୨୧ରୁ ତାତିରେ ଲାଗିବ ବ୍ରେକ୍, ଏହି ସବୁ ଜିଲାରେ ବର୍ଷିବ
ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟରେ ୨୦ ତାରିଖ ବେଳରୁ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର […] The post ୨୧ରୁ ତାତିରେ ଲାଗିବ ବ୍ରେକ୍, ଏହି ସବୁ ଜିଲାରେ ବର୍ଷିବ appeared first on Dharitri Odia News.
ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ ବିଭାଗ ଅନୁଯାୟୀ, ରାଜ୍ୟରେ ୨୦ ତାରିଖ ବେଳରୁ ଦକ୍ଷିଣ ଓଡ଼ିଶାର କିଛି ଜିଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୨୧ ଓ ୨୨ ତାରିଖରେ ଉପକୂଳ ଓ ଉତ୍ତର ଓ କାଳବୈଶାଖୀ ସହ ବର୍ଷା ଓ ପବନ ହେବାର ସମ୍ଭାବନା ଅଛି।
ଅସହ୍ୟ ତାତିରେ ସିଜୁଛି ଓଡ଼ିଶା। ସକାଳ ୮ଟା ପରେ ଘରକୁ ବାହାରିବା କଷ୍ଟକର ହୋଇପଡୁଛି। ଆଜି ସାଢେ ୮ଟା ସୁଦ୍ଧା ପାରଦ ୩୫ ଡିଗ୍ରୀ ଛୁଇଁଛି। ତାଳଚେର ସବୁଠୁ ଉତ୍ତପ୍ତ ସହ ପାଲଟିଛି। ତାଳଚେରରେ ତାପମାତ୍ରା ୩୫ ଡିଗ୍ରୀ, ଭବାନୀପାଟଣା ୩୪.୫ଡିଗ୍ରୀ, ଟିଟିଲାଗଡ ୩୩.୪ଡିଗ୍ରୀ, ଝାରସୁଗୁଡା ୩୩ ଡିଗ୍ରୀ, ବାରିପଦା ୩୩, ବାଲେଶ୍ୱର ୩୨.୨ ଡିଗ୍ରୀ ଓ ଭୁବନେଶ୍ୱରରେ ୩୧.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି।
The post ୨୧ରୁ ତାତିରେ ଲାଗିବ ବ୍ରେକ୍, ଏହି ସବୁ ଜିଲାରେ ବର୍ଷିବ appeared first on Dharitri Odia News.