୧ ରନ୍‌ ପାଇଁ... ସପ୍ତମ ଥର ନର୍ଭସ ନାଇଣ୍ଟିସ୍‌ର ଶିକାର ହେଲେ ପନ୍ତ, ଅନେକ ରେକର୍ଡରୁ ବଞ୍ଚିତ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି । ଏହି ମୁକାବିଲାରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ଇନିଂସରେ କେବଳ ୪୬ ରନ୍ କରିଥିଲା । ଏହାପରେ ନ୍ୟୁଜିଲାଣ୍ଡ ୪୦୨ ରନ୍ କରି ଇନିଂସ ଆଧାରରେ ୩୫୬ ରନ୍ ଲିଡ୍ ନେଇଥିଲା । ମ୍ୟାଚ୍‌ରେ ପଛରେ ଥିବା ଟିମ୍ ଇଣ୍ଡିଆ ଚତୁର୍ଥ ଦିନରେ ଲଢୁଆ ବ୍ୟାଟିଂ କରିଛି ।ଦ୍ୱିତୀୟ ଇନିଂସରେ ସରଫରାଜ ଖାନ ଦମଦାର ୧୫୦ ରନ୍ କରି ଆଉଟ୍ ହୋଇଥିବା ବେଳେ ୱିକେଟ୍ କିପର ରିଷଭ ପନ୍ତ ମଧ୍ୟ ଚମତ୍କାର ଇନିଂସ ଖେଳି ଆଉଟ୍ ହୋଇଛନ୍ତି । ତେବେ ପନ୍ତ ପାଇଁ ଆଜିର ଦିନ ଅନ୍‌ଲକି ରହିଥିଲା । ପନ୍ତ ନର୍ଭସ୍ ନାଇଣ୍ଟିସ୍‌ରେ ଆଉଟ୍ ହୋଇଛନ୍ତି । ୯୯ ରନ୍ କରି ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ୱିଲିୟମ ଓରୋର୍କେଙ୍କ ବଲରେ ବୋଲ୍ଡ ହୋଇଥିଲେ । କେବଳ ୧ ରନ୍ ପାଇଁ ରିଷଭ ନିଜ ଶତକରୁ ବଞ୍ଚିତ ହୋଇଛି ।ରିଷଭ ପନ୍ତ ଟେଷ୍ଟ କ୍ରିକେଟରେ ସପ୍ତମ ଥର ପାଇଁ ନର୍ଭସ୍ ନାଇଣ୍ଟିସ୍‌ରେ ଆଉଟ୍ ହୋଇଛନ୍ତି । ଯଦି ପନ୍ତ ଆଜି ନିଜ ଶତକ ପୂରଣ କରିଥାନ୍ତେ ତେବେ ଏହା ତାଙ୍କ କ୍ୟାରିୟରର ୧୩ତମ ସେଞ୍ଚୁରି ହୋଇଥାନ୍ତା । ପନ୍ତ ଯଦି ଶତକ ହାସଲ କରିଥାନ୍ତେ ତେବେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସବୁଠୁ ଅଧିକ ଶତକ କରିବାରେ ୱିକେଟ୍ କିପର ବ୍ୟାଟର ହୋଇଥାନ୍ତେ । ବର୍ତ୍ତମାନ ପନ୍ତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ୬-୬

୧ ରନ୍‌ ପାଇଁ... ସପ୍ତମ ଥର ନର୍ଭସ ନାଇଣ୍ଟିସ୍‌ର ଶିକାର ହେଲେ ପନ୍ତ, ଅନେକ ରେକର୍ଡରୁ ବଞ୍ଚିତ

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମୁକାବିଲା ବେଙ୍ଗାଲୁରୁର ଏମ୍.ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଉଛି । ଏହି ମୁକାବିଲାରେ ଟିମ୍ ଇଣ୍ଡିଆ ନିଜର ପ୍ରଥମ ଇନିଂସରେ କେବଳ ୪୬ ରନ୍ କରିଥିଲା । ଏହାପରେ ନ୍ୟୁଜିଲାଣ୍ଡ ୪୦୨ ରନ୍ କରି ଇନିଂସ ଆଧାରରେ ୩୫୬ ରନ୍ ଲିଡ୍ ନେଇଥିଲା । ମ୍ୟାଚ୍‌ରେ ପଛରେ ଥିବା ଟିମ୍ ଇଣ୍ଡିଆ ଚତୁର୍ଥ ଦିନରେ ଲଢୁଆ ବ୍ୟାଟିଂ କରିଛି ।

ଦ୍ୱିତୀୟ ଇନିଂସରେ ସରଫରାଜ ଖାନ ଦମଦାର ୧୫୦ ରନ୍ କରି ଆଉଟ୍ ହୋଇଥିବା ବେଳେ ୱିକେଟ୍ କିପର ରିଷଭ ପନ୍ତ ମଧ୍ୟ ଚମତ୍କାର ଇନିଂସ ଖେଳି ଆଉଟ୍ ହୋଇଛନ୍ତି । ତେବେ ପନ୍ତ ପାଇଁ ଆଜିର ଦିନ ଅନ୍‌ଲକି ରହିଥିଲା । ପନ୍ତ ନର୍ଭସ୍ ନାଇଣ୍ଟିସ୍‌ରେ ଆଉଟ୍ ହୋଇଛନ୍ତି । ୯୯ ରନ୍ କରି ନ୍ୟୁଜିଲାଣ୍ଡର ଫାଷ୍ଟ ବୋଲର ୱିଲିୟମ ଓରୋର୍କେଙ୍କ ବଲରେ ବୋଲ୍ଡ ହୋଇଥିଲେ । କେବଳ ୧ ରନ୍ ପାଇଁ ରିଷଭ ନିଜ ଶତକରୁ ବଞ୍ଚିତ ହୋଇଛି ।

ରିଷଭ ପନ୍ତ ଟେଷ୍ଟ କ୍ରିକେଟରେ ସପ୍ତମ ଥର ପାଇଁ ନର୍ଭସ୍ ନାଇଣ୍ଟିସ୍‌ରେ ଆଉଟ୍ ହୋଇଛନ୍ତି । ଯଦି ପନ୍ତ ଆଜି ନିଜ ଶତକ ପୂରଣ କରିଥାନ୍ତେ ତେବେ ଏହା ତାଙ୍କ କ୍ୟାରିୟରର ୧୩ତମ ସେଞ୍ଚୁରି ହୋଇଥାନ୍ତା । ପନ୍ତ ଯଦି ଶତକ ହାସଲ କରିଥାନ୍ତେ ତେବେ ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସବୁଠୁ ଅଧିକ ଶତକ କରିବାରେ ୱିକେଟ୍ କିପର ବ୍ୟାଟର ହୋଇଥାନ୍ତେ । ବର୍ତ୍ତମାନ ପନ୍ତ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ସହ ୬-୬ ଶତକରେ ବରାବର ଅଛନ୍ତି ।

ଟେଷ୍ଟ କ୍ରିକେଟରେ ରିଷଭ ପନ୍ତଙ୍କ ନର୍ଭସ ନାଇଣ୍ଟିସ୍

ନ୍ୟୁଜିଲାଣ୍ଡ ବିପକ୍ଷରେ ୯୯ ରନ୍, ବେଙ୍ଗାଲୁରୁ, ୨୦୨୪

ବାଂଲାଦେଶ ବିପକ୍ଷରେ ୯୩ ରନ୍, ମୀରପୁର, ୨୦୨୨

ଶ୍ରୀଲଙ୍କା ବିପକ୍ଷରେ ୯୬ ରନ୍, ମୋହାଲି, ୨୦୨୨

ଇଂଲଣ୍ଡ ବିପକ୍ଷରେ ୯୧ ରନ୍, ଚେନ୍ନାଇ, ୨୦୨୧

ଅଷ୍ଟ୍ରେଲିଆ ବିପକ୍ଷରେ ୯୭ ରନ୍, ସିଡନୀ, ୨୦୨୧

ୱେଷ୍ଟଇଣ୍ଡିଜ ବିପକ୍ଷରେ ୯୨ ରନ୍, ହାଇଦ୍ରାବାଦ, ୨୦୧୮

ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୯୨ ରନ୍, ରାଜକୋଟ, ୨୦୧୮

ଟେଷ୍ଟରେ ସର୍ବାଧିକ ଥର ନର୍ଭସ ନାଇଣ୍ଟିସର ଶିକାର (ଭାରତୀୟ ବ୍ୟାଟର)

ସଚିନ ତେନ୍ଦୁଲକର-୧୦

ରାହୁଲ ଦ୍ରାବିଡ଼-୯

ରିଷଭ ପନ୍ତ-୭

ସୁନୀଲ ଗାଭସ୍କାର- ୫

ଏମ୍‌ଏସ୍ ଧୋନୀ-୫

ବୀରେନ୍ଦ୍ର ସେହୱାଗ-୫