୨୨ରେ ସନ୍ତାନ ପ୍ରସବ ପାଇଁ ଗର୍ଭବତୀଙ୍କ ଇଚ୍ଛା ପ୍ରକାଶ

ଆସନ୍ତା ୨୨ ତାରିଖକୁ ସାରାଦେଶର ଅପେକ୍ଷା। ରାମଙ୍କ ଆଗମନ ପାଇଁ ଖାଲି ଅଯୋଧ୍ୟା କାହିଁକି ସବୁଠି ଉତ୍ସବର ମାହୋଲ। ଘରେ ଘରେ ରାମଙ୍କୁ ସ୍ୱାଗତ ପାଇଁ କେତେ କ’ଣ ଆୟୋଜନ। ଏହାରି ଭିତରେ କିଛି ଗର୍ଭବତୀ ବି ଚାହାନ୍ତି ଏହି ଐତିହାସିକ ମୂହୁର୍ତ୍ତରେ ତାଙ୍କ ଘରକୁ ଆସନ୍ତୁ ରାମଲଲା।

୨୨ରେ ସନ୍ତାନ ପ୍ରସବ ପାଇଁ ଗର୍ଭବତୀଙ୍କ ଇଚ୍ଛା ପ୍ରକାଶ

ଆସନ୍ତା ୨୨ ତାରିଖକୁ ସାରାଦେଶର ଅପେକ୍ଷା। ରାମଙ୍କ ଆଗମନ ପାଇଁ ଖାଲି ଅଯୋଧ୍ୟା କାହିଁକି ସବୁଠି ଉତ୍ସବର ମାହୋଲ। ଘରେ ଘରେ ରାମଙ୍କୁ ସ୍ୱାଗତ ପାଇଁ କେତେ କ’ଣ ଆୟୋଜନ। ଏହାରି ଭିତରେ କିଛି ଗର୍ଭବତୀ ବି ଚାହାନ୍ତି ଏହି ଐତିହାସିକ ମୂହୁର୍ତ୍ତରେ ତାଙ୍କ ଘରକୁ ଆସନ୍ତୁ ରାମଲଲା। ଅର୍ଥାତ ପ୍ରାଣପ୍ରତିଷ୍ଠା ଦିନ ହଁ ସେମାନେ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ପାଆନ୍ତୁ। ଉତ୍ତରପ୍ରଦେଶ ଫିରୋଜାବାଦର କିଛି ମହିଳା ଡାକ୍ତରଙ୍କ ଆଗରେ ଏଭଳି ମନଇଚ୍ଛା ରଖିଛନ୍ତି।

କହିଛନ୍ତି ପ୍ରସବ ସମୟ ଯେହେତୁ ନିକଟ ହୋଇଆସିଲାଣି, ତେବେ ପ୍ରଭୁ ଶ୍ରୀରାମଙ୍କ ଆଗମନର ଏ ପବିତ୍ର ଦିନରେ ତାଙ୍କ ଘରକୁ ବି ଆସନ୍ତୁ ରାମଲଲ୍ଲା। ସେପଟେ ଡାକ୍ତର କହିଛନ୍ତି, ବହୁ ମହିଳା ଏଭଳି ମନୋବାଞ୍ଛା ରଖିଥିବା ବେଳେ, ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା ପରେ ଅପରେସନ କିମ୍ବା ସାଧାରଣ ପ୍ରସବ ଦ୍ୱାରା ସନ୍ତାନ ଜନ୍ମ ହୋଇପାରିବ।

ରାମଙ୍କ ପ୍ରାଣପ୍ରତିଷ୍ଠା ପାଇଁ ଉତ୍ସବ ମୁଖର ସାରାଦେଶ। ଘରେ ଘରେ ରାମଙ୍କୁ ସ୍ୱାଗତ ପାଇଁ କାହିଁ କେତେ ପ୍ରସ୍ତୁତି। ଦେଶର ଏ ଐତିହାସିକ ମୂହୁର୍ତ୍ତର ସାକ୍ଷୀ ହେବାକୁ ମନୋବାଞ୍ଝା ରଖିଛନ୍ତି କିଛି ଗର୍ଭବତୀ। ଆଶା ରଖିଛନ୍ତି ୨୨ରେ ଅଯୋଧ୍ୟାରେ ଯେମିତି ରାମଙ୍କ ଆଗମନ ହେବ, ସେହିଦିନ ତାଙ୍କ ଘରକୁ ବି ଆସନ୍ତୁ ରାମଲଲ୍ଲା।