୩ ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ
ଭୁବନେଶ୍ୱର,୧୫ା୪: କଂଗ୍ରେସ ରବିବାର ତା’ର ଆଉ ୭୫ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି। ତେବେ ୩ଟି ସ୍ଥାନରେ କଂଗ୍ରେସ ତା’ର ପୂର୍ବ ପ୍ରାର୍ଥୀଙ୍କୁ ବଦଳାଇଛି। ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ କଂଗ୍ରେସ ଦେବେନ୍ଦ୍ର ଭିତିରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସେହିପରି କବିସୂର୍ଯ୍ୟନଗରରେ ଚିରଞ୍ଜିବୀ ବିଷୋୟୀଙ୍କ ସ୍ଥାନରେ ବିପନ ସ୍ବାଇଁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ, ଏପ୍ରିଲ ୨ରେ କଂଗ୍ରେସ ୪୯ ଜଣ ପ୍ରାର୍ଥୀଙ୍କ ନାମ ଘାଷଣା […] The post ୩ ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ appeared first on Dharitri Odia News.
ଭୁବନେଶ୍ୱର,୧୫ା୪: କଂଗ୍ରେସ ରବିବାର ତା’ର ଆଉ ୭୫ ପ୍ରାର୍ଥୀ ତାଲିକା ପ୍ରକାଶ କରିସାରିଛି। ତେବେ ୩ଟି ସ୍ଥାନରେ କଂଗ୍ରେସ ତା’ର ପୂର୍ବ ପ୍ରାର୍ଥୀଙ୍କୁ ବଦଳାଇଛି। ତଳସରାରେ ପ୍ରବୋଧ ତିର୍କୀଙ୍କ ବଦଳରେ କଂଗ୍ରେସ ଦେବେନ୍ଦ୍ର ଭିତିରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ ବାଲିଗୁଡ଼ାରେ ସୁରଦା ପ୍ରଧାନଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ସେହିପରି କବିସୂର୍ଯ୍ୟନଗରରେ ଚିରଞ୍ଜିବୀ ବିଷୋୟୀଙ୍କ ସ୍ଥାନରେ ବିପନ ସ୍ବାଇଁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।
ସୂଚନାଯୋଗ୍ୟ, ଏପ୍ରିଲ ୨ରେ କଂଗ୍ରେସ ୪୯ ଜଣ ପ୍ରାର୍ଥୀଙ୍କ ନାମ ଘାଷଣା କରିଥିବା ବେଳେ ପ୍ରବୋଧ ଓ ସୁରଦାଙ୍କୁ ଟିକେଟ ବି ଦେଇଥିଲା। ସେମାନେ ମଧ୍ୟ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମାତ୍ର ଏବେ ସେମାନଙ୍କ ଟିକେଟ୍କୁ ଦଳ କାଟି ଦେଇଛି। ଏନେଇ ରାଜନୈତିକ ମହଲରେ ବିଭିନ୍ନ ଚର୍ଚ୍ଚା ହେଉଛି।
The post ୩ ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ appeared first on Dharitri Odia News.