୧୭ ବିଧାୟକଙ୍କୁ ପୁଣି ମିଳିଲା ଟିକେଟ୍, ୨ ବିଧାୟକଙ୍କ କଟିଲା ପତ୍ତା
ଭୁବନେଶ୍ୱର,୨।୪: ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୭ ବିଧାୟକଙ୍କୁ ପୁଣି ଭାଜପା ଭରସା କରିଛି। ଭାଜପା ଟିକେଟରେ ଜିତିଥିବା ୨ ବିଧାୟକଙ୍କ ଟିକେଟ କାଟି ଦେଇଛି ଦଳ। ମାଲକାନଗିରି ଏବଂ ବ୍ରହ୍ମଗିରିରୁ ଟିକେଟ ପାଇ ବିଜୟୀ ହୋଇଥିବା ଦୁଇ ନେତାଙ୍କ ନାଁ ତାଲିକାରେ ନାହିଁ। ପ୍ରଥମ ପର୍ଯ୍ୟାୟରେ ଟିକେଟ ପାଇଥିବା ୧୭ ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଶଙ୍କର ଓରାମ, ନାଉରୀ […] The post ୧୭ ବିଧାୟକଙ୍କୁ ପୁଣି ମିଳିଲା ଟିକେଟ୍, ୨ ବିଧାୟକଙ୍କ କଟିଲା ପତ୍ତା appeared first on Dharitri Odia News.
ଭୁବନେଶ୍ୱର,୨।୪: ଭାଜପା ପ୍ରଥମ ପର୍ଯ୍ୟାୟରେ ୧୧୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏଥିରେ ୧୭ ବିଧାୟକଙ୍କୁ ପୁଣି ଭାଜପା ଭରସା କରିଛି। ଭାଜପା ଟିକେଟରେ ଜିତିଥିବା ୨ ବିଧାୟକଙ୍କ ଟିକେଟ କାଟି ଦେଇଛି ଦଳ। ମାଲକାନଗିରି ଏବଂ ବ୍ରହ୍ମଗିରିରୁ ଟିକେଟ ପାଇ ବିଜୟୀ ହୋଇଥିବା ଦୁଇ ନେତାଙ୍କ ନାଁ ତାଲିକାରେ ନାହିଁ।
ପ୍ରଥମ ପର୍ଯ୍ୟାୟରେ ଟିକେଟ ପାଇଥିବା ୧୭ ବିଧାୟକଙ୍କ ମଧ୍ୟରେ ରହିଛନ୍ତି, ଭବାନୀ ଶଙ୍କର ଭୋଇ, କୁସୁମ ଟେଟେ, ଶଙ୍କର ଓରାମ, ନାଉରୀ ନାୟକ, ଜୟନାରାୟଣ ମିଶ୍ର, ସୁବାସ ପାଣିଗ୍ରାହୀ, ମୋହନ ଚରଣ ମାଝୀ, ଗଣେଶ ରାମ ଖୁଣ୍ଟିଆ, ଭାସ୍କର ମଢେଇ, ସନାତନ ବିଜୁଳି, ପ୍ରକାଶ ସୋରେନ, ସୂର୍ଯ୍ୟବଂଶୀ ସୂରଜ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ପ୍ରଦୀପ୍ତ କୁମାର ନାଏକ, ଜୟନ୍ତ କୁମାର ଷଢ଼ଙ୍ଗୀ, କେ ନାରାୟଣ ରାଓଙ୍କୁ ପୁଣିଥରେ ପ୍ରାର୍ଥୀ କରିଛି ଭାଜପା
The post ୧୭ ବିଧାୟକଙ୍କୁ ପୁଣି ମିଳିଲା ଟିକେଟ୍, ୨ ବିଧାୟକଙ୍କ କଟିଲା ପତ୍ତା appeared first on Dharitri Odia News.