୨ ନାବାଳକ ଭାଇ ହତ୍ୟା ସାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ୨୪ ଥର ଛୁରି ଭୁସି କରାଯାଇଛି ହତ୍ୟା

ବଦାୟୁଁ,୨୨।୩: ଉତ୍ତରପ୍ରଦେଶର ବଦାୟୁଁରେ ୨ ନାବାଳକ ଭାଇ ହତ୍ୟା ମାମଲାର ବ୍ୟବଚ୍ଛେଦ ରିପୋର୍ଟ ପରିବାର ଲୋକଙ୍କୁ ହସ୍ତଗତ ହୋଇଛି। ମୃତ ଆୟୁଷଙ୍କ ଶରୀରରେ ୧୩ ଥର ଛୁରି ଭୁସାଯାଇଥିବା ବେଳେ ସାନଭାଇ ଆୟାନଙ୍କୁ ୧୧ଥର ଛୁରିମାଡ଼ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏପରିକି ବେକ, ଛାତି ଏବଂ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ କ୍ଷତଚିହ୍ନ ରହିଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପକ୍ଷେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ବେଳେ ତାଙ୍କ ଭାଇ […] The post ୨ ନାବାଳକ ଭାଇ ହତ୍ୟା ସାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ୨୪ ଥର ଛୁରି ଭୁସି କରାଯାଇଛି ହତ୍ୟା appeared first on Dharitri Odia News.

୨ ନାବାଳକ ଭାଇ ହତ୍ୟା ସାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ୨୪ ଥର ଛୁରି ଭୁସି କରାଯାଇଛି ହତ୍ୟା

ବଦାୟୁଁ,୨୨।୩: ଉତ୍ତରପ୍ରଦେଶର ବଦାୟୁଁରେ ୨ ନାବାଳକ ଭାଇ ହତ୍ୟା ମାମଲାର ବ୍ୟବଚ୍ଛେଦ ରିପୋର୍ଟ ପରିବାର ଲୋକଙ୍କୁ ହସ୍ତଗତ ହୋଇଛି। ମୃତ ଆୟୁଷଙ୍କ ଶରୀରରେ ୧୩ ଥର ଛୁରି ଭୁସାଯାଇଥିବା ବେଳେ ସାନଭାଇ ଆୟାନଙ୍କୁ ୧୧ଥର ଛୁରିମାଡ଼ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ଏପରିକି ବେକ, ଛାତି ଏବଂ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ କ୍ଷତଚିହ୍ନ ରହିଛି ବୋଲି ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି।

ଅନ୍ୟପକ୍ଷେ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଏନ୍‌କାଉଣ୍ଟରରେ ନିହତ ହୋଇଥିବା ବେଳେ ତାଙ୍କ ଭାଇ ବରେଲି ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସ ତାଙ୍କୁ ଗିରଫ କରିଛି। ହତ୍ୟାକାଣ୍ଡ ପରେ ମୁଖ୍ୟ ଅଭିଯୁକ୍ତ ସାଜିଦଙ୍କ ଭାଇ ଜାଭେଦ ଫେରାର ଥିଲେ। ଆତ୍ମସମର୍ପଣ ପରେ ତାଙ୍କୁ ଜେରା ପାଇଁ ବଦାୟୁଁ ଅଣାଯାଇଥିବା ଏସ୍‌ପି ଆଲୋକ ପ୍ରିୟଦର୍ଶୀ କହିଛନ୍ତି। ହତ୍ୟାକାଣ୍ଡ ପରେ ସେ ଦିଲ୍ଲୀ ପଳାଇଥିଲେ ବୋଲି ପୋଲିସକୁ କହିଛନ୍ତି।

ଏନ୍‌କାଉଣ୍ଟରରେ ସାଜିଦ ନିହତ ହେବା ପରେ ତାଙ୍କ ମା’ ନଜନିନ୍‌ ପ୍ରତିକ୍ରିୟାରେ କହିଛନ୍ତି, ଦୁଇ ନିରୀହ ଶିଶୁଙ୍କ ମୃତ୍ୟୁରେ ପରିବାରର ଦୁଃଖ ବୁଝିପାରୁଛି। ପୁଅ ଭୁଲ୍‌ କରିଥାଏ, ତେବେ ଏନ୍‌କାଉଣ୍ଟରରେ ମରିବା ଯୁକ୍ତିଯୁକ୍ତ ବୋଲି ନଜନିନ କହିଛନ୍ତି।

The post ୨ ନାବାଳକ ଭାଇ ହତ୍ୟା ସାମଲାର ଆସିଲା ବ୍ୟବଚ୍ଛେଦ ରିପୋର୍ଟ: ୨୪ ଥର ଛୁରି ଭୁସି କରାଯାଇଛି ହତ୍ୟା appeared first on Dharitri Odia News.