୧୯୫୧ରୁ ଆଜି ଯାଏ: ୭୧,୦୦୦ ଲୋକସଭା ପ୍ରାର୍ଥୀ ହରାଇଛନ୍ତି ନିଜ ଅମାନତ, ଜାଣନ୍ତୁ କୁଆଡେ ଯାଏ ଏହି ଟଙ୍କା

ନୂଆଦିଲ୍ଲୀ: ଦେଶରେ ୧୯୫୧ ମସିହାରେ ହୋଇଥିବା ପ୍ରଥମ ଥର ଲୋକସଭା ନିର୍ବାଚନରୁ ଗତ ନିର୍ବାଚନ ଯାଏ ମୋଟ ୭୧ ହଜାରରୁ ଅଧିକ ପ୍ରାର୍ଥୀ ଭୋଟିଂର ଅତି କମରେ ଏକ ଷଷ୍ଠାଂଶ ଭୋଟ ହାସଲ କରିପାରି ନାହାନ୍ତି । ଏହି କାରଣରୁ ସେମାନଙ୍କୁ ନିଜ ଅମାନତ ହରାଇବାକୁ ପଡ଼ିଛି । ନିର୍ବାଚନ ଆୟୋଗଙ୍କ ଡାଟା ବିଶ୍ଲେଷଣରୁ ଏହି ସୂଚନା ମିଳିଛି । ୨୦୧୯ର ଲୋକସଭା ନିର୍ବାଚନରେ ୮୬ ପ୍ରତିଶତ ପ୍ରାର୍ଥୀ ନିଜ ଅମାନତ ହରାଇଥିଲେ ।ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ, ଯେଉଁ ପ୍ରାର୍ଥୀ ମୋଟ ଭୋଟିଂର ଏକ ଷଷ୍ଠାଂଶ ହାସଲ କରିବାରେ ବିଫଳ ହୁଅନ୍ତି, ସେମାନେ ନିଜ ଜମା ରାଶି ହରାଇଥାନ୍ତି ଏବଂ ସେହି ଟଙ୍କା ରାଜକୋଷରେ ଜମା କରାଯାଇଥାଏ । ପ୍ରଥମ ଲୋକସଭା ନିର୍ବାଚନରୁ ୨୦୧୯ ଯାଏ ମୋଟ ୯୧,୧୬୦ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଥିଲେ, ଯେଉଁଥିରୁ ୭୧,୨୪୬ ପ୍ରାର୍ଥୀ ନିଜ ଡିପୋଜିଟ୍ ହରାଇଛନ୍ତି । ଏହା ସଂଖ୍ୟା ମୋଟ ପ୍ରାର୍ଥୀଙ୍କ ୭୫ ପ୍ରତିଶତ ଅଟେ । ୧୯୫୧ ନିର୍ବାଚନରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ଜମା ରାଶି ୫୦୦ ଟଙ୍କା ଏବଂ ଏସଟି/ଏସସି ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଥିଲା । ଏହା ଏବେ ବଢି ଯଥାକ୍ରମେ ୨୫ ହଜାର ଏବଂ ୧୨,୫୦୦ ଟଙ୍କା ହୋଇଛି । ରାଜନୀତିକ ବିଶ୍ଲେଷକଙ୍କ କହିବା ଅନୁସାରେ ଅମାନତ ବଞ୍ଚାଇବା ପ୍ରାର୍ଥୀଙ୍କ ପାଇଁ ବର୍ଗର ବିଷୟ ହୋଇଥାଏ, ଅନ୍ୟପଟେ ଅମାନତ ହରାଇବାକୁ ଲଜ୍ଜାଜନକ ବୋଲି କୁହାଯାଇଥାଏ ।୨୦୧୯ ଲୋକସଭା ନିର୍ବାଚନ

୧୯୫୧ରୁ ଆଜି ଯାଏ: ୭୧,୦୦୦ ଲୋକସଭା ପ୍ରାର୍ଥୀ ହରାଇଛନ୍ତି ନିଜ ଅମାନତ, ଜାଣନ୍ତୁ କୁଆଡେ ଯାଏ ଏହି ଟଙ୍କା

