ହ୍ବାଟ୍ସଆପ୍‌ ହ୍ୟାକ୍‌କରି ନେଇଗଲେ ୯୯ ହଜାର ଟଙ୍କା

ଉମରକୋଟ,୭।୧୧(ସନ୍ତୋଷ ଶତପଥୀ): ସାଇବର ଠକେଇର ଶିକାର ହୋଇଛନ୍ତି ଉମରକୋଟର ୫ନମ୍ବର ୱାର୍ଡସ୍ଥିତ ଏକ ଚାଉଳ ମିଲ୍‌ ମାଲିକ ପି. ଚନ୍ଦ୍ରଶେଖର (୩୬)। ଚନ୍ଦ୍ରଶେଖର ଏ ନେଇ ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନାନୁଯାୟୀ, ବୁଧବାର ଅପରାହ୍ନ ୩ଟାରେ ଚନ୍ଦ୍ରଶେଖରଙ୍କ ହ୍ବାଟ୍ସଆପ୍‌କୁ ଏକ ଲିଙ୍କ୍‌ ଆସିଥିଲା। ଚନ୍ଦ୍ରଶେଖରଙ୍କ ପରିଚିତ ଜଣେ ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରି ଏହି ଲିଙ୍କ୍‌ ପଠାଯାଇଥିଲା। ଉକ୍ତ ଲିଙ୍କ୍‌ରେ କ୍ଲିକ୍‌ କରିବା ମାତ୍ରେ ଚନ୍ଦ୍ରଶେଖରଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍‌ ହୋଇଯାଇଥିଲା। ଏହାପରେ ଚନ୍ଦ୍ରଶେଖରଙ୍କ ବ୍ୟାଙ୍କ […] The post ହ୍ବାଟ୍ସଆପ୍‌ ହ୍ୟାକ୍‌କରି ନେଇଗଲେ ୯୯ ହଜାର ଟଙ୍କା appeared first on Dharitri Odia News.

ହ୍ବାଟ୍ସଆପ୍‌ ହ୍ୟାକ୍‌କରି ନେଇଗଲେ ୯୯ ହଜାର ଟଙ୍କା
ଉମରକୋଟ,୭।୧୧(ସନ୍ତୋଷ ଶତପଥୀ): ସାଇବର ଠକେଇର ଶିକାର ହୋଇଛନ୍ତି ଉମରକୋଟର ୫ନମ୍ବର ୱାର୍ଡସ୍ଥିତ ଏକ ଚାଉଳ ମିଲ୍‌ ମାଲିକ ପି. ଚନ୍ଦ୍ରଶେଖର (୩୬)। ଚନ୍ଦ୍ରଶେଖର ଏ ନେଇ ଉମରକୋଟ ଥାନାରେ ଅଭିଯୋଗ କରିଛନ୍ତି।
ମିଳିଥିବା ସୂଚନାନୁଯାୟୀ, ବୁଧବାର ଅପରାହ୍ନ ୩ଟାରେ ଚନ୍ଦ୍ରଶେଖରଙ୍କ ହ୍ବାଟ୍ସଆପ୍‌କୁ ଏକ ଲିଙ୍କ୍‌ ଆସିଥିଲା। ଚନ୍ଦ୍ରଶେଖରଙ୍କ ପରିଚିତ ଜଣେ ବ୍ୟକ୍ତିଙ୍କ ଫଟୋ ବ୍ୟବହାର କରି ଏହି ଲିଙ୍କ୍‌ ପଠାଯାଇଥିଲା। ଉକ୍ତ ଲିଙ୍କ୍‌ରେ କ୍ଲିକ୍‌ କରିବା ମାତ୍ରେ ଚନ୍ଦ୍ରଶେଖରଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍‌ ହୋଇଯାଇଥିଲା। ଏହାପରେ ଚନ୍ଦ୍ରଶେଖରଙ୍କ ବ୍ୟାଙ୍କ ଅଫ୍‌ ବରୋଦା କ୍ରେଡିଟ କାର୍ଡରୁ ପ୍ରଥମ ଥର ୫୧, ୧୮୦ ଓ ଦ୍ବିତୀୟ ଥର ୪୮, ୧୦୯ ଟଙ୍କା କଟିଯାଇଥିଲା। ୨ଥର ଚନ୍ଦ୍ରଶେଖରଙ୍କ ଆକାଉଣ୍ଟରୁ ମୋଟ ୯୯, ୨୮୯ ଟଙ୍କା କଟିଯାଇଥିଲା।
ଚନ୍ଦ୍ରଶେଖରଙ୍କ ଏହି ଟଙ୍କାକୁ ଆମାଜନ୍‌ରୁ ଶପିଂରେ ବ୍ୟବହାର କରାଯାଇଥିବା ସେ ଜାଣିବାକୁ ପାଇଥିଲେ। ଚନ୍ଦ୍ରଶେଖର ଏ ନେଇ ବୁଧବାର ରାତିରେ ଉମରକୋଟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଓ ସାଇବର ଟିମ୍‌ ଘଟଣାର ତଦନ୍ତ କରୁଥିବା ଥାନାଧିକାରୀ ତପନ କୁମାର ପତି ସୂଚନା ଦେଇଛନ୍ତି।

The post ହ୍ବାଟ୍ସଆପ୍‌ ହ୍ୟାକ୍‌କରି ନେଇଗଲେ ୯୯ ହଜାର ଟଙ୍କା appeared first on Dharitri Odia News.