୧୮ କେଜି ଗଞ୍ଜେଇ ଜବତ, ମଧ୍ୟ ପ୍ରଦେଶର ୨ ଯୁବକ ଗିରଫ

ଲୋଇସିଂହା,୧।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ରେଳ ଷ୍ଟେଶନରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ମଧ୍ୟ ପ୍ରଦେଶ ଅଞ୍ଚଳର ୨ ଜଣ ଯୁବକଙ୍କ ନିକଟରୁ ୧୮.୧୧୫ କେଜି ଗଞ୍ଜେଇ ଜବତ କରିଛି ଲୋଇସିଂହା ପୋଲିସ। ଗଞ୍ଜେଇ ଚାଲାଣ ଅଭିଯୋଗରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ଜବଳପୁର ଜିଲା ଘମାପୁର ଥାନା ବଲ୍ଡିକରି କୀ ଦଫାଇ ୱାର୍ଡର ପ୍ରବୀଣ ଚୌଧୁରୀ (୨୦) ଓ ଅର୍ପିତ ପାନିକ(୨୪)। ସୋମବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ […] The post ୧୮ କେଜି ଗଞ୍ଜେଇ ଜବତ, ମଧ୍ୟ ପ୍ରଦେଶର ୨ ଯୁବକ ଗିରଫ appeared first on Dharitri Odia News.

୧୮ କେଜି ଗଞ୍ଜେଇ ଜବତ, ମଧ୍ୟ ପ୍ରଦେଶର ୨ ଯୁବକ ଗିରଫ

ଲୋଇସିଂହା,୧।୧୦(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ରେଳ ଷ୍ଟେଶନରେ ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିବା ମଧ୍ୟ ପ୍ରଦେଶ ଅଞ୍ଚଳର ୨ ଜଣ ଯୁବକଙ୍କ ନିକଟରୁ ୧୮.୧୧୫ କେଜି ଗଞ୍ଜେଇ ଜବତ କରିଛି ଲୋଇସିଂହା ପୋଲିସ। ଗଞ୍ଜେଇ ଚାଲାଣ ଅଭିଯୋଗରେ ସମ୍ପୃକ୍ତ ୨ ଯୁବକଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ମଧ୍ୟପ୍ରଦେଶ ଜବଳପୁର ଜିଲା ଘମାପୁର ଥାନା ବଲ୍ଡିକରି କୀ ଦଫାଇ ୱାର୍ଡର ପ୍ରବୀଣ ଚୌଧୁରୀ (୨୦) ଓ ଅର୍ପିତ ପାନିକ(୨୪)। ସୋମବାର ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି ବୋଲି ଥାନାଅଧିକାରୀ ଯାଜ୍ଞସିନୀ ନାୟକ ଜଣାଇଛନ୍ତି।

ରବିବାର ଅପରାହ୍ନରେ ସମ୍ପୃକ୍ତ ଯୁବକଦ୍ୱୟ ଲୋଇସିଂହା ରେଲୱେ ଷ୍ଟେଶନରେ ୨ଟି ଟ୍ରଲି ବ୍ୟାଗ ଧରି ବୁଲୁଥିବା ନେଇ ଲୋଇସିଂହା ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା। ଆଇଆଇ ନାୟକ ଏବଂ ଷ୍ଟାଫ୍‌ ସେଠାରେ ଚଢାଉ କରି ସମ୍ପୃକ୍ତ ଯୁବକ ଦୟଙ୍କୁ କାବୁ କରି ନେଇଥିଲେ। ପରେ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅସେଶା ବାଗଙ୍କ ଉପସ୍ଥିତିରେ ବ୍ୟାଗ ଯାଞ୍ଚ କରାଯାଇଥିଲା। ୨ଟି ବ୍ୟାଗରୁ ୧୮.୧୧୫ କେଜି ଗଞ୍ଜେଇ ଜବତ କରାଯାଇଥିଲା। ଥାନା କେସ ନଂ ୩୩୯।୨୪ ରେ ଦଫା ୨୦(ବି) (ଆଇଆଇ)(ବି) ଏନଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇଛି।

The post ୧୮ କେଜି ଗଞ୍ଜେଇ ଜବତ, ମଧ୍ୟ ପ୍ରଦେଶର ୨ ଯୁବକ ଗିରଫ appeared first on Dharitri Odia News.