ଖଣ୍ଡ ରାଜ୍ୟରେ ରାଜନୀତିର ମହାନାଟକ ଦେଖିବାକୁ ମିଳିଛି। ଜମି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହି ସମୟରେ ତାଙ୍କ ସହ ଇଡିର ତଦନ୍ତାକାରୀ ରହିଥିଲେ। ଲମ୍ବା ପଚରା ଉଚୁରା ପରେ ହେମନ୍ତ ସୋରେନଙ୍କୁ ଇଡି ଗିରଫ କରିଛି। ଅନ୍ୟପଟେ ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହା ପୂର୍ବରୁ ହେମନ୍ତଙ୍କ ପତ୍ନୀ କଳ୍ପନା ସୋରେନଙ୍କ ନାଁ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଥିଲା।
ଚମ୍ପାଇ ସୋରେନ ସଢେଇକଳା ଆସନରୁ ବିଧାୟକ ଅଛନ୍ତି। ବର୍ତ୍ତମାନ ସେ ପରିବହନ, ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଅଛନ୍ତି। ଏହା ସହିତ ସେ ଜେଏମଏମର ଉପ ସଭାପତି ଅଛନ୍ତି। ଚମ୍ପାଇଙ୍କୁ ହେମନ୍ତ ସୋରେନଙ୍କ ଘନିଷ୍ଠ କୁହାଯାଏ। ଏହା ପୂର୍ବରୁ ହେମନ୍ତଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଉଥିଲା। ତେବେ ଆଜି ବିଧାୟକ ଦଳ ବୈଠକରେ ଚମ୍ପାଇଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି।
ସୂଚନାଯୋଗ୍ୟ, ଇଡି ବର୍ତ୍ତମାନ ଝାଡ଼ଖଣ୍ଡରେ ଦୁଇଟି ମାମଲା ଜମି ଦୁର୍ନୀତି ଓ ଅବୈଧ୍ୟ ଖଣି ଖନନର ତଦନ୍ତ କରୁଛି। ଜମି ଦୁର୍ନୀତି ମାମଲାରେ ହେମନ୍ତ ସୋରେନଙ୍କ ସଂପୃକ୍ତି ଥିବାରୁ ଇଡି ତାଙ୍କ ବିରୋଧରେ ତଦନ୍ତ ଜୋରଦାର କରିଛି। ବୁଧବାର ଦୀର୍ଘ ସମୟ ଧରି ପଚରା ଉଚୁରା ପରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଛି। ଏହି ଘଟଣାରେ ଜେଏମଏମର କାର୍ଯ୍ୟକର୍ତ୍ତା ଜୋରଦାର ହଙ୍ଗାମା ଚଳାଇଛନ୍ତି।
The post ହେମନ୍ତ ସୋରେନ ଗିରଫ, ଚମ୍ପାଇ ସୋରେନ ହେବେ ଝାଡ଼ଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ appeared first on Odisha.News.