ନୂଆଦିଲ୍ଲୀ: ଦେଶରେ ୧୯୫୧ ମସିହାରେ ହୋଇଥିବା ପ୍ରଥମ ଥର ଲୋକସଭା ନିର୍ବାଚନରୁ ଗତ ନିର୍ବାଚନ ଯାଏ ମୋଟ ୭୧ ହଜାରରୁ ଅଧିକ ପ୍ରାର୍ଥୀ ଭୋଟିଂର ଅତି କମରେ ଏକ ଷଷ୍ଠାଂଶ ଭୋଟ ହାସଲ କରିପାରି ନାହାନ୍ତି । ଏହି କାରଣରୁ ସେମାନଙ୍କୁ ନିଜ ଅମାନତ ହରାଇବାକୁ ପଡ଼ିଛି । ନିର୍ବାଚନ ଆୟୋଗଙ୍କ ଡାଟା ବିଶ୍ଲେଷଣରୁ ଏହି ସୂଚନା ମିଳିଛି । ୨୦୧୯ର ଲୋକସଭା ନିର୍ବାଚନରେ ୮୬ ପ୍ରତିଶତ ପ୍ରାର୍ଥୀ ନିଜ ଅମାନତ ହରାଇଥିଲେ ।

ନିର୍ବାଚନ ଆୟୋଗଙ୍କ ନିୟମ ଅନୁସାରେ, ଯେଉଁ ପ୍ରାର୍ଥୀ ମୋଟ ଭୋଟିଂର ଏକ ଷଷ୍ଠାଂଶ ହାସଲ କରିବାରେ ବିଫଳ ହୁଅନ୍ତି, ସେମାନେ ନିଜ ଜମା ରାଶି ହରାଇଥାନ୍ତି ଏବଂ ସେହି ଟଙ୍କା ରାଜକୋଷରେ ଜମା କରାଯାଇଥାଏ । ପ୍ରଥମ ଲୋକସଭା ନିର୍ବାଚନରୁ ୨୦୧୯ ଯାଏ ମୋଟ ୯୧,୧୬୦ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା କରିଥିଲେ, ଯେଉଁଥିରୁ ୭୧,୨୪୬ ପ୍ରାର୍ଥୀ ନିଜ ଡିପୋଜିଟ୍ ହରାଇଛନ୍ତି । ଏହା ସଂଖ୍ୟା ମୋଟ ପ୍ରାର୍ଥୀଙ୍କ ୭୫ ପ୍ରତିଶତ ଅଟେ । 

୧୯୫୧ ନିର୍ବାଚନରେ ସାଧାରଣ ବର୍ଗର ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ଜମା ରାଶି ୫୦୦ ଟଙ୍କା ଏବଂ ଏସଟି/ଏସସି ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଥିଲା । ଏହା ଏବେ ବଢି ଯଥାକ୍ରମେ ୨୫ ହଜାର ଏବଂ ୧୨,୫୦୦ ଟଙ୍କା ହୋଇଛି । ରାଜନୀତିକ ବିଶ୍ଲେଷକଙ୍କ କହିବା ଅନୁସାରେ ଅମାନତ ବଞ୍ଚାଇବା ପ୍ରାର୍ଥୀଙ୍କ ପାଇଁ ବର୍ଗର ବିଷୟ ହୋଇଥାଏ, ଅନ୍ୟପଟେ ଅମାନତ ହରାଇବାକୁ ଲଜ୍ଜାଜନକ ବୋଲି କୁହାଯାଇଥାଏ ।

୨୦୧୯ ଲୋକସଭା ନିର୍ବାଚନରେ ସବୁଠୁ ଅଧିକ ବିଏସପି ପ୍ରାର୍ଥୀଙ୍କ ଡିପୋଜିଟ୍ ଜବତ ହୋଇଥିଲା । ବିଏସପି ୩୮୩ ଆସନରେ ପ୍ରାର୍ଥୀ ଦେଇଥିଲା, ଯେଉଁଥିରୁ ୩୪୫ ଜଣ ନିଜ ଅମାନତ ହରାଇଥିଲେ । ଏହାପରେ କଂଗ୍ରେସ ରହିଛି ଯିଏ ୪୨୧ ଆସନରେ ପ୍ରାର୍ଥୀ ଦେଇଥିଲା ଏବଂ ୧୪୮ ଆସନରେ ଏହାର ପ୍ରାର୍ଥୀ ଅମାନତ ହରାଇଥିଲେ । 

