ହୋଟେଲ ଛାତ ଉପରେ ହେଲିକପ୍ଟର କ୍ରାସ, ୪୦୦ ଲୋକ ଉଦ୍ଧାର

ସିଡନୀ,୧୨।୮: ଅଷ୍ଟ୍ରେଲିଆର କେନର୍‌ସ ସହରର ଏକ ହୋଟେଲ ଛାତରେ ଏକ ହେଲିକପ୍ଟର ଖସିପଡିଛି। ଏହାନରେ ତୁରନ୍ତ ଜରୁରୀକାଳୀନ ଦଳକୁ ଡକାଯାଇଥିଲା। ପୋଲିସ ତୁରନ୍ତ ପୁରା ହୋଟେଲରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୪୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ ପାଇଲଟ ଏବଂ ବିମାନରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କେନର୍‌ସ ଅଷ୍ଟ୍ରେଲିଆର ଅଗ୍ରଣୀ ପର୍ଯ୍ୟଟନ ସହର ଭାବରେ ମାନ୍ୟତା ପାଇଛି। ଏହା ଅଷ୍ଟ୍ରେଲିଆର ଗ୍ରେଟ ବ୍ୟାରେଜ ରିଫ ପାଇଁ […] The post ହୋଟେଲ ଛାତ ଉପରେ ହେଲିକପ୍ଟର କ୍ରାସ, ୪୦୦ ଲୋକ ଉଦ୍ଧାର appeared first on Dharitri Odia News.

ହୋଟେଲ ଛାତ ଉପରେ ହେଲିକପ୍ଟର କ୍ରାସ, ୪୦୦ ଲୋକ ଉଦ୍ଧାର

ସିଡନୀ,୧୨।୮: ଅଷ୍ଟ୍ରେଲିଆର କେନର୍‌ସ ସହରର ଏକ ହୋଟେଲ ଛାତରେ ଏକ ହେଲିକପ୍ଟର ଖସିପଡିଛି। ଏହାନରେ ତୁରନ୍ତ ଜରୁରୀକାଳୀନ ଦଳକୁ ଡକାଯାଇଥିଲା। ପୋଲିସ ତୁରନ୍ତ ପୁରା ହୋଟେଲରେ ଥିବା ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ପ୍ରାୟ ୪୦୦ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ ପାଇଲଟ ଏବଂ ବିମାନରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଏହି ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। କେନର୍‌ସ ଅଷ୍ଟ୍ରେଲିଆର ଅଗ୍ରଣୀ ପର୍ଯ୍ୟଟନ ସହର ଭାବରେ ମାନ୍ୟତା ପାଇଛି। ଏହା ଅଷ୍ଟ୍ରେଲିଆର ଗ୍ରେଟ ବ୍ୟାରେଜ ରିଫ ପାଇଁ ପ୍ରବେଶ ଦ୍ୱାର ଭାବରେ ବିବେଚନା କରାଯାଏ।
ଅଧିକାରୀମାନେ ସୋମବାର କହିଛନ୍ତି ଯେ ହେଲିକପ୍ଟରଟି ହୋଟେଲ ଛାତରେ ଖସିଯିବା ପରେ ହୋଟେଲରେ ଥିବା ଶହ ଶହ ଅତିଥିଙ୍କୁ ସ୍ଥାନାନ୍ତର କରାଯାଇଥିଲା। ସୋମବାର ଦିନ ପ୍ରାୟ ୨ଟା ସମୟରେ କେର୍ନସର ହିଲଟନର ଡବଲ ଟ୍ରି ହୋଟେଲରେ ଦୁର୍ଘଟଣାସ୍ଥଳକୁ ଜରୁରୀକାଳୀନ କର୍ମଚାରୀଙ୍କୁ ଡକାଯାଇଥିଲା। କୁଇନ୍ସଲ୍ୟାଣ୍ଡ ଷ୍ଟେଟ ପୋଲିସ ଏକ ବିବୃତ୍ତିରେ କହିଛି ଯେ ସତର୍କତାମୂଳକ ଭାବରେ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ଭୂମିରେ କେହି ଆହତ ହୋଇନାହାଁନ୍ତି। ଘଟଣାର ପରିସ୍ଥିତି ସମ୍ପର୍କରେ ପୋଲିସ ତଦନ୍ତ କରୁଛି।

The post ହୋଟେଲ ଛାତ ଉପରେ ହେଲିକପ୍ଟର କ୍ରାସ, ୪୦୦ ଲୋକ ଉଦ୍ଧାର appeared first on Dharitri Odia News.