୨୦୨୫ ଜୁନ୍ରେ ଶେଷ ହେବ ରାମମନ୍ଦିର କମ୍ପ୍ଲେକ୍ସ ନିର୍ମାଣ
ଅଯୋଧ୍ୟା,୧୩ା୯: ଅଯୋଧ୍ୟା ରାମମନ୍ଦିର କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ୨୦୨୫ ଜୁନ୍ ୩୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ଅଯୋଧ୍ୟାରେ ନିର୍ମାଣ କମିଟିର ୩ ଦିନିଆ ବୈଠକ ଅବସରରେ ମିଶ୍ରା ଏକ ବିବୃତିରେ କହିଛନ୍ତି, ମନ୍ଦିର ଶିଖର ନିର୍ମାଣ ପାଇଁ ୧୨୦ ଦିନ ସମୟ ଲାଗିବ ବୋଲି ଆକଳନ କରାଯାଇଛି। ଆମେ ଡିସେମ୍ବରକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲୁ, କିନ୍ତୁ ଏହି ସମୟ ମଧ୍ୟରେ କାର୍ଯ୍ୟ ଶେଷ […] The post ୨୦୨୫ ଜୁନ୍ରେ ଶେଷ ହେବ ରାମମନ୍ଦିର କମ୍ପ୍ଲେକ୍ସ ନିର୍ମାଣ appeared first on Dharitri Odia News.
ଅଯୋଧ୍ୟା,୧୩ା୯: ଅଯୋଧ୍ୟା ରାମମନ୍ଦିର କମ୍ପ୍ଲେକ୍ସ ନିର୍ମାଣ କାର୍ଯ୍ୟ ୨୦୨୫ ଜୁନ୍ ୩୦ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା ଶୁକ୍ରବାର ଏହି ସୂଚନା ଦେଇଛନ୍ତି।
ଅଯୋଧ୍ୟାରେ ନିର୍ମାଣ କମିଟିର ୩ ଦିନିଆ ବୈଠକ ଅବସରରେ ମିଶ୍ରା ଏକ ବିବୃତିରେ କହିଛନ୍ତି, ମନ୍ଦିର ଶିଖର ନିର୍ମାଣ ପାଇଁ ୧୨୦ ଦିନ ସମୟ ଲାଗିବ ବୋଲି ଆକଳନ କରାଯାଇଛି। ଆମେ ଡିସେମ୍ବରକୁ ଲକ୍ଷ୍ୟଧାର୍ଯ୍ୟ କରିଥିଲୁ, କିନ୍ତୁ ଏହି ସମୟ ମଧ୍ୟରେ କାର୍ଯ୍ୟ ଶେଷ ହେବା ସମ୍ଭବ ନୁହେଁ। ଶିଖର ନିର୍ମାଣ ଫେବୃଆରୀରେ ଶେଷ ହେବ। ସପ୍ତ ମନ୍ଦିରର ବିଗ୍ରହ ଜୟପୁରରେ ନିର୍ମାଣ ହେଉଛି। ସେଠାରେ ମୁନିଋଷିମାନଙ୍କ ମୂର୍ତ୍ତି ସ୍ଥାପନ ହେବ ବୋଲି ମିଶ୍ରା କହିଛନ୍ତି।
The post ୨୦୨୫ ଜୁନ୍ରେ ଶେଷ ହେବ ରାମମନ୍ଦିର କମ୍ପ୍ଲେକ୍ସ ନିର୍ମାଣ appeared first on Dharitri Odia News.