୧୨୭ ବର୍ଷ ପରେ ବିଭାଜନ ହେଲା ‘ଗୋଦରେଜ୍’ ପରିବାର

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ପୂର୍ବରୁ ବ୍ୟବସାୟ କ୍ଷେତ୍ରରେ ଯଦି କାହାର ନାମ ସର୍ବପ୍ରଥମେ ଆସେ ତେବେ ସେ ହେଉଛି ‘ଗୋଦରେଜ୍’ । ରିଅଲ୍ ଇଷ୍ଟେଟ୍ ଠାରୁ କଞ୍ଜ୍ୟୁମର ପର୍ଯ୍ୟନ୍ତ ବ୍ୟାପିଛି ଏହି ପରିବାରର ବ୍ୟବସାୟ । ଏବେ  ଏହି ୧୨୭ ବର୍ଷ ପୁରୁଣା ପରିବାରର ବିଭାଜନ ହୋଇଛି । ୨ ଭାଗରେ ବିଭାଜନ ହେଲା ଗୋଦରେଜ୍ ପରିବାରର ବ୍ୟବସାୟ । ସେହିପରି ଦୁଇ ଭାଗରେ ଭାଗ ହୋଇଛି ଗୋଦରେଜ୍ ଗ୍ରୁପ୍ ଅଫ୍ କମ୍ପାନୀର ସବୁ ସମ୍ପତ୍ତି । […]

୧୨୭ ବର୍ଷ ପରେ ବିଭାଜନ ହେଲା ‘ଗୋଦରେଜ୍’ ପରିବାର
godrej

ନୂଆଦିଲ୍ଲୀ: ଭାରତର ସ୍ୱାଧୀନତା ପୂର୍ବରୁ ବ୍ୟବସାୟ କ୍ଷେତ୍ରରେ ଯଦି କାହାର ନାମ ସର୍ବପ୍ରଥମେ ଆସେ ତେବେ ସେ ହେଉଛି ‘ଗୋଦରେଜ୍’ । ରିଅଲ୍ ଇଷ୍ଟେଟ୍ ଠାରୁ କଞ୍ଜ୍ୟୁମର ପର୍ଯ୍ୟନ୍ତ ବ୍ୟାପିଛି ଏହି ପରିବାରର ବ୍ୟବସାୟ । ଏବେ  ଏହି ୧୨୭ ବର୍ଷ ପୁରୁଣା ପରିବାରର ବିଭାଜନ ହୋଇଛି । ୨ ଭାଗରେ ବିଭାଜନ ହେଲା ଗୋଦରେଜ୍ ପରିବାରର ବ୍ୟବସାୟ । ସେହିପରି ଦୁଇ ଭାଗରେ ଭାଗ ହୋଇଛି ଗୋଦରେଜ୍ ଗ୍ରୁପ୍ ଅଫ୍ କମ୍ପାନୀର ସବୁ ସମ୍ପତ୍ତି । ଗୋଟିଏ ପଟେ ଆଦି ଗୋଦରେଜ୍ ଏବଂ ତାଙ୍କ ଭାଇ ଥିବାବେଳେ ଅନ୍ୟ ପଟେ ଆଦି ଗୋଦରେଜ୍‌ଙ୍କ ଦାଦାପୁଅ ସମ୍ପର୍କୀୟ ଭାଇ ଭଉଣୀ ଅଛନ୍ତି।

ଏହି ଭାଗବଣ୍ଟା ବିଷୟରେ ସୂଚନା ଦେଇ, ଗ୍ରୁପ୍ ପକ୍ଷରୁ ଏକ ବିବୃତ୍ତି ଜାରି କର‌ାଯାଇଛି। ଗୋଦରେଜ୍ ଗ୍ରୁପ୍‌ର ପାଞ୍ଚଟି କମ୍ପାନୀ ହେଉଛି ଗୋଦରେଜ୍ ଇଣ୍ଡଷ୍ଟ୍ରିଜ୍, ଗୋଦରେଜ୍ କଞ୍ଜ୍ୟୁମର ପ୍ରଡକ୍ଟ, ଗୋଦରେଜ୍ ପ୍ରପର୍ଟିଜ୍, ଗୋଦରେଜ୍ ଆଗ୍ରୋଭେଟ୍ ଏବଂ ଆଷ୍ଟେକ୍ ଲାଇଫ ସାଇନ୍ସେସ୍ । ଏହି କମ୍ପାନୀଗୁଡିକ ଷ୍ଟକ୍ ମାର୍କେଟରେ ତାଲିକାଭୁକ୍ତ । ଏହି ଭାଗବଣ୍ଟା ନେଇ ଉଭୟ ପରିବାର ମଧ୍ୟ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି।

ଏହି ବିଭାଜନ ପରେ ଆଦି ଗୋଦରେଜ୍ ଏବଂ ତାଙ୍କ ଭାଇ ନାଦିର ଗୋଟିଏ ଅଂଶ ପାଇଛନ୍ତି। ଗ୍ରୁପ୍‌ର ଅନ୍ୟ ଅଂଶ ଆଦି ଗୋଦରେଜ୍‌ଙ୍କ ସମ୍ପର୍କୀୟ ଜାମସେଦ ଗୋଦରେଜ୍ ଏବଂ ଦାଦାଝିଅ ଭଉଣୀ ଗୋଦରେଜ କୃଷ୍ଣାଙ୍କୁ ମିଳିଛି। ଏହି ବିଭାଜନ ପରେ ଉଭୟ ପରିବାର ଗୋଦରେଜ୍ ବ୍ରାଣ୍ଡ ବ୍ୟବହାର ଜାରି ରଖିବେ। ଏହି ଭାଗବଣ୍ଟାରେ ଉଭୟ ପରିବାର ମୁମ୍ବାଇର ଏକ ବଡ ଜମି ଏବଂ ଗୁରୁତ୍ୱପୂର୍ଣ୍ଣ ସମ୍ପତ୍ତି ସହିତ ଗୋଦରେଜ୍ ଆଣ୍ଡ ବୟସ୍ ସହିତ ଜଡିତ କମ୍ପାନୀଗୁଡିକରେ ଅଂଶୀଦାର ହେବେ।