ହୋଟେଲ ରୁମ୍ରେ ପୋଲିସ କନ୍ଷ୍ଟେବଲଙ୍କୁ ହତ୍ୟା
ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍ ନିକଟ ଏକ ହୋଟେଲ ରୁମ୍ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରୁ ମୃତବ୍ୟକ୍ତି ଜଣକ ସୋନପୁର ଜିଲା ରିଜର୍ଭ ପୋଲିସ କନଷ୍ଟେବଲ ଶଙ୍କରଭାନୁ ବେହେରା ବୋଲି ଜଣାପଡିଛି। ସେ ସୋନପୁର ଜିଲା ଡୁଙ୍ଗୁରିପାଲି ନିକଟ ତାଙ୍କ ସିଆଲବାହାଲି ଗଁାରୁ ବଲାଙ୍ଗୀର ଯାଉଛି କହି ଆସିଥିବା […] The post ହୋଟେଲ ରୁମ୍ରେ ପୋଲିସ କନ୍ଷ୍ଟେବଲଙ୍କୁ ହତ୍ୟା appeared first on Dharitri Odia News.
ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍ ନିକଟ ଏକ ହୋଟେଲ ରୁମ୍ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି। ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରୁ ମୃତବ୍ୟକ୍ତି ଜଣକ ସୋନପୁର ଜିଲା ରିଜର୍ଭ ପୋଲିସ କନଷ୍ଟେବଲ ଶଙ୍କରଭାନୁ ବେହେରା ବୋଲି ଜଣାପଡିଛି।
ସେ ସୋନପୁର ଜିଲା ଡୁଙ୍ଗୁରିପାଲି ନିକଟ ତାଙ୍କ ସିଆଲବାହାଲି ଗଁାରୁ ବଲାଙ୍ଗୀର ଯାଉଛି କହି ଆସିଥିବା ପରିବାର ଲୋକେ କହିଛନ୍ତି। ହୋଟେଲ ରୁମ୍ରେ ମୃତଦେହ ପଡିଥିବା ପ୍ରଥମେ
ହୋଟେଲ କର୍ମଚାରୀ ଦେଖିବାକୁ ପାଇଥିଲେ।
ମିଳିଥିବା ସୂଚନା ମୁତାବକ, ହୋଟେଲର ୩୧୨ ନମ୍ବର ରୁମ୍ ଧାନବାଦ ଅଞ୍ଚଳର ଜଣେ ବ୍ୟକ୍ତିିଙ୍କ ନଁାରେ ବୁକ୍ ହୋଇଥିଲା। ସେହି ରୁମ୍ରେ ଦୁଇଜଣ ବ୍ୟକ୍ତି ରହୁଥିଲେ। ସେହି ଦୁଇ ବ୍ୟକ୍ତି କୁଆଡେ ଫେରାର ହୋଇଯାଇଛନ୍ତି।
ମୃତ ଶଙ୍କରଭାନୁଙ୍କ କାର୍ଟି ହୋଟେଲଠାରୁ ପ୍ରାୟ ୨ କିମି ଦୂର ଖୁଜେନପାଲି ରାସ୍ତାକଡରେ ଦୁର୍ଘଟଣା ଅବସ୍ଥାରେ ପଡିଥିବା ଦେଖାଯାଇଛି। ଶଙ୍କରଭାନୁଙ୍କ ହାତଗୋଡ ବାନ୍ଧା ଥିବା ବେଳେ ମୁହଁରେ ସେଲୋଟ୍ୟାପ୍ ଲଗାଯାଇଥିବା ଜଣାପଡିଛି। କେଉଁ କାରଣରୁ ତାଙ୍କୁ ହ୍ଯଯା କରାଯାଇଛି ତାହା ସ୍ପଷ୍ଟ ହୋଇନାହିଁ। ତଦନ୍ତ ଚାଲିଛି ବୋଲି ପୋଲିସ ଏସ୍ଡିପିଓ ପ୍ରଦୀପ କୁମାର ସାହୁ କହିଛନ୍ତି।
The post ହୋଟେଲ ରୁମ୍ରେ ପୋଲିସ କନ୍ଷ୍ଟେବଲଙ୍କୁ ହତ୍ୟା appeared first on Dharitri Odia News.