୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା
ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର ପ୍ରଥମ ଥର ପାଇଁ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ପୋଲିସ ତାଙ୍କ ଅଭିଯୋଗ କରିଥିବା ବଳାତ୍କାର ଘଟଣାରୁ ପରଦା ଉଠାଇବା ବେଳେ ତାଙ୍କ ଦୁନିଆ ଶେଷ ହୋଇଯାଇଥିଲା। ୭୧ ବର୍ଷିୟ ଡୋମିନିକ ପେଲିକଟ, ଏବଂ ଅନ୍ୟ ୫୦ ଜଣଙ୍କ ବିରୋଧରେ ବଳାତ୍କାର ଅଭିଯୋଗରେ […] The post ୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା appeared first on Dharitri Odia News.
ସ୍ବାମୀ (ବର୍ତ୍ତମାନ ପୂର୍ବତନ)ଙ୍କ ଦ୍ୱାରା ଅଚେତ ଅବସ୍ଥାରେ ଡ୍ରଗ୍ସ ଦେଇ ପ୍ରାୟ ଏକ ଦଶନ୍ଧି ଧରି ବଳାତ୍କାରର ଶିକାର ହୋଇଥିବା ମହିଳା ଜିସେଲେ ପେଲିକାଟ, ଗୁରୁବାର ପ୍ରଥମ ଥର ପାଇଁ କୋର୍ଟରେ ସାକ୍ଷ୍ୟ ଦେଇଛନ୍ତି।
ସେ କହିଛନ୍ତି ଯେ ବର୍ଷ ବର୍ଷ ଧରି ପୋଲିସ ତାଙ୍କ ଅଭିଯୋଗ କରିଥିବା ବଳାତ୍କାର ଘଟଣାରୁ ପରଦା ଉଠାଇବା ବେଳେ ତାଙ୍କ ଦୁନିଆ ଶେଷ ହୋଇଯାଇଥିଲା। ୭୧ ବର୍ଷିୟ ଡୋମିନିକ ପେଲିକଟ, ଏବଂ ଅନ୍ୟ ୫୦ ଜଣଙ୍କ ବିରୋଧରେ ବଳାତ୍କାର ଅଭିଯୋଗରେ ମାମଲା ଚାଲିଛି। ଯାହା ସେମାନଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରିପାରିବ। ସୋମବାରଠାରୁ ଏହି ଶୁଣାଣି ଆରମ୍ଭ ହୋଇ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ ବୋଲି ଆଶା କରାଯାଉଛି।
ସାଧାରଣତଃ ଜଣେ ବଳାତ୍କାର ପୀଡିତାଙ୍କ ପରିଚୟ ପ୍ରକାଶ କରାଯାଏ ନାହିଁ, କିନ୍ତୁ ଜିସେଲଙ୍କ ଓକିଲ ଷ୍ଟେଫେନ ବେବୋନେଓ କହିଛନ୍ତି ଯେ ସେ ତାଙ୍କ ନାମ ପ୍ରକାଶ କରିବାକୁ ଅନୁମତି ଦେଇଛନ୍ତି ଏବଂ ଏମିତି ମାମଲା ସର୍ବସାଧାରଣରେ ଚାଲିବା ଉପରେ ସେ ଜୋର ଦେଇଛନ୍ତି।
ଏହା ଅସହ୍ୟ ବୋଲି ଜିସେଲ ଶାନ୍ତ ଏବଂ ସ୍ପଷ୍ଟ ସ୍ବରରେ କୋର୍ଟଙ୍କୁ କହିଛନ୍ତି। ମୋର କହିବାର ବହୁତ ଅଛି ଯେ ମୁଁ କେଉଁଠାରୁ ଆରମ୍ଭ କରିବି ତାହା ଜାଣେ ନାହିଁ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ ଅଭିଯୁକ୍ତ ମାନେ ମୋତେ ଏକ କଣ୍ଡେଇ ଓ ଅଳିଆ ଗଦାର ବ୍ୟାଗ ଭଳି ବ୍ୟବହାର କରୁଥିଲେ।
The post ୧୦ ବର୍ଷ ଧରି ୫୦ ଲୋକଙ୍କ ଦ୍ୱାରା ସ୍ତ୍ରୀଙ୍କୁ ବଳାତ୍କାର କରାଉଥିଲେ ସ୍ବାମୀ, କୋର୍ଟରେ ଦୁଃଖ ବଖାଣିଲେ ମହିଳା appeared first on Dharitri Odia News.