୨ ସେନା ଅଧିକାରୀଙ୍କୁ ମାଡ଼ମାରି ଲୁଟ, ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ
ଇନ୍ଦୋର: କୋଲକାତା ଦୁଷ୍କର୍ମ ମାମଲାର ତାତି ଥମି ନଥିବାବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସମ୍ନାକୁ ଆସିଛି । ଦେଶକୁ ସୁରକ୍ଷା ଦେଉଥିବା ସେନା ଅଧିକାରୀ ନିଜେ ଅସୁରକ୍ଷିତ ହୋଇପଡିଛନ୍ତି। ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତୀ ପାରି ନାହାନ୍ତି ୨ସେନା ଅଧିକାରୀ । ବନ୍ଧୁକ ମୁନରେ ୨ ଟ୍ରେନିଂ ସେନା ଅଧିକାରୀଙ୍କୁ ମାଡ଼ ମାରି ଲୁଟ କରାଯାଇ ସେମାନଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଇନ୍ଦୋରଠାରୁ ୫୦ କିଲୋମିଟର ଦୂର ଐତିହାସିକ […]

ଇନ୍ଦୋର: କୋଲକାତା ଦୁଷ୍କର୍ମ ମାମଲାର ତାତି ଥମି ନଥିବାବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ସମ୍ନାକୁ ଆସିଛି । ଦେଶକୁ ସୁରକ୍ଷା ଦେଉଥିବା ସେନା ଅଧିକାରୀ ନିଜେ ଅସୁରକ୍ଷିତ ହୋଇପଡିଛନ୍ତି। ଦୁର୍ବୃତ୍ତଙ୍କ କବଳରୁ ବର୍ତ୍ତୀ ପାରି ନାହାନ୍ତି ୨ସେନା ଅଧିକାରୀ । ବନ୍ଧୁକ ମୁନରେ ୨ ଟ୍ରେନିଂ ସେନା ଅଧିକାରୀଙ୍କୁ ମାଡ଼ ମାରି ଲୁଟ କରାଯାଇ ସେମାନଙ୍କ ବାନ୍ଧବୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟପ୍ରଦେଶର ଇନ୍ଦୋରଠାରୁ ୫୦ କିଲୋମିଟର ଦୂର ଐତିହାସିକ ଜାମ ଗେଟ୍ ନିକଟରେ ଏଭଳି ଲଜ୍ଜାଜନକ ଘଟଣା ଘଟିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଇନ୍ଦୋର ନିକଟସ୍ଥ ମହୋ ଆର୍ମି କଲେଜରେ ଟ୍ରେନିଂ ନେଉଥିବା ଦୁଇ ଟ୍ରେନିଂ ସେନା ଅଧିକାରୀ ଦୁଇ ଜଣ ବାନ୍ଧବୀଙ୍କ ସହ ମହୋ-ମାଣ୍ଡଲେଶ୍ଵର ରାସ୍ତାରେ ଥିବା ଅହଲ୍ୟା ଗେଟ୍ ବୁଲିବାକୁ ଯାଇଥିଲେ। । ରାତି ପ୍ରାୟ ୨ଟା ୩୦ରେ ଜଣେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀ ନିକଟରେ ଥିବା ଏକ ପାହାଡ଼ ଉପରେ ଥିବା ବେଳେ ଅନ୍ୟ ଦୁଇ ଜଣ କାର ଭିତରେ ଥିଲେ। ଏହି ସମୟରେ ୬/୭ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ସହିତ କାରରେ ଥିବା ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ମାଡ଼ ମାରିଥିଲେ। ତଳେ ପାଟି ଶୁଣି ଅନ୍ୟ ସେନା ଅଧିକାରୀ ଜଣକ ସେଠାକୁ ଆସିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ମାଡ଼ ମାରିବା ସହିତ ୧୦ ଲକ୍ଷ ଟଙ୍କା ଦେବାକୁ କହିଥିଲେ। ଏହି ସମୟରେ କାରରେ ଥିବା ସେନା ଅଧିକାରୀ ଜଣକ ଟଙ୍କା ମାଗିବା ବାହାନରେ ନିଜ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ। ଉପରିସ୍ଥ ଅଧିକାରୀ ଜଣକ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ହେଲେ ପୁଲିସ ପହଞ୍ଚିବା ପୂର୍ବରୁ ଦୁର୍ବୃତ୍ତମାନେ ଜଣେ ବାନ୍ଧବୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରିବା ସହିତ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସକାଳ ପ୍ରାୟ ୬ଟା ସମୟରେ ପୋଲିସ ଘଟଣା ସ୍ଥଳରେ ପହଁଚିଥିଲା । ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ସମସ୍ତଙ୍କ ଦେହରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି । ଏ ନେଇ ବଡ଼ଗୋଣ୍ଡା ଥାନାରେ ମାମଲା ରୁଜୁ ହୋଇଥିବା ପୋଲିସ ଅଧିକାରୀ ଲୋକେନ୍ଦ୍ର ସିଂହ ହିରୋର ସୂଚନା ଦେଇଛନ୍ତି । ଦୁର୍ବୁତ୍ତ ମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ ପାଖ ଜଙ୍ଗଲରୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ,ସପି ହିତିକା ବସଲ କହିଛନ୍ତି।