୧୦ ବର୍ଷ ବଡ଼ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍ କରୁଛନ୍ତି ଫହମାନ୍? ଖବରକୁ ନେଇ…
ବମ୍ବେ:ଟେଲି ଅଭିନେତା ଫହମାନ୍ ଖାନ୍ ପୁଣି ନିଜ ଡେଟିଂ ଲାଇଫ୍କୁ ନେଇ ଚର୍ଚ୍ଚାରେ। ‘ଇମ୍ଲି’ ଫେମ୍ ଏହି ଅଭିନେତା ନିଜଠାରୁ ଦଶ ବର୍ଷ ବଡ଼ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍ କରୁଥିଲେ। ଏଭଳି କିଛି ଖବର ସାମ୍ନାକୁ ଆସିବା ପରେ ଅଭିନେତା ନିଜେ କ’ଣ ସତ ତାହା କହିଛନ୍ତି। ବିଭିନ୍ନ ଶୋ’ କରିବା ସମୟରେ ନାୟିକାମାନଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥାଏ। ଯେମିତିକି ‘ଇମଲି’ ସମୟରେ ସୁମ୍ବୁଲ ତୈାକିର ଖାନ୍ଙ୍କୁ ସେ ଡେଟ୍ କରୁଥିବା କୁହାଯାଉଥିଲା। ହେଲେ […] The post ୧୦ ବର୍ଷ ବଡ଼ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍ କରୁଛନ୍ତି ଫହମାନ୍? ଖବରକୁ ନେଇ… appeared first on Dharitri Odia News.
ବମ୍ବେ:ଟେଲି ଅଭିନେତା ଫହମାନ୍ ଖାନ୍ ପୁଣି ନିଜ ଡେଟିଂ ଲାଇଫ୍କୁ ନେଇ ଚର୍ଚ୍ଚାରେ। ‘ଇମ୍ଲି’ ଫେମ୍ ଏହି ଅଭିନେତା ନିଜଠାରୁ ଦଶ ବର୍ଷ ବଡ଼ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍ କରୁଥିଲେ। ଏଭଳି କିଛି ଖବର ସାମ୍ନାକୁ ଆସିବା ପରେ ଅଭିନେତା ନିଜେ କ’ଣ ସତ ତାହା କହିଛନ୍ତି।
ବିଭିନ୍ନ ଶୋ’ କରିବା ସମୟରେ ନାୟିକାମାନଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥାଏ। ଯେମିତିକି ‘ଇମଲି’ ସମୟରେ ସୁମ୍ବୁଲ ତୈାକିର ଖାନ୍ଙ୍କୁ ସେ ଡେଟ୍ କରୁଥିବା କୁହାଯାଉଥିଲା। ହେଲେ ଦୁହେଁ କେବଳ ଭଲ ବନ୍ଧୁ ବୋଲି କହି ଖବରକୁ ଏଡ଼ାଇ ଯାଇଥିଲେ। ଏବେ ଶ୍ୱେତାଙ୍କ ସହ ଲିଙ୍କଅପ୍କୁ ନେଇ ଫହମାନ ବଡ଼ ବୟାନ ଦେଇଛନ୍ତି।
ଫହମାନ କହିଛନ୍ତି, ଶ୍ୱେତାଙ୍କୁ ସେ ଗୁରୁ ବୋଲି କୁହନ୍ତି, ସେ ତାଙ୍କୁ ‘ସଖୀ’ କହିବାକୁ ପସନ୍ଦ କରନ୍ତି। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଭଲ। ହେଲେ କରୋନା ସମୟରେ ଏକଦା ସେ ଶ୍ୱେତାଙ୍କ ଘରକୁ ଚାଲିଯାଇଥିଲେ। ସେବେଠାରୁ ଗୁଜବ ଉଠୁଛି ଯେ ଆମ ଭିତରେ କିଛି ଚାଲିଛି। ହେଲେ ଆମକୁ ଏଥିରୁ କିଛି ଫରକ ପଡେନା। ଏକଥା ଶୁଣି ଦୁହେଁ ବହୁତ ହସିଛୁ ବୋଲି ସେ କହିଛନ୍ତି।
The post ୧୦ ବର୍ଷ ବଡ଼ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କୁ ଡେଟ୍ କରୁଛନ୍ତି ଫହମାନ୍? ଖବରକୁ ନେଇ… appeared first on Dharitri Odia News.