୧୩୩ ବର୍ଷର ରେକର୍ଡ ଭାଙ୍ଗିଲା ବେଙ୍ଗାଲୁରୁ , ଜୁନରେ ଦିନକରେ ସର୍ବାଧିକ ବର୍ଷା

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ରବିବାର ଦିନକରେ ସର୍ବାଧିକ ବର୍ଷା ହୋଇଛି। ଏହି ବର୍ଷା ୧୩୩ ବର୍ଷର ରେକର୍ଡ ଭାଙ୍ଗିଛି। ଜୁନ୍ ୨ରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୧୧୧.୧ ମିମି ବର୍ଷାଜଳ ହୋଇଥିବା ରେକର୍ଡ କରାଯାଇଛି। ଏହା ୧୩୩ ବର୍ଷରେ ସର୍ବାଧିକ। ଶେଷ ଥର ୧୮୯୧ ଜୁନ୍ ୧୬ ତାରିଖରେ ୧୦୧.୬ ମିମି ବର୍ଷାଜଳ ରେକର୍ଡ ହୋଇଥିଲା। ପାଣିପାଗ ବିଭାଗ ଜୁନ୍ ୩ରୁ ୫ ପର୍ଯ୍ୟନ୍ତ ସହରରେ ୟେଲୋ ଆଲର୍ଟ ଜାରି କରିଛନ୍ତି। ଅନ୍ୟପକ୍ଷେ ଦେଶର ଅନ୍ୟ ରାଜ୍ୟ […]

୧୩୩ ବର୍ଷର ରେକର୍ଡ ଭାଙ୍ଗିଲା ବେଙ୍ଗାଲୁରୁ , ଜୁନରେ ଦିନକରେ ସର୍ବାଧିକ ବର୍ଷା

ନୂଆଦିଲ୍ଲୀ : ବେଙ୍ଗାଲୁରୁରେ ରବିବାର ଦିନକରେ ସର୍ବାଧିକ ବର୍ଷା ହୋଇଛି। ଏହି ବର୍ଷା ୧୩୩ ବର୍ଷର ରେକର୍ଡ ଭାଙ୍ଗିଛି। ଜୁନ୍ ୨ରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ୧୧୧.୧ ମିମି ବର୍ଷାଜଳ ହୋଇଥିବା ରେକର୍ଡ କରାଯାଇଛି। ଏହା ୧୩୩ ବର୍ଷରେ ସର୍ବାଧିକ। ଶେଷ ଥର ୧୮୯୧ ଜୁନ୍ ୧୬ ତାରିଖରେ ୧୦୧.୬ ମିମି ବର୍ଷାଜଳ ରେକର୍ଡ ହୋଇଥିଲା। ପାଣିପାଗ ବିଭାଗ ଜୁନ୍ ୩ରୁ ୫ ପର୍ଯ୍ୟନ୍ତ ସହରରେ ୟେଲୋ ଆଲର୍ଟ ଜାରି କରିଛନ୍ତି। ଅନ୍ୟପକ୍ଷେ ଦେଶର ଅନ୍ୟ ରାଜ୍ୟ ଗୁଡ଼ିକରେ ଗ୍ରୀଷ୍ମଲହରୀ ଜନିତ ଅଂଶୁଘାତ ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। କେବଳ ନିର୍ବାଚନ ଡ୍ୟୁଟିରେ ଥାଇ ଅଂଶୁଘାତ ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।