୧୫ ଲକ୍ଷ ବଦଳରେ ୧୫ଶହ ଦେଉଛି ଭାଜପା: ଆଦିତ୍ୟ ଠାକରେ
ମୁମ୍ବାଇ,୨୬।୮: ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ‘ଲାଡକି ବାହିନ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଳା ଟଙ୍କା ଫେରାଇ ଆଣି ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା କଥା କହିଥିବା ଭାଜପା ଏବେ ମାତ୍ର ୧୫୦୦ଟଙ୍କା ଦେଉଛି। ଆଦିତ୍ୟ ଠାକରେ କହିଛନ୍ତି, ‘ଭାଜପାର ଅର୍ଥନୈତିକ ମଡେଲକୁ ଦେଖନ୍ତୁ। ସେମାନେ ଥରେ କହିଥିଲେ ଯେ ସେମାନେ ସମସ୍ତଙ୍କୁ ୧୫ ଲକ୍ଷ ଟଙ୍କା ଦେବେ, ଯାହା ବର୍ତ୍ତମାନ ମାସିକ […] The post ୧୫ ଲକ୍ଷ ବଦଳରେ ୧୫ଶହ ଦେଉଛି ଭାଜପା: ଆଦିତ୍ୟ ଠାକରେ appeared first on Dharitri Odia News.
ମୁମ୍ବାଇ,୨୬।୮: ଶିବସେନା (ୟୁବିଟି) ନେତା ଆଦିତ୍ୟ ଠାକରେ ‘ଲାଡକି ବାହିନ’ ଯୋଜନାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ କଳା ଟଙ୍କା ଫେରାଇ ଆଣି ଲୋକଙ୍କ ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବା କଥା କହିଥିବା ଭାଜପା ଏବେ ମାତ୍ର ୧୫୦୦ଟଙ୍କା ଦେଉଛି।
ଆଦିତ୍ୟ ଠାକରେ କହିଛନ୍ତି, ‘ଭାଜପାର ଅର୍ଥନୈତିକ ମଡେଲକୁ ଦେଖନ୍ତୁ। ସେମାନେ ଥରେ କହିଥିଲେ ଯେ ସେମାନେ ସମସ୍ତଙ୍କୁ ୧୫ ଲକ୍ଷ ଟଙ୍କା ଦେବେ, ଯାହା ବର୍ତ୍ତମାନ ମାସିକ ୧୫୦୦ ଟଙ୍କାକୁ ଖସି ଆସିଛି। ଆମେ କ୍ଷମତାରେ ଥିବାବେଳେ ବିଏମସି ନିକଟରେ ୯୨ ହଜାର କୋଟି ଟଙ୍କା ବ୍ୟାଙ୍କ ଜମା ଥିଲା। ଏବେ ଏକ ଆରଟିଆଇ କ୍ୱେରିରୁ ଜଣାପଡିଛି ଯେ ମ୍ୟୁନସିପାଲିଟି ଦ୍ୱାରା ୨ ହଜାର କୋଟିରୁ ଅଧିକ ଟଙ୍କା ବାହାର କରାଯାଇଛି। ଏହା ହେଉଛି ଭାଜପା ଶାସନର ଆଥିକ ମଡେଲ।
ଠାକୁର ଆହୁରି କହିଛନ୍ତି, ‘ବଢୁଥିବା ଏଫଡିର ବିରୋଧ କରିବା ଭୁଲ ଅଟେ। ମୁମ୍ବାଇର ସମସ୍ତ କାର୍ଯ୍ୟକୁ ଗୋଟିଏ ଶିଳ୍ପପତିଙ୍କୁ ହସ୍ତାନ୍ତର କରିବା ଠିକ ନୁହେଁ। ଏହି ଏଫଡିଗୁଡିକ ଯୋଗୁଁ ଆମେ ସହରରେ ଟିକସ ବୃଦ୍ଧି ନକରି ଦକ୍ଷତାର ସହ କାର୍ଯ୍ୟ କରିବାକୁ ସକ୍ଷମ ଅଟୁ।
ସେ କହିଛନ୍ତି ଯେ ଗତ ଦୁଇ ବର୍ଷ ମଧ୍ୟରେ ଏକନାଥ ଶିନ୍ଦେ ସରକାର ଆରମ୍ଭ କରିଥିବା ପ୍ରକଳ୍ପ ଶେଷ ହୋଇନାହିଁ। ସଡ଼କଗୁଡିକର କଂକ୍ରିଟାଇଜେସନ ବିଚାରାଧୀନ ଅଛି ଏବଂ ଭେଣ୍ଡିଂ ମେଶିନ ଏବଂ ସାନିଟାରୀ ପ୍ୟାଡ ଯୋଗାଣରେ ଦୁର୍ନୀତି ଅଭିଯୋଗ ରହିଛି।
The post ୧୫ ଲକ୍ଷ ବଦଳରେ ୧୫ଶହ ଦେଉଛି ଭାଜପା: ଆଦିତ୍ୟ ଠାକରେ appeared first on Dharitri Odia News.