‘ହେଲୋ ଫର୍ମ ମେଲୋଦି ଟିମ୍‌’ ଭାଇରାଲ ହେଉଛି ମେଲୋନିଙ୍କ ସହ ମୋଦିଙ୍କ ଭିଡିଓ

ନୂଆଦିଲ୍ଲୀ,୧୫।୬: ଇଟାଲୀର ଆପୁଲିଆରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଶେଷ ହୋଇଛି। ହେଲେ ସମ୍ମିଳନୀର କିଛି ଏପରି ଦୃଶ୍ୟକୁ କେହି ନଜରଅନ୍ଦାଜ କରିପାରି ନାହାନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମେଲୋନିଙ୍କ ଏକାଠି ଦୃଶ୍ୟ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ସାତୋଟି ପ୍ରମୁଖ ଦେଶର ମୁଖ୍ୟମାନେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହୋଇ ବିଭିନ୍ନ ସମସାମୟିକ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ସମୟରେ ଜର୍ଜିଆ ମେଲୋନି ବିଶିଷ୍ଟ ଅତିଥିମାନଙ୍କୁ […] The post ‘ହେଲୋ ଫର୍ମ ମେଲୋଦି ଟିମ୍‌’ ଭାଇରାଲ ହେଉଛି ମେଲୋନିଙ୍କ ସହ ମୋଦିଙ୍କ ଭିଡିଓ appeared first on Dharitri Odia News.

‘ହେଲୋ ଫର୍ମ ମେଲୋଦି ଟିମ୍‌’ ଭାଇରାଲ ହେଉଛି ମେଲୋନିଙ୍କ ସହ ମୋଦିଙ୍କ ଭିଡିଓ

ନୂଆଦିଲ୍ଲୀ,୧୫।୬: ଇଟାଲୀର ଆପୁଲିଆରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଶେଷ ହୋଇଛି। ହେଲେ ସମ୍ମିଳନୀର କିଛି ଏପରି ଦୃଶ୍ୟକୁ କେହି ନଜରଅନ୍ଦାଜ କରିପାରି ନାହାନ୍ତି। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆୟୋଜିତ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମେଲୋନିଙ୍କ ଏକାଠି ଦୃଶ୍ୟ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି। ସାତୋଟି ପ୍ରମୁଖ ଦେଶର ମୁଖ୍ୟମାନେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହୋଇ ବିଭିନ୍ନ ସମସାମୟିକ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ସମୟରେ ଜର୍ଜିଆ ମେଲୋନି ବିଶିଷ୍ଟ ଅତିଥିମାନଙ୍କୁ ସ୍ବାଗତ କରିଥିଲେ। ବିଶେଷକରି ପ୍ରଧାନମନ୍ତ୍ରୀ ମୋଦସ୍‌ିଙ୍କ ସହ ନିଆଯାଇଥିବା ମେଲୋନିଙ୍କ ଭିଡିଓ ସେଲଫି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

G7 ଶିଖର ସମ୍ମିଳନୀରେ ପ୍ରସ୍ତୁତ ଏହି ଭିଡିଓରେ ଜର୍ଜିଆ ମେଲୋନି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଖୁସ ମିଜାଜରେ ନଜର ଆସିଛନ୍ତି। ଭିଡିଓରେ ସେ ପିଏମ ମୋଦିଙ୍କୁ ମେଲୋଡି ଦଳର ସଦସ୍ୟ ଭାବରେ ପରିଚିତ କରାଉଛନ୍ତି। ଭିଡିଓରେ ଜର୍ଜିଆ ହସି ହସି କହୁଛନ୍ତି, ‘ହେଲୋ ଫର୍ମ ମେଲୋଡି ଟିମ୍‌’। ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ହସିହସି ହାତ ହଲାଉଥିବାର ନଜର ଆସିଛନ୍ତି।

ଜର୍ଜିଆ ମେଲୋନି ମଧ୍ୟ ଏହି ଭିଡିଓକୁ ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଶେୟାର କରିଛନ୍ତି । ଯାହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ରିପୋଷ୍ଟ କରିଛନ୍ତି। ସେ କହିଛନ୍ତି, ‘ ଲଙ୍ଗ ଲିଭ ଇଣ୍ଡିଆ-ଇଟାଲୀ ଫ୍ରେଣ୍ଡଶିପ।

The post ‘ହେଲୋ ଫର୍ମ ମେଲୋଦି ଟିମ୍‌’ ଭାଇରାଲ ହେଉଛି ମେଲୋନିଙ୍କ ସହ ମୋଦିଙ୍କ ଭିଡିଓ appeared first on Dharitri Odia News.