୨୦୨୪ ନିର୍ବାଚନ କସରତ, ୧୨ରେ ଓଡିଶା ଆସିବେ ଅମିତ ଶାହ
ଭୁବନେଶ୍ୱର ୦୭।୦୩ : ଓଡିଶା ଆସିବେ ଅମିତ ଶାହ । ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି । wp:embed {"url":"https://www.prameyanews7.com/bjp-bjd-will-return-to-alliance-politics-after-15-year-how-will-the-sheet-equation-be/","type":"wp-embed","providerNameSlug":"prameya-news-7"} https://www.prameyanews7.com/bjp-bjd-will-return-to-alliance-politics-after-15-year-how-will-the-sheet-equation-be/ /wp:embed ଖବର ଅନୁଯାୟୀ, ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହିକ୍ରମରେ ଏବେ ବିଜେପି କେନ୍ଦ୍ରୀୟ ନେତୃବନ୍ଦ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । କିଛି ଦିନ ତଳେ ରାଜ୍ୟ ବିଜେପି ପ୍ରଭାରୀ ଓଡିଶା ଆସିଥିଲେ । ଏପିରିକି ବୁଧବାର ଦିନ ଓଡିଶାର ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଥିଲା । ସେଠାରେ କେନ୍ଦ୍ରୀୟ ନେତୃବୃନ୍ଦ ଏବଂ ରାଜ୍ୟ ବିଜେପି ନେତାଙ୍କ ସହ ଆଗାମୀ ନିର୍ବାଚନ ନେଇ ଆଲୋଚନା ହୋଇଥିଲା । ସେହିପରି ଅନ୍ୟପଟେ ଓଡିଶାରେ ବିଜ
ଭୁବନେଶ୍ୱର ୦୭।୦୩ : ଓଡିଶା ଆସିବେ ଅମିତ ଶାହ । ଆସନ୍ତା ୧୨ ତାରିଖରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତ ଅବସରରେ ଦଳୀୟ ନେତାଙ୍କ ସହ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବାର ସୂଚନା ମଧ୍ୟ ମିଳିଛି ।
ଖବର ଅନୁଯାୟୀ, ପାଖେଇ ଆସୁଛି ୨୦୨୪ ନିର୍ବାଚନ । ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ଓଡିଶା ସମେତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏହିକ୍ରମରେ ଏବେ ବିଜେପି କେନ୍ଦ୍ରୀୟ ନେତୃବନ୍ଦ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । କିଛି ଦିନ ତଳେ ରାଜ୍ୟ ବିଜେପି ପ୍ରଭାରୀ ଓଡିଶା ଆସିଥିଲେ । ଏପିରିକି ବୁଧବାର ଦିନ ଓଡିଶାର ବିଜେପି ନେତାଙ୍କୁ ଦିଲ୍ଲୀ ଡାକରା ହୋଇଥିଲା । ସେଠାରେ କେନ୍ଦ୍ରୀୟ ନେତୃବୃନ୍ଦ ଏବଂ ରାଜ୍ୟ ବିଜେପି ନେତାଙ୍କ ସହ ଆଗାମୀ ନିର୍ବାଚନ ନେଇ ଆଲୋଚନା ହୋଇଥିଲା ।
ସେହିପରି ଅନ୍ୟପଟେ ଓଡିଶାରେ ବିଜେଡି ସହ ବିଜେପିର ମେଣ୍ଟ ନେଇ ଚର୍ଚ୍ଚା ଜୋର ଧରିଛି । ହେଲେ ଏବେ ଯାଏଁ କୌଣସି ଦଳ ପକ୍ଷରୁ ମେଣ୍ଟ ନେଇ ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ହୁଏତ ଅମିତ ଶାହଙ୍କ ଗସ୍ତ ଅବସରରେ ମେଣ୍ଟ ନେଇ କିଛି ଘୋଷଣା ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଯଦି ଏପରି ହୁଏ , ତେବେ ଦୀର୍ଘ ୧୫ ବର୍ଷ ପରେ ପୁଣି ଥରେ ଏକାଠି ହେବେ ବିଜେଡି ଆଉ ବିଜେପି ଦଳ । ୨୦୦୯ରେ ଉଭୟଙ୍କ ମଧ୍ୟରେ ମେଣ୍ଟ ଭାଙ୍ଗିଥିଲା । ସେବେଠାରୁ ଉଭୟ ଦଳଙ୍କ ମଧ୍ୟରେ କୌଣସି ମେଣ୍ଟ ହୋଇନାହିଁ । ପ୍ରତି ନିର୍ବାଚନରେ ପରସ୍ପର ବିରୋଧରେ ନିର୍ବାଚନ ଲଢିଥିଲେ । ଯଦି ବିଜେଡି-ବିଜେପି ଦଳ ମଧ୍ୟରେ ମେଣ୍ଟ ହୁଏ । ତେବେ ଓଡିଶା ରାଜନୀତିରେ ପୁରୁଣା ଚିତ୍ର ଦେଖିବାକୁ ମିଳିବ ।
wp:embed {"url":"https://www.prameyanews7.com/2-dead-in-missile-attack-on-ship-by-yemens-houthi-rebels-in-gulf-of-aden/","type":"wp-embed","providerNameSlug":"prameya-news-7"}