୧୨ ବର୍ଷ ବୈବାହିକ ଜୀବନକୁ ଭୁଲି ଗଲେ; ଦ୍ୱିତୀୟ ସ୍ତ୍ରୀଙ୍କ ଲାଗି ପ୍ରଥମ ସ୍ତ୍ରୀଙ୍କୁ ମାଡ଼, ଛଡ଼ାଇନେଲେ…

ଦିଗପହଣ୍ଡି,୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର ଉପେନ୍ଦ୍ର ଗୌଡ଼ ତାଙ୍କ ସ୍ତ୍ରୀ ଦ୍ରୌପଦୀ ଗୌଡ଼ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉପେନ୍ଦ୍ର ଗତ ପ୍ରାୟ ୧୨ ବର୍ଷ ପୂର୍ବେ ଦ୍ରୌପଦୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି। ଉପେନ୍ଦ୍ର ପୁଣି କୁକୁଡ଼ାଖଣ୍ଡି ବ୍ଲକ ବାଘଲଟି ଗ୍ରାମର ଅନ୍ୟ ଏକ ଝିଅକୁ ଘରକୁ ଆଣି ଦ୍ୱିତୀୟ ସ୍ତ୍ରୀ ଭାବେ ରଖିଥିବା ଅଭିଯୋଗ ହୋଇଛି। ଏନେଇ ଦ୍ରୌପଦୀ ଦିଗପହଣ୍ଡି ଥାନାରେ ଏତଲା […] The post ୧୨ ବର୍ଷ ବୈବାହିକ ଜୀବନକୁ ଭୁଲି ଗଲେ; ଦ୍ୱିତୀୟ ସ୍ତ୍ରୀଙ୍କ ଲାଗି ପ୍ରଥମ ସ୍ତ୍ରୀଙ୍କୁ ମାଡ଼, ଛଡ଼ାଇନେଲେ… appeared first on Dharitri Odia News.

୧୨ ବର୍ଷ ବୈବାହିକ ଜୀବନକୁ ଭୁଲି ଗଲେ; ଦ୍ୱିତୀୟ ସ୍ତ୍ରୀଙ୍କ ଲାଗି ପ୍ରଥମ ସ୍ତ୍ରୀଙ୍କୁ ମାଡ଼, ଛଡ଼ାଇନେଲେ…

ଦିଗପହଣ୍ଡି,୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ମହୁଡ଼ା ଚାଞ୍ଚଡାପଲ୍ଲୀ ଗ୍ରାମର ଉପେନ୍ଦ୍ର ଗୌଡ଼ ତାଙ୍କ ସ୍ତ୍ରୀ ଦ୍ରୌପଦୀ ଗୌଡ଼ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଉପେନ୍ଦ୍ର ଗତ ପ୍ରାୟ ୧୨ ବର୍ଷ ପୂର୍ବେ ଦ୍ରୌପଦୀଙ୍କୁ ବିବାହ କରିଥିଲେ। ଉଭୟଙ୍କର ଗୋଟିଏ ପୁଅ ଏବଂ ଝିଅ ଅଛନ୍ତି। ଉପେନ୍ଦ୍ର ପୁଣି କୁକୁଡ଼ାଖଣ୍ଡି ବ୍ଲକ ବାଘଲଟି ଗ୍ରାମର ଅନ୍ୟ ଏକ ଝିଅକୁ ଘରକୁ ଆଣି ଦ୍ୱିତୀୟ ସ୍ତ୍ରୀ ଭାବେ ରଖିଥିବା ଅଭିଯୋଗ ହୋଇଛି। ଏନେଇ ଦ୍ରୌପଦୀ ଦିଗପହଣ୍ଡି ଥାନାରେ ଏତଲା ଦେବାପରେ ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୧୯୬/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଗତ ବୁଧବାର ଅପରାହ୍ନ ପ୍ରାୟ ୨ଟାରେ ସ୍ବାମୀ ଉପେନ୍ଦ୍ର, ଶାଶୁ ଯମୁନା ଗୌଡ଼, ନଣନ୍ଦ ସାବିତ୍ରୀ ଗୌଡ଼ ଏବଂ ସୁନାଲି ଗୌଡ଼ ତାଙ୍କୁ ମାଡ଼ ମାରି ଅସଦାଚରଣ କରିବା ସହ ବେକରୁ ମଙ୍ଗଳସୂତ୍ର ଛଡାଇ ନେଇଥିବା ଏତଲାରେ ଉଲ୍ଲେଖ ରହିଛି।

The post ୧୨ ବର୍ଷ ବୈବାହିକ ଜୀବନକୁ ଭୁଲି ଗଲେ; ଦ୍ୱିତୀୟ ସ୍ତ୍ରୀଙ୍କ ଲାଗି ପ୍ରଥମ ସ୍ତ୍ରୀଙ୍କୁ ମାଡ଼, ଛଡ଼ାଇନେଲେ… appeared first on Dharitri Odia News.