୩ୟ ଶ୍ରେଣୀ ଛାତ୍ରୀଙ୍କୁ ହୃଦଘାତ, ସ୍କୁଲରେ ଚାଲିଗଲା ଜୀବନ: ଭିଡିଓ ଭାଇରାଲ୍
ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି।
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ ତଥା ଆଶ୍ଚର୍ଯ୍ୟ କରିବା ଭଳି ଭିଡିଓ। କ୍ୟାମେରାରେ କଏଦ ହୋଇଛି ମୃତ୍ୟୁର ଦୃଶ୍ୟ। ହୃଦଘାତ କେତେ ଭୟଙ୍କର ହୋଇପାରେ ଓ ଏହା ଯେକୌଣସି ବର୍ଗର ଲୋକଙ୍କ ଜୀବନ ନେଇପାରେ ବୋଲି ପୁଣିଥରେ ପ୍ରମାଣିତ ହୋଇଛି। ହାର୍ଟ ଆଟାକ ଯେ କେବଳ ପ୍ରାପ୍ତ ବୟସ୍କଙ୍କୁ ହୋଇଥାଏ, ତା’ହା ଭାବିବା ଭୁଲ। କାରଣ ଛୋଟ ପିଲା ମଧ୍ୟ ଏହାର ଶିକାର ହେବାରେ ଲାଗିଛନ୍ତି।
ଏହିକ୍ରମରେ ଗୁଜରାଟର ଗୋଟିଏ ଘରୋଇ ସ୍କୁଲରେ ଜଣେ ୩ୟ ଶ୍ରେଣୀ ଛାତ୍ରୀ ହୃଦଘାତରେ ପ୍ରାଣ ହରାଇଛନ୍ତି। ତାଙ୍କ ବୟସ ମାତ୍ର ୮ ବର୍ଷ। ସେ ଅହମଦାବାଦର ଗୋଟିଏ ଘରୋଇ ସ୍କୁଲରେ ତୃତୀୟ ଶ୍ରେଣୀରେ ପଢ଼ୁଥିଲେ।
୩ ବର୍ଷୀୟ ଗାର୍ଗି ତୁଷାର ରଣପାରା ସବୁଦିନ ଭଳି ଶୁକ୍ରବାର ସକାଳେ ମଧ୍ୟ ତାଲତେଜରେ ଥିବା ଜେବାର ସ୍କୁଲ ଅଫ ଚିଲିଡ୍ରେନକୁ ଆସିଥିଲେ। ସେ ପାହାଚ ଚଢ଼ି ପ୍ରଥମ ମହଲାରେ ଥିବା ନିଜ କ୍ଲାସରୁମ ପାଖରେ ପହଞ୍ଚିଥିଲେ। କାନ୍ଧରେ ବ୍ୟାଗ ଓ ହାତରେ ଟିଫିନ ବକ୍ସ ମଧ୍ୟ ଧରିଥିଲେ।
ତେବେ କ୍ଲାସରୁମକୁ ଯିବା ବେଳେ ସେ ଅସୁସ୍ଥ ଅନୁଭବ କରିଥିଲେ। ଏଥିପାଇଁ କରିଡରରେ ପଡ଼ିଥିବା ଚେୟାର ଉପରେ ବସିପଡ଼ିଥିଲେ। ମାତ୍ର କିଛି ସେକେଣ୍ଡ ମଧ୍ୟରେ ସେ ଟଳି ପଡ଼ିଥିଲେ। ସ୍କୁଲର ଦୁଇ ଜଣ ଶିକ୍ଷୟିତ୍ରୀ ତୁରନ୍ତ ତାଙ୍କର ସିପିଆର କରିବା ସହ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ।
This is #Shocking????????
8 Yr old girl got #heartattack while in school in Ahmedabad.
Jus unbelievable ????????#viralvideo #TejRan #KiaraAdvani #JacquelineFernandez #Sonusood pic.twitter.com/kBEOTOK7xD— Sunaina Bhola (@sunaina_bhola) January 11, 2025
ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ଯେ ଗାର୍ଗିଙ୍କୁ ହସ୍ପିଟାଲ ନେବା ବେଳେ ସେ ଜୀବିତ ରହିଥିଲେ। ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ହେଲେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ ସ୍ପଷ୍ଟ କରିଛନ୍ତି। ହସ୍ପିଟାଲ ପକ୍ଷରୁ ହିଁ ପୁଲିସକୁ ଖବର ଦିଆଯାଇଥିଲା। ପୁଲିସ୍ ଏବେ ହଠାତ୍ ମୃତ୍ୟୁର ତଦନ୍ତ କରୁଛି।
ଘଟଣା ବେଳେ ଗାର୍ଗିଙ୍କ ବାପା ମା’ ମୁମ୍ବାଇରେ ରହିଥିଲେ। ତାଙ୍କ ବାପା ମୁମ୍ବାଇରେ କାମ କରୁଥିବା ବେଳେ ମା’ ସେଠାକୁ ବୁଲିବା ପାଇଁ ଯାଇଥିଲେ। ଏଥିପାଇଁ ଗାର୍ଗି ବୋଡାକଦେବ ଠାରେ ଥିବା ଘରେ ଜେଜେ ମା’ ଓ ଜେଜେ ବାପାଙ୍କ ସହ ରହୁଥିଲେ।