୧୯ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଅସହ୍ୟ ଗରମ, ୧୩ ଜିଲ୍ଲା ପାଇଁ ୟେଲୋ ଓ୍ଵାର୍ଣ୍ଣିଂ ଜାରି
ଭୁବନେଶ୍ଵର: ଆସନ୍ତାକାଲି ସୁଦ୍ଧା ଆଣ୍ଡାମାନ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । IMD ଏଭଳି ସୂଚନା ଦେଇଛି । କାରଣ ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ରହିଛି ପାଗ । ସେପଟେ ରାଜ୍ୟରେ କିନ୍ତୁ ଅସହ୍ୟ ଗରମ ଗୁଳୁଗୁଳି ଜନଜବୀନକୁ ଅସ୍ତବ୍ୟସ୍ତ କରିଛି । ୧୯ ତାରିଖ ପର୍ଯ୍ୟନ୍ତ ଏଭଳି ଗରମ ଜାରି ରହିବା ସହ କାଁ ଭାଁ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି। ଆସନ୍ତାକାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପ ସାଗର ଏବଂ ଆଣ୍ଡାମାନ ନିକୋବର ଦୀପପୁଞ୍ଜର କିଛି ଅଞ୍ଚଳକୁ ଛୁଇଁବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସ୍ଥିତି ସମ୍ପୂର୍ଣ ଅନୁକୂଳ ରହିଛି ବୋଲି ଆଇଏମଡି ଟ୍ବିଟ୍ କରିଛି । ଚଳିତ ବର୍ଷ ମୌସୁମୀ ସ୍ବାଭାବିକ୍ ରହିବ ବୋଲି ପୂର୍ବରୁ ସୂଚନା ଜାରି କରାଯାଇଥିଲା। ଏପଟେ ରାଜ୍ୟରେ କିନ୍ତୁ ସ୍ଥିତି ପୂରା ଅଲଗା ।Also read: ଓଡ଼ିଶାରେ ଆରଏସଏସ ମୁଖ୍ୟ ମୋହନ ଭାଗବତଆକାଶରୁ ହେଉଛି ଅଗ୍ନିବର୍ଷା ।ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ୧୯ ତାରିଖ ଯାଏଁ ଅସହ୍ୟ ଗରମ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଯାଏ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।ଆଗକୁ ଅସମ୍ଭାଳ ତାତିର ସମ୍ଭାବନା ଥିବା ବେଳେ ୨ ଦିନ ଭିତରେ ୨ ରୁ ୩
ଭୁବନେଶ୍ଵର: ଆସନ୍ତାକାଲି ସୁଦ୍ଧା ଆଣ୍ଡାମାନ ଛୁଇଁପାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । IMD ଏଭଳି ସୂଚନା ଦେଇଛି । କାରଣ ମୌସୁମୀ ଅଗ୍ରସର ପାଇଁ ଅନୁକୂଳ ରହିଛି ପାଗ । ସେପଟେ ରାଜ୍ୟରେ କିନ୍ତୁ ଅସହ୍ୟ ଗରମ ଗୁଳୁଗୁଳି ଜନଜବୀନକୁ ଅସ୍ତବ୍ୟସ୍ତ କରିଛି । ୧୯ ତାରିଖ ପର୍ଯ୍ୟନ୍ତ ଏଭଳି ଗରମ ଜାରି ରହିବା ସହ କାଁ ଭାଁ କିଛି ସ୍ଥାନରେ କାଳବୈଶାଖୀ ସମ୍ଭାବନା ରହିଛି।
ଆସନ୍ତାକାଲି ଆଣ୍ଡାମାନ ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପ ସାଗର ଏବଂ ଆଣ୍ଡାମାନ ନିକୋବର ଦୀପପୁଞ୍ଜର କିଛି ଅଞ୍ଚଳକୁ ଛୁଇଁବ ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଣିପାଗ ସ୍ଥିତି ସମ୍ପୂର୍ଣ ଅନୁକୂଳ ରହିଛି ବୋଲି ଆଇଏମଡି ଟ୍ବିଟ୍ କରିଛି । ଚଳିତ ବର୍ଷ ମୌସୁମୀ ସ୍ବାଭାବିକ୍ ରହିବ ବୋଲି ପୂର୍ବରୁ ସୂଚନା ଜାରି କରାଯାଇଥିଲା। ଏପଟେ ରାଜ୍ୟରେ କିନ୍ତୁ ସ୍ଥିତି ପୂରା ଅଲଗା ।
Also read: ଓଡ଼ିଶାରେ ଆରଏସଏସ ମୁଖ୍ୟ ମୋହନ ଭାଗବତ
ଆକାଶରୁ ହେଉଛି ଅଗ୍ନିବର୍ଷା ।ଅସହ୍ୟ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । ୧୯ ତାରିଖ ଯାଏଁ ଅସହ୍ୟ ଗରମ ଅନୁଭୁତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଗାମୀ ୫ ଯାଏ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ ।ଆଗକୁ ଅସମ୍ଭାଳ ତାତିର ସମ୍ଭାବନା ଥିବା ବେଳେ ୨ ଦିନ ଭିତରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବଢି ୪୪ ଡିଗ୍ରୀ ଟପିବାର ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟା ପାଇଁ ଉପକୂଳ ଓଡ଼ିଶା ଓ ତାର ପାର୍ଶ୍ବବର୍ତ୍ତୀ ୧୩ ଜିଲ୍ଲା ବାଲେଶ୍ବର, ମୟୁରଭଞ୍ଜ ,କେନ୍ଦୁଝର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଗଞ୍ଜାମ ଓ ଗଜପତିକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ସେପଟେ ରାଜ୍ୟର କାଁଭାଁ କିଛି ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି ।
ଆସନ୍ତା ୨୪ ଘଣ୍ଟାରେ ମୟୁରଭଞ୍ଜ,କୋରାପୁଟ ରାୟଗଡା ଗଜପତି ଗଂଜାମ,ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ସୁନ୍ଦରଗଡ ଝାରସୁଗୁଡା ଓ ମାଲକାନଗିରିର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ ହାଲୁକରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ମାତ୍ରାଧିକ ଆଦ୍ରତା କାରଣରୁ ଗୁଳୁଗୁଳି ଓ ଗରମ ଅଧିକ ହେଉଛି। ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁରରେ ସର୍ବାଧିକ ୪୩.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି କୋରାପୁଟ ରେ ସର୍ବାଧିକ ୧୫.୨ ମିମି ବର୍ଷା ହୋଇଛି।