୧୦୦ ପିଲାଙ୍କୁ ୨ ଶିକ୍ଷକ
ଉମରକୋଟ, ୧୯।୫(ସନ୍ତୋଷ ଶତପଥୀ)ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତିଙ୍କ ଉନ୍ନତି ପାଇଁ ଯୋଜନା କରୁଛନ୍ତି। କିନ୍ତୁ ପିଲାଙ୍କ ପାଠପଢ଼ା ଚୁଲିକୁ ଯିବାକୁ ବସିଲାଣି। ପିଲାଙ୍କୁ ଉନ୍ନତ ଶିକ୍ଷା ଯୋଗାଇ ଦେବାକୁ ସରକାର ଭିତ୍ତିଭୂମି ସୁଧାରୁଛନ୍ତି। କିନ୍ତୁ ଯେଉଁ ଅନୁଷ୍ଠାନରୁ ସେହି ପିଲାଙ୍କୁ ପାଠ ପଢାଇବାକୁ ଶିକ୍ଷୟିତ୍ରୀ ଶିକ୍ଷକ ତିଆରି ହୁଅନ୍ତି ସେହି ଅନୁଷ୍ଠାନକୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି। ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ସରକାରୀ ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନରେ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି। ରାଜ୍ୟ […] The post ୧୦୦ ପିଲାଙ୍କୁ ୨ ଶିକ୍ଷକ appeared first on Dharitri Odia News.
ଉମରକୋଟ, ୧୯।୫(ସନ୍ତୋଷ ଶତପଥୀ)ରାଜ୍ୟ ସରକାର ଅନୁସୂଚିତ ଜାତି ଜନଜାତିଙ୍କ ଉନ୍ନତି ପାଇଁ ଯୋଜନା କରୁଛନ୍ତି। କିନ୍ତୁ ପିଲାଙ୍କ ପାଠପଢ଼ା ଚୁଲିକୁ ଯିବାକୁ ବସିଲାଣି। ପିଲାଙ୍କୁ ଉନ୍ନତ ଶିକ୍ଷା ଯୋଗାଇ ଦେବାକୁ ସରକାର ଭିତ୍ତିଭୂମି ସୁଧାରୁଛନ୍ତି। କିନ୍ତୁ ଯେଉଁ ଅନୁଷ୍ଠାନରୁ ସେହି ପିଲାଙ୍କୁ ପାଠ ପଢାଇବାକୁ ଶିକ୍ଷୟିତ୍ରୀ ଶିକ୍ଷକ ତିଆରି ହୁଅନ୍ତି ସେହି ଅନୁଷ୍ଠାନକୁ ଅବହେଳା କରାଯାଉଥିବା ଅଭିଯୋଗ ହେଉଛି।
ନବରଙ୍ଗପୁର ଜିଲା ଉମରକୋଟସ୍ଥିତ ସରକାରୀ ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନରେ ମାତ୍ର ୨ଜଣ ଶିକ୍ଷକ ଅଛନ୍ତି। ରାଜ୍ୟ ସରକାରଙ୍କ ନିୟମ ହେଲା ନବରଙ୍ଗପୁର ଜିଲାର ଅନୁସୂଚିତ ଜାତି ଓ ଜନ ଜାତିର ମେଧାବୀ ଛାତ୍ରୀଛାତ୍ର ଏହି ଅନୁଷ୍ଠାନରୁ ତାଲିମ ଗ୍ରହଣ କରିବେ। ଏଠାରେ ଅଧ୍ୟକ୍ଷଙ୍କ ସମେତ ୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ନିଯୁକ୍ତି ପାଇବା କଥା। କିନ୍ତୁ ଜଣେ ଶିକ୍ଷୟିତ୍ରୀ ଓ ଅସ୍ଥାୟୀ ଭାବେ ନିଯୁକ୍ତି ପାଇଥିବା ଜଣେ ଶିକ୍ଷକଙ୍କ ଦ୍ୱାରା ପ୍ରଶିକ୍ଷଣ ଦିଆଯାଉଛି। ଯେଉଁଠାରେ ୭ ଜଣ ଶିକ୍ଷୟିତ୍ରୀ ଶିକ୍ଷକ ଶିକ୍ଷାଦାନ କରିବା କଥା ସେଠାରେ ୨ଜଣ ପ୍ରଶିକ୍ଷକ କିପରି ପାଠ ପଢାଇବେ ତାକୁ ନେଇ ବୁଦ୍ଧିଜୀବୀ କ୍ଷୋଭ ପ୍ରକାଶ କରିଛନ୍ତି। ଉମରକୋଟ ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନରେ ପ୍ରାୟ ୨ ବର୍ଷ ହେବ ଶିକ୍ଷାଦାନ ପୂରା ବିପର୍ଯ୍ୟସ୍ତ ହୋଇ ପଡିଛି। ଛାତ୍ରୀଛାତ୍ର ଜିଲାର କୋଣ ଅନୁକୋଣରୁ ପାଠ ପଢିବା ପାଇଁ ଆସୁଛନ୍ତି କିନ୍ତୁ କ୍ଲାସ ହେଉନାହି। ତେଣୁ କୋର୍ସ ମଧ୍ୟ ସରୁନାହି। ଗତ ବର୍ଷ ରାଜ୍ୟ ସରକାର ସମଗ୍ର ଓଡ଼ିଶାରେ ଥିବା ଗୋଷ୍ଠୀ ଶିକ୍ଷା ପ୍ରଶିକ୍ଷଣ କେନ୍ଦ୍ରରେ ଛାତ୍ରୀଛାତ୍ରଙ୍କୁ ଗ୍ରହଣ କରି ନ ଥିଲେ। କିନ୍ତୁ ଚଳିତ ବର୍ଷ ଛାତ୍ରୀଛାତ୍ରଙ୍କ ନାମ ଲେଖାଇ ଥିଲେ। ଫଳରେ ଉମରକୋଟରେ ଥିବା ଏହି ଅନୁଷ୍ଠାନରେ ବର୍ତ୍ତମାନ ୧୦୦ ଜଣ ଛାତ୍ରୀଛାତ୍ର ଅଧ୍ୟୟନରତ। ୧୯୬୦ରେ ଏହି ଅନୁଷ୍ଠାନରେ ଛାତ୍ରାବାସ ତିଆରି ହୋଇଥିଲା। ଯାହାକି ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ସେଠାରେ ଛାତ୍ରମାନେ ରହୁଛନ୍ତି। ଛାତ୍ରୀମାନଙ୍କ ପାଇଁ କୌଣସି ହଷ୍ଟେଲ ସୁବିଧା ନାହିଁ। ଫଳରେ ଗରିବ ମେଧାବୀ ଛାତ୍ରୀମାନେ ଉମରକୋଟ ସହରରେ ଭଡ଼ା ଘରେ ରହି ଖର୍ଚ୍ଚାନ୍ତ ହେଉଛନ୍ତି। ତୁରନ୍ତ ରାଜ୍ୟ ସରକାର ଏହି ଶିକ୍ଷାନୁଷ୍ଠାନରେ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଦାବି ହେଉଛି।
The post ୧୦୦ ପିଲାଙ୍କୁ ୨ ଶିକ୍ଷକ appeared first on Dharitri Odia News.