୧୨୦ ଘର କ୍ଷୀରମଗଧା ଯାଦବ (ଗୌଡ) ସମାଜର ବାର୍ଷିକ ମହାସଭା
ଝାରସୁଗୁଡା ୨୮/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍କୁଲି ୧୨୦ ଘର କ୍ଷୀରମଗଧା ଯାଦବ (ଗୌଡ) ସମାଜ ଆହ୍ୱାନ କ୍ରମେ ରେଙ୍କୁଲି ଠାରେ ସମାଜର ପ୍ରଥମ ବାର୍ଷିକ ମହାସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା । ରେଙ୍କୁଲି ଗୁଡ଼ିର ସଭାପତି ଲୋଚନ ଗରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବାର୍ଷିକ ମହାସଭା ବୈଠକରେ ଝାରସୁଗୁଡା ଜିଲ୍ଲା ସଭାପତି କୀର୍ତ୍ତନ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା […] The post ୧୨୦ ଘର କ୍ଷୀରମଗଧା ଯାଦବ (ଗୌଡ) ସମାଜର ବାର୍ଷିକ ମହାସଭା appeared first on Odisha.News.

ଝାରସୁଗୁଡା ୨୮/୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରେଙ୍କୁଲି ୧୨୦ ଘର କ୍ଷୀରମଗଧା ଯାଦବ (ଗୌଡ) ସମାଜ ଆହ୍ୱାନ କ୍ରମେ ରେଙ୍କୁଲି ଠାରେ ସମାଜର ପ୍ରଥମ ବାର୍ଷିକ ମହାସଭା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥିଲା । ରେଙ୍କୁଲି ଗୁଡ଼ିର ସଭାପତି ଲୋଚନ ଗରିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ବାର୍ଷିକ ମହାସଭା ବୈଠକରେ ଝାରସୁଗୁଡା ଜିଲ୍ଲା ସଭାପତି କୀର୍ତ୍ତନ ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ଉପ ସଭାପତି ନିତ୍ୟାନନ୍ଦ ବଗାର, ଜିଲ୍ଲା ସମ୍ପାଦକ ସୁରେନ୍ଦ୍ର ବଗାର, ସେନହାମାଲ ଗୁଡ଼ି ଅଶୋକ ବାଗ, ଜିଲ୍ଲା କମିଟିର ବରିଷ୍ଠ ସଦସ୍ୟ ଶଶୀ ଭୂଷଣ ଭୋଇ,ଲଖନପୁର ଶାଖା ସଭାପତି ବନମାଳୀ ବାଗ,ବିଷ୍ଣୁ ଥାପା, ସମ୍ପଦ ମାଝୀ, ବୋଧନ ଜୁଏଡ, ମିତ୍ରଭାନୁ ବଗାର,ଗୋବର୍ଦ୍ଧନ ବାଗ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ ।
ପ୍ରାରମ୍ଭରେ ଆରାଧ୍ୟ ଦେବୀ ମା ସମଲେଶ୍ବରୀଙ୍କୁ ପୂଜକ ବିନୋଦ ଭୋଇ ପୂଜାର୍ଚ୍ଚନା କରିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସମାଜକୁ ସୁଦୃଢ କରିଲେ ଯାଇ ସମାଜର ଉନ୍ନତି ହେବା ସଙ୍ଗେ ସଙ୍ଗେ ଏକ ସୁସ୍ଥ ସମୃଦ୍ଧ ଓ ବିକଶିତ ସମାଜ ଗଠନ ହୋଇ ପାରିବ l ଏଥିପାଇଁ ଶିକ୍ଷା ସଂସ୍କାର ଓ ବୌଦ୍ଧିକ ଜ୍ଞାନର ଆବଶ୍ୟକତା ଅତ୍ୟନ୍ତ ଜରୁରୀ ବୋଲି ନିମନ୍ତ୍ରିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଉକ୍ତ ବୈଠକରେ ଝାରସୁଗୁଡା ଜିଲ୍ଲାର ବିଭିନ୍ନ ପ୍ରାନ୍ତର ସଭାପତି, ଉପ ସଭାପତି, ସମ୍ପାଦକ, ଯାଦବ ସମାଜର କର୍ମକର୍ତ୍ତା ତଥା ମହିଳା ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ । ଶେଷରେ ସମ୍ପାଦକ ପଞ୍ଚାନନ ଥପା ଧନ୍ୟବାଦ ଅର୍ପଣ କରିଥିଲେ । ରେଙ୍କୁଲି ଗୁଡ଼ି ର ସଭାପତି ଶ୍ରୀ ଗରିଆ ଙ୍କ ସମେତ ଉପ ସଭାପତି କୃଷ୍ଣ ମଟିଆରୀ, କୋଷାଧ୍ୟକ୍ଷ ଥଣ୍ଡାରାମ ଗରିଆ,ଦାମୋଦର ଥପା,ପ୍ରସନ୍ନ ଥପା,କଳ୍ପ ଜୁଏଡ଼,ଭୀଷ୍ମ ଗରିଆ, କାନ୍ତି ମଟିଆରୀ, ମୁକୁନ୍ଦ ଗରିଆ, ସ୍ୱପ୍ନ ମାଝୀ ଙ୍କ ସମେତ ରେଙ୍କୁଲି ଗୁଡ଼ି ର ସମସ୍ତ ସଦସ୍ୟ, ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
The post ୧୨୦ ଘର କ୍ଷୀରମଗଧା ଯାଦବ (ଗୌଡ) ସମାଜର ବାର୍ଷିକ ମହାସଭା appeared first on Odisha.News.