ପଢନ୍ତୁ: ‘କଂଗ୍ରେସକୁ ଭୋଟ ଦେଇ କିଛି ଲାଭ ନାହିଁ, ଯଦି ଜିତି ବି ଯାଆନ୍ତି ତେବେ ବିଜେପିରେ ଆସି ମିଶିବେ’: ସିଏମ୍ ହିମନ୍ତ ବିଶ୍ୱ ଶର୍ମା

ଡାଟା ଅନୁସାରେ ବିଜେପିର ୫୧ ଜଣ ପ୍ରାର୍ଥୀ ନିଜ ଡିପୋଜିଟ୍ ହରାଇଥିଲେ । ଭାରତୀୟ କମ୍ୟୁନିଷ୍ଟଟ ପାର୍ଟିର ୪୯ରୁ ୪୧ ପ୍ରାର୍ଥୀ ଅମାନତ ହରାଇଥିଲେ । ୧୯୫୧-୫୨ରେ ହୋଇଥିବା ପ୍ରଥମ ଲୋକସଭା ନିର୍ବାଚନରେ ପ୍ରାୟ ୪୦ ପ୍ରତିଶତ ପ୍ରାର୍ଥୀ ନିଜ ଡିପୋଜିଟ୍ ହରାଇଥିଲେ । ନିର୍ବାଚନରେ ୧୮୭୪ ଜଣ ଛିଡ଼ା ହୋଇଥିଲେ, ଯେଉଁଥିରୁ ୭୪୫ ଜଣଙ୍କ ଜମା ରାଶି ଜବତ ହୋଇଥିଲା । 

୧୧ତମ ଲୋକସଭା ପାଇଁ ୧୯୯୬ରେ ହୋଇଥିବା ନିର୍ବାଚନରେ ମୋଟ ୯୧ ପ୍ରତିଶତ ଅର୍ଥାତ୍ ୧୩,୯୫୨ରୁ ୧୨,୬୮୮ ପ୍ରାର୍ଥୀ ନିଜ ଅମାନତ ହରାଇଥିଲେ । ଏହି ନିର୍ବାଚନ ସବୁଠୁ ଅଧିକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଥିଲେ । ୨୦୦୯ ନିର୍ବାଚନରେ ୮୦୭୦ରୁ ୬୮୨୯ ଅର୍ଥାତ୍ ୮୫ ପ୍ରତିଶତ ପ୍ରାର୍ଥୀଙ୍କ ଡିପୋଜିଟ୍ ଜବତ ହୋଇଥିଲା । ଏହା ଦର୍ଶାଉଛି ଯେ ଅମାନତ ହରାଇବା ପରେ ବି ନେତାଙ୍କ ଲୋକସଭା ନିର୍ବାଚନ ଲଢିବା ଇଚ୍ଛା ଉପରେ ପ୍ରତିକୂଳ ପ୍ରଭାବ ପଡ଼ି ନାହିଁ । ରେକର୍ଡ ଅନୁସାରେ ରାଷ୍ଟ୍ରୀୟ ଦଳର ପ୍ରାର୍ଥୀ ନିଜ ଅମାନତ ରାଶି ବଞ୍ଚାଇବାରେ ଭଲ ପ୍ରଦର୍ଶନ କରିଛନ୍ତି । ପ୍ରଥମ ଲୋକସଭା ନିର୍ବାଚନରେ, ରାଷ୍ଟ୍ରୀୟ ଦଳଙ୍କ ୧,୨୧୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ ପ୍ରତିଶତ ବା ୩୪୪ ଜଣଙ୍କ ଜମା ରାଶି ଜବତ ହୋଇଥିଲା ।