୧୬ରୁ +୨ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ଜାରି ହେଲା ଏହି ନିୟମାବଳୀ, ଜାଣିରଖନ୍ତୁ…
ଭୁବନେଶ୍ୱର,୧୫ା୨(ଅସମାପିକା ସାହୁ): ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ଏନେଇ ପରୀକ୍ଷାର୍ଥୀଙ୍କ ପାଇଁ ନିୟମାବଳୀ ଜାରି ହୋଇଛି। ଛାତ୍ରୀଛାତ୍ର ଅଧଘଣ୍ଟା ପୂର୍ବରୁ କେନ୍ଦ୍ର ନିକଟରେ ପହଞ୍ଚିବେ, ୧୫ ମିନିଟ ପୂର୍ବରୁ ହଲ୍ରେ ପ୍ରବେଶ କରିବେ, ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ, ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ପାଇବେ, ଉତ୍ତରଖାତାର ସିରିୟଲ ନଂ ଏବଂ ପୃଷ୍ଠାସଂଖ୍ୟା ଭଲଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ […] The post ୧୬ରୁ +୨ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ଜାରି ହେଲା ଏହି ନିୟମାବଳୀ, ଜାଣିରଖନ୍ତୁ… appeared first on Dharitri Odia News.
ଭୁବନେଶ୍ୱର,୧୫ା୨(ଅସମାପିକା ସାହୁ): ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ। ଏନେଇ ପରୀକ୍ଷାର୍ଥୀଙ୍କ ପାଇଁ ନିୟମାବଳୀ ଜାରି ହୋଇଛି। ଛାତ୍ରୀଛାତ୍ର ଅଧଘଣ୍ଟା ପୂର୍ବରୁ କେନ୍ଦ୍ର ନିକଟରେ ପହଞ୍ଚିବେ, ୧୫ ମିନିଟ ପୂର୍ବରୁ ହଲ୍ରେ ପ୍ରବେଶ କରିବେ, ୧୦ ମିନିଟ୍ ପୂର୍ବରୁ ଖାତା ପାଇବେ, ୫ ମିନିଟ୍ ପୂର୍ବରୁ ପ୍ରଶ୍ନପତ୍ର ପାଇବେ, ଉତ୍ତରଖାତାର ସିରିୟଲ ନଂ ଏବଂ ପୃଷ୍ଠାସଂଖ୍ୟା ଭଲଭାବରେ ଦେଖିନେବେ ଏବଂ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ, ପ୍ରଶ୍ନପତ୍ରରେ ପୃଷ୍ଠାସଂଖ୍ୟା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ, ଅତିରିକ୍ତ ସିଟ୍ ଦିଆଯିବ ନାହିଁ, ପ୍ରଶ୍ନପତ୍ରରେ ରୋଲ୍ ନଂ ଛଡ଼ା ଦାଗ ବି ଲଗାଇବେ ନାହିଁ, ନଚେତ୍ ଏମ୍ପି ହୋଇଯିବେ, ଉତ୍ତର ଖାତାରେ ନିଜର ରୋଲ ନଂ, ରେଜିଷ୍ଟ୍ରେଶନ ନଂ ଠିକ୍ ଭାବରେ ଠିକ୍ ଜାଗାରେ ଲେଖିବେ, ପ୍ରଶ୍ନପତ୍ରର ସେଟ୍ କୋଡକୁ ନିର୍ଭୁଲ ଭାବରେ ଲେଖିବେ, ଉପସ୍ଥାନ ଖାତାରେ ନିଜର ରୋଲ୍ ନଂ ଦେଖି ଉପସ୍ଥାନ ଦେବେ, ପରୀକ୍ଷା ହଲକୁ କଳା ବଲ୍ ପେନ ଏବଂ ଆଡ୍ମିଟ୍ କାର୍ଡ ବ୍ୟତୀତ ଅନ୍ୟ ଜିନିଷ ବର୍ଜନୀୟ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
The post ୧୬ରୁ +୨ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ଜାରି ହେଲା ଏହି ନିୟମାବଳୀ, ଜାଣିରଖନ୍ତୁ… appeared first on Dharitri Odia News.