୧୮ରୁ ୨ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ
ପୁରୀ,୧୭ା୧୦( ଅଜିତ୍ କୁମାର ମହାନ୍ତି): କାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ୧୮ ତାରିଖରୁ ଦୁଇଟି ଦ୍ୱାର ଅର୍ଥାତ୍ ସିଂହଦ୍ୱାର ଓ ପଶ୍ଚିମଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିପାରିବେ। ସେହିଭଳି ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାର ପଶ୍ଚିମଦ୍ୱାର, ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାର ଦେଇ ଭକ୍ତମାନେ ପ୍ରସ୍ଥାନ କରିବେ। ସିଂହଦ୍ୱାରରେ ପ୍ରସ୍ଥାନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। କେବଳ ସେବାୟତ ଓ ସେବକଙ୍କ ପରିବାର ସଦସ୍ୟଙ୍କ ପାଇଁ […] The post ୧୮ରୁ ୨ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ appeared first on Dharitri Odia News.
ପୁରୀ,୧୭ା୧୦( ଅଜିତ୍ କୁମାର ମହାନ୍ତି): କାର୍ତ୍ତିକ ମାସକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତା ୧୮ ତାରିଖରୁ ଦୁଇଟି ଦ୍ୱାର ଅର୍ଥାତ୍ ସିଂହଦ୍ୱାର ଓ ପଶ୍ଚିମଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିପାରିବେ। ସେହିଭଳି ସିଂହଦ୍ୱାର ବ୍ୟତୀତ ଅନ୍ୟ ତିନି ଦ୍ୱାର ପଶ୍ଚିମଦ୍ୱାର, ଉତ୍ତରଦ୍ବାର ଓ ଦକ୍ଷିଣଦ୍ବାର ଦେଇ ଭକ୍ତମାନେ ପ୍ରସ୍ଥାନ କରିବେ। ସିଂହଦ୍ୱାରରେ ପ୍ରସ୍ଥାନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି। କେବଳ ସେବାୟତ ଓ ସେବକଙ୍କ ପରିବାର ସଦସ୍ୟଙ୍କ ପାଇଁ ଏହି ବ୍ୟବସ୍ଥା ପ୍ରଯୁଜ୍ୟ ନୁହେଁ ବୋଲି ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।
ଆସନ୍ତା ୧୮ ତାରିଖରୁ ହବିଷିଆଳିମାନେ କାର୍ତ୍ତିକ ବ୍ରତ ଆରମ୍ଭ କରି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ରାଧାଦାମୋଦର ବେଶ ଦର୍ଶନ କରିବେ। ସେଥିପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମେତ ହଜାରହଜାର ହବିଷିଆଳିଙ୍କ ଭିଡ଼ ପରିଲକ୍ଷିତ ହେବ। ଭିଡକୁ ଦୃଷ୍ଟିରେ ରଖିବା ସହ ମହାପ୍ରଭୁଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ଥିବାରୁ ଶୃଙ୍ଖଳିତ ଦର୍ଶନ ପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସାମାଜିକ ଗଣମାଧ୍ୟମରେ କହିଛନ୍ତି। ଏହି ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରିବା ସହ ଦର୍ଶନ ବ୍ୟବସ୍ଥାରେ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପାଢ଼ୀ। ତେବେ ଏହି ନୂଆ ଦର୍ଶନ ବ୍ୟବସ୍ଥା କେତେଦିନ ଧରି ଚାଲିବ ସେନେଇ କୌଣସି ସ୍ପଷ୍ଟ ସୂଚନା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରଦାନ କରାଯାଇନାହିଁ।
The post ୧୮ରୁ ୨ ଦ୍ୱାରରେ ଶ୍ରୀମନ୍ଦିର ପ୍ରବେଶ appeared first on Dharitri Odia News.