ୟୁକେର ଟପ୍‌ ୫୦ ଏସିଆ ସେଲିବ୍ରେଟି ତାଲିକାରେ ଶୀର୍ଷରେ ଦିଲ୍‌ଜିତ ଦୋସାଞ୍ଜ୍

ନୂଆଦିଲ୍ଲୀ: ଏସିଆପର ଟପ ୫୦ ସେଲିବ୍ରେଟିଙ୍କ ତାଲିକାରେ ଶୀର୍ଷରେ ଲୋକପ୍ରିୟ ଗାୟକ ତଥା ଅଭିନେତା ଦିଲ୍‌ଜିତ ଦୋସାଞ୍ଜ। ଡିସେମ୍ବର ୧୧ ତାରିଖ ଲଣ୍ଡନରେ ୟୁନାଇଟେଡ୍ କିଂ ଡମ ପକ୍ଷରୁ ଜାରି ହୋଇଥିବା ଟପ୍ ୫୦ ଏସୀୟ ସେଲିବ୍ରେଟି ତାଲିକାରେ ଦିଲ୍‌ଜିତ ଏକ ନମ୍ବରରେ ରହିଛନ୍ତି। ତାଙ୍କର ମେଗା ଲାଇଭ୍‌ ଶୋ ବକ୍ସ ଅଫିସ୍ କଲେକ୍ସନ ଯୋଗୁ ତାଙ୍କର ଲୋକପ୍ରିୟତା ବଢ଼ି ଯାଇଛି। ଏହି ତାଲିକାରେ ଗତବର୍ଷ ଟପ୍‌ରେ ଥିଲେ ଶାହରୁଖ ଖାନ୍। ହେଲେ ଏବର୍ଷ ୪୦ ବର୍ଷୀୟ ଦିଲ୍‌ଜିତ ତାଙ୍କୁ ପଛରେ ପକାଇ ଦେଇଛନ୍ତି। ୟୁକେର ଖବରକାଗଜର ଇଷ୍ଟର୍ଣ୍ଣ ଆଇ ଶୁକ୍ରବାର ପ୍ରକାଶିତ କରିଥିବା ତାଲିକାରେ ଖାଲି ଶାହରୁଖ କାହିଁକି ଏସିଆ ମହାଦେଶର ଲେଖଙ୍କ ଠାରୁ ଆରମ୍ଭ କରି ସିଙ୍ଗର ଆକ୍ଟର ସମସ୍ତ ପଛରେ ପକାଇ ଦେଇଛନ୍ତି ସେ ।ଏହି ତାଲିକାରେ ଅଲ୍ଲୁ ଅର୍ଜନୁ ତୃତୀୟ ସ୍ଥାନରେ ଥିବା ବେଳେ ବ୍ରିଟିଶ ଆକ୍ଟର ଦେବ ପଟେଲ ଚତୁର୍ଥ ପ୍ରିୟଙ୍କା ଚୋପ୍ରା ଜୋନସ ପଞ୍ଚମ ଥାଲାପତି ବିଜୟ ଷଷ୍ଠ ସପ୍ତମରେ ଅରିଜିତ ସିଂହ ରହିଛନ୍ତି। ସେହିପରି ୮୨ ବର୍ଷୀୟ ଅମିତାଭ ବଚ୍ଚନ ଏବଂ ଲାପତା ଲେଡିସ୍‌ରେ ଭଲ ଅଭିନୟ କରିଥିବା ୧୭ ବର୍ଷୀୟା ନିତାଶିଂ ଗୋୟଲ ତାଲିକାରେ ସ୍ଥାନ ପାଇଛନ୍ତି।  

ୟୁକେର ଟପ୍‌ ୫୦ ଏସିଆ ସେଲିବ୍ରେଟି ତାଲିକାରେ ଶୀର୍ଷରେ ଦିଲ୍‌ଜିତ ଦୋସାଞ୍ଜ୍

ନୂଆଦିଲ୍ଲୀ: ଏସିଆପର ଟପ ୫୦ ସେଲିବ୍ରେଟିଙ୍କ ତାଲିକାରେ ଶୀର୍ଷରେ ଲୋକପ୍ରିୟ ଗାୟକ ତଥା ଅଭିନେତା ଦିଲ୍‌ଜିତ ଦୋସାଞ୍ଜ। ଡିସେମ୍ବର ୧୧ ତାରିଖ ଲଣ୍ଡନରେ ୟୁନାଇଟେଡ୍ କିଂ ଡମ ପକ୍ଷରୁ ଜାରି ହୋଇଥିବା ଟପ୍ ୫୦ ଏସୀୟ ସେଲିବ୍ରେଟି ତାଲିକାରେ ଦିଲ୍‌ଜିତ ଏକ ନମ୍ବରରେ ରହିଛନ୍ତି। ତାଙ୍କର ମେଗା ଲାଇଭ୍‌ ଶୋ ବକ୍ସ ଅଫିସ୍ କଲେକ୍ସନ ଯୋଗୁ ତାଙ୍କର ଲୋକପ୍ରିୟତା ବଢ଼ି ଯାଇଛି। 

ଏହି ତାଲିକାରେ ଗତବର୍ଷ ଟପ୍‌ରେ ଥିଲେ ଶାହରୁଖ ଖାନ୍। ହେଲେ ଏବର୍ଷ ୪୦ ବର୍ଷୀୟ ଦିଲ୍‌ଜିତ ତାଙ୍କୁ ପଛରେ ପକାଇ ଦେଇଛନ୍ତି। ୟୁକେର ଖବରକାଗଜର ଇଷ୍ଟର୍ଣ୍ଣ ଆଇ ଶୁକ୍ରବାର ପ୍ରକାଶିତ କରିଥିବା ତାଲିକାରେ ଖାଲି ଶାହରୁଖ କାହିଁକି ଏସିଆ ମହାଦେଶର ଲେଖଙ୍କ ଠାରୁ ଆରମ୍ଭ କରି ସିଙ୍ଗର ଆକ୍ଟର ସମସ୍ତ ପଛରେ ପକାଇ ଦେଇଛନ୍ତି ସେ ।

ଏହି ତାଲିକାରେ ଅଲ୍ଲୁ ଅର୍ଜନୁ ତୃତୀୟ ସ୍ଥାନରେ ଥିବା ବେଳେ ବ୍ରିଟିଶ ଆକ୍ଟର ଦେବ ପଟେଲ ଚତୁର୍ଥ ପ୍ରିୟଙ୍କା ଚୋପ୍ରା ଜୋନସ ପଞ୍ଚମ ଥାଲାପତି ବିଜୟ ଷଷ୍ଠ ସପ୍ତମରେ ଅରିଜିତ ସିଂହ ରହିଛନ୍ତି। ସେହିପରି ୮୨ ବର୍ଷୀୟ ଅମିତାଭ ବଚ୍ଚନ ଏବଂ ଲାପତା ଲେଡିସ୍‌ରେ ଭଲ ଅଭିନୟ କରିଥିବା ୧୭ ବର୍ଷୀୟା ନିତାଶିଂ ଗୋୟଲ ତାଲିକାରେ ସ୍ଥାନ ପାଇଛନ୍ତି।