୨ୟ ଟି-୨୦ରେ ଟସ୍ ଜିତି ବାଂଲାଦେଶର ବୋଲିଂ ନିଷ୍ପତ୍ତି, ଏମିତି ରହିଛି ଦୁଇ ଦଳର ଚୂଡ଼ାନ୍ତ ଏକାଦଶ
ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ଟି-୨୦ ସିରିଜ୍ର ଦ୍ଵିତୀୟ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ବୁଧବାର ଦିନ ଖେଳାଯିବ। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରି ବାଂଲାଦେଶକୁ ପରାସ୍ତ କରିସାରିଛି ଭାରତ । ଆଉ ଏବେ ୩ ଟିକିଆ ସିରିଜ୍ର ୨ୟ ମ୍ୟାଚ୍ ଜିତି ସିରିଜ୍ କବ୍ଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ବୁଧବାର ରାତି ୭ଟା ସମୟରେ ମ୍ୟାଚ୍ ଆରମ୍ଭ ହେବ। ଟସ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି। ପ୍ରଥମ ମ୍ୟାଚ୍ରେ ଅଭିଜ୍ଞ ବାଂଲାଦେଶକୁ ୧୨୮ ରନ୍ ମଧ୍ୟରେ ସୀମିତ ରଖିବା ସହ ଭାରତ ମାତ୍ର ୧୨ ଓଭର ମଧ୍ୟରେ ବିଜୟ ହାସଲ କରିଥିଲା । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାଙ୍କ ଭଳି ଖେଳାଳି ନଥିଲେ ମଧ୍ୟ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ସବୁ ବିଭାଗରେ ଆଧିପତ୍ୟ ଜାହିର କରିଥିଲା । ବୁଧବାର ମଧ୍ୟ ଦଳର ରାଜୁତି ଦେଖିବାକୁ ମିଳିବ । ତେବେ ଭାରତକୁ ହରାଇବାକୁ ହେଲେ ପ୍ରଥମେ ବାଂଲାଦେଶକୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ହେବ। ସୀମିତ ଓଭର ଫର୍ମାଟ୍ରେ ଉନ୍ନତ ପ୍ରଦର୍ଶନ କରୁଥିବା ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ ଓ ମହମୁଦୁଲ୍ଲାଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଇପାରେ । ବାଂଲାଦେଶର ସ୍ପିନ ବୋଲିଂ ବିଭାଗ ସୁଦୃଢ ରହିଥିଲେ ହେଁ ଭାରତର ବିସ୍ଫୋରକ ବ୍ୟ
ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ଟି-୨୦ ସିରିଜ୍ର ଦ୍ଵିତୀୟ ମ୍ୟାଚ୍ ଆଜି ଦିଲ୍ଲୀର ଅରୁଣ ଜେଟଲୀ କ୍ରିକେଟ୍ ଷ୍ଟାଡିୟମରେ ବୁଧବାର ଦିନ ଖେଳାଯିବ। ପୂର୍ବରୁ ପ୍ରଥମ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରି ବାଂଲାଦେଶକୁ ପରାସ୍ତ କରିସାରିଛି ଭାରତ । ଆଉ ଏବେ ୩ ଟିକିଆ ସିରିଜ୍ର ୨ୟ ମ୍ୟାଚ୍ ଜିତି ସିରିଜ୍ କବ୍ଜା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ବୁଧବାର ରାତି ୭ଟା ସମୟରେ ମ୍ୟାଚ୍ ଆରମ୍ଭ ହେବ। ଟସ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଛି।
ପ୍ରଥମ ମ୍ୟାଚ୍ରେ ଅଭିଜ୍ଞ ବାଂଲାଦେଶକୁ ୧୨୮ ରନ୍ ମଧ୍ୟରେ ସୀମିତ ରଖିବା ସହ ଭାରତ ମାତ୍ର ୧୨ ଓଭର ମଧ୍ୟରେ ବିଜୟ ହାସଲ କରିଥିଲା । ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାଙ୍କ ଭଳି ଖେଳାଳି ନଥିଲେ ମଧ୍ୟ ଯୁବ ଖେଳାଳିଙ୍କୁ ନେଇ ଗଠିତ ଭାରତୀୟ ଦଳ ସବୁ ବିଭାଗରେ ଆଧିପତ୍ୟ ଜାହିର କରିଥିଲା । ବୁଧବାର ମଧ୍ୟ ଦଳର ରାଜୁତି ଦେଖିବାକୁ ମିଳିବ ।
ତେବେ ଭାରତକୁ ହରାଇବାକୁ ହେଲେ ପ୍ରଥମେ ବାଂଲାଦେଶକୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ହେବ। ସୀମିତ ଓଭର ଫର୍ମାଟ୍ରେ ଉନ୍ନତ ପ୍ରଦର୍ଶନ କରୁଥିବା ଲିଟନ ଦାସ, ନଜମୁଲ ହୋସେନ ଶାନ୍ତୋ ଓ ମହମୁଦୁଲ୍ଲାଙ୍କ ବ୍ୟାଟ୍ରୁ ବଡ ଇନିଂସ ଆଶା କରାଯାଇପାରେ । ବାଂଲାଦେଶର ସ୍ପିନ ବୋଲିଂ ବିଭାଗ ସୁଦୃଢ ରହିଥିଲେ ହେଁ ଭାରତର ବିସ୍ଫୋରକ ବ୍ୟାଟରଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ। ପୂର୍ବ ଭଳି ମଧ୍ୟ ଭାରତୀୟ ବ୍ୟାଟରଙ୍କ ଉପରେ ଦର୍ଶକଙ୍କ ନଜର ରହିବ। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟିଂକୁ ଦର୍ଶକ ଉତ୍ସୁକତାର ସହ ଅପେକ୍ଷା କରିବେ। ପ୍ରଥମ ମ୍ୟାଚ୍ରେ ପାଣ୍ଡ୍ୟା ୧୬ଟି ବଲ୍ରୁ ଅପରାଜିତ ୩୯ ରନ୍ କରି ଦଳକୁ ବିଜୟୀ କରାଇଥିଲେ । ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ ବ୍ୟାଟ୍ରୁ ମଧ୍ୟ ଦର୍ଶକ ବିସ୍ଫୋରକ ଇନିଂସ ଦେଖିବାକୁ ଆଶା ବାନ୍ଧିଛନ୍ତି।
କୋଟଲା ଗ୍ରାଉଣ୍ଡ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ ରହିବ। ଗତ ଆଇପିଏଲ୍ରେ ଏହି ଗ୍ରାଉଣ୍ଡ୍ରେ ଖେଳାଯାଇଥିବା ୧୦ଟି ଇନିଂସ (୫ମ୍ୟାଚ୍)ରୁ ୮ଟିରେ ୨୦୦ରୁ ଅଧିକ ରନ୍ ସଂଗୃହୀତ ହୋଇଥିଲା । ଅବଶ୍ୟ ରାତିରେ କାକର ପଡ଼ିବାର ସମ୍ଭାବନା ରହିଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ। ତେଣୁ ଟସ୍ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକପ୍ରକାର ନିଶ୍ଚିତ ।
ଭାରତୀୟ ଦଳ
ସଞ୍ଜୁ ସାମସନ, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ନିତିଶ କୁମାର ରେଡ୍ଡୀ, ହାର୍ଦ୍ଦିକ ପାଣ୍ଡ୍ୟା, ରିୟାନ ପରାଗ, ରିଙ୍କୁ ସିଂହ, ୱାସିଂଟନ ସୁନ୍ଦର, ମୟଙ୍କ ଯାଦବ, ଅର୍ଶଦୀପ ସିଂହ, ବରୁଣ ଚକ୍ରବର୍ତ୍ତୀ।
ବାଂଲାଦେଶ ଦଳ
ପରଭେଜ ହୋସେନ ଇମୋନ, ଲିଟନ ଦାସ(ଓ୍ଵିକେଟ୍ କିପର), ନଜମୁଲ ହୋସେନ ଶାଣ୍ଟୋ (ଅଧିନାୟକ), ତୌହିଦ ହୃଦୟ, ମହମୁଦୁଲ୍ଲା, ଜାକିର ଅଲି, ମେହଦି ହାସାନ ମିରାଜ, ରିଶଦ ହୋସେନ, ଟସ୍କିନ ଅହମ୍ମଦ, ତଞ୍ଜିମ ହସନ ଶାକିବ, ମୁସ୍ତାଫିଜର ରେହମାନ