୩୦୦ କାର, ସୁନାର ଖଣ୍ଡା ଏବଂ ୪୭ ଲକ୍ଷ କୋଟି ଟଙ୍କା...ମାଲେସିଆ ରାଜଗାଦିରେ ନୂଆ ସୁଲତାନ
ନୂଆଦିଲ୍ଲୀ: ମାଲେସିଆର ନୂଆ ଅରବପତି (ବିଲେନିୟର) ସମ୍ରାଟ ସୁଲତାନ ଇବ୍ରାହିମ୍ ଇସ୍କନ୍ଦର ଶନିବାର ପରମ୍ପରା ଅନୁସାରେ ତୋପ ସଲାମୀ ସହ ରାଜଗାଜିରେ ବସିଛନ୍ତି । ସେ ପାଞ୍ଚ ବର୍ଷର କାର୍ଯ୍ୟକାଳ ସମୟରେ ନିରପେକ୍ଷ ରୂପେ ଶାସନ କରିବା ପାଇଁ ସଂକଳ୍ପ ନେଇଛନ୍ତି । ସୁଲତାନ ଇବ୍ରାହିମ୍ (୬୫) ଜାନୁଆରୀ ୩୧ରେ ଶପଥ ନେଇଥିଲେ । ତେବେ ଏକ ଭବ୍ୟ ସମାରୋହରେ ଜୁଲାଇ ୨୦ରେ ସୁଲତାନ ଇବ୍ରାହିମ ଇସ୍କନ୍ଦରଙ୍କ ଔପଚାରିକ ଭାବେ ମାଲେସିଆର ୧୭ତମ ସମ୍ରାଟ ଭାବେ ରାଜ୍ୟାଭିଷେକ ହୋଇଛି ।କଳା ଏବଂ ସୁନେଲି ରଙ୍ଗର ପାରମ୍ପାରିକ ପୋଷାକ ଏବଂ ଟୋପି ପିନ୍ଧିଥିବା ସୁଲତାନ ଇବ୍ରାହିମ ଏବଂ ରାଣୀ ରଜା ଜରିଥ ସୋଫିଆଙ୍କୁ ସିଂହାସନରେ ବସିବା ପୂର୍ବରୁ ସୈନ୍ୟ ସଲାମୀ ଦିଆଯାଇଥିଲା । ପରମ୍ପରା ଅନୁସାରେ ନୀତି ଆରମ୍ଭରେ ସୁଲତାନଙ୍କୁ କୁରାନର ଏକ କପି ଉପହାରରେ ଦିଆଯାଇଥିଲା, ଯାହାକୁ ସେ ଚୁମ୍ୱନ କରିଥିଲେ । ନୂଆ ସମ୍ରାଟଙ୍କୁ ଶକ୍ତିର ପ୍ରତୀକ ରୂପେ ସୁନାର ଖଣ୍ଡା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ ନିଜ ସରକାରର ନିଷ୍ଠାର ସଂକଳ୍ପ ବ୍ୟକ୍ତ କରି କହିଛନ୍ତି ଯେ ରାଜ ପରିବାର ରାଷ୍ଟ୍ରର ଶକ୍ତିର ଏକ ସ୍ତମ୍ଭ ଅଟେ । ଏହାପରେ ପୁଣି ଥରେ ସେ ସୁଲତାନ ଇବ୍ରାହିମଙ୍କୁ ମାଲେସିଆ ନୂଆ ସମ୍ରାଟ ଘୋଷଣା କରିଥିଲେ । ସୁଲତାନ ଇବ୍ରାହିମ ଇସ୍କନ୍ଦର ଏକ ଅଦ୍ୱିତୀୟ ପରିବର୍ତ୍ତନଶୀଳ ରାଜ ପରମ୍ପରା ପ୍ରଣାଳୀରେ କାମ କରିବେ । ୯ ଜାତୀୟ ରାଜ୍ୟର ଶାସକ ଦେଶର ପରବର୍ତ
ନୂଆଦିଲ୍ଲୀ: ମାଲେସିଆର ନୂଆ ଅରବପତି (ବିଲେନିୟର) ସମ୍ରାଟ ସୁଲତାନ ଇବ୍ରାହିମ୍ ଇସ୍କନ୍ଦର ଶନିବାର ପରମ୍ପରା ଅନୁସାରେ ତୋପ ସଲାମୀ ସହ ରାଜଗାଜିରେ ବସିଛନ୍ତି । ସେ ପାଞ୍ଚ ବର୍ଷର କାର୍ଯ୍ୟକାଳ ସମୟରେ ନିରପେକ୍ଷ ରୂପେ ଶାସନ କରିବା ପାଇଁ ସଂକଳ୍ପ ନେଇଛନ୍ତି । ସୁଲତାନ ଇବ୍ରାହିମ୍ (୬