ୟୁଏଇ ରାଷ୍ଟ୍ରପତିଙ୍କୁ ସାଙ୍ଗରେ ଧରି ରୋଡ ଶୋ’ କଲେ ମୋଦି

ରୋଡ ଶୋ’ ପୂର୍ବରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରେ ମୋଦି ରାଷ୍ଟ୍ରପତି ଜାୟେଦଙ୍କୁ ସ୍ୱାଗତ କରିଥିଲେ।

ୟୁଏଇ ରାଷ୍ଟ୍ରପତିଙ୍କୁ ସାଙ୍ଗରେ ଧରି ରୋଡ ଶୋ’ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁଏଇ ରାଷ୍ଟ୍ରପତି ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହୟାନ ଆଜି ଗୁଜରାଟର ଅହମଦାବାଦରେ ବିଶାଳ ରୋଡ ଶୋ’ କରିଛନ୍ତି। ରୋଡ ଶୋ’ ପୂର୍ବରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ଏୟାରପୋର୍ଟରେ ମୋଦି ରାଷ୍ଟ୍ରପତି ଜାୟେଦଙ୍କୁ ସ୍ୱାଗତ କରିଥିଲେ।

ଏୟାରପୋର୍ଟରେ ସ୍ୱାଗତ କରିବା ପରେ ଦୁଇ ନେତା ରୋଡ ଶୋ’ରେ ବାହାରି ଯାଇଥିଲେ। ଏୟାରପୋର୍ଟରୁ ୩ କିମି ଯାଏ ଉଭୟ ନେତା ରୋଡ ଶୋ’ କରିଛନ୍ତି। ଏହି ସମୟରେ ରାସ୍ତାର ଉଭୟ ପାର୍ଶ୍ୱରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦ୍ରା ବ୍ରିଜ ଦେଇ ରୋଡ ଶୋ’ ଶେଷ ହେବା ପରେ ଉଭୟ ଗାନ୍ଧିନଗର ଯାଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ରୋଡ ଶୋ’ ବେଳେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିପାଇଁ ରାସ୍ତା କଡ଼ରେ ଷ୍ଟେଜର ବ୍ୟବସ୍ଥା କରାଯାଇଥିଲା।

ବୁଧବାର ଗୁଜରାଟରେ ଭିବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ସମ୍ମିଳନୀ ଆରମ୍ଭ ହେଉଛି। ଗାନ୍ଧିନଗରର ମହାତ୍ମା ମନ୍ଦିର କନଭେନସନ କେନ୍ଦ୍ରରେ ଏହାର ଅନୁଷ୍ଠିତ ହେବ। ଏହାକୁ ପ୍ରଧାନମନ୍ତ୍ରୀ ମୋଦି ଉଦଘାଟନ କରିବେ। ଏଥିରେ ଯୋଗଦେବାକୁ ରାଷ୍ଟ୍ରପତି ଜାୟେଦ ଭାରତ ଆସିଛନ୍ତି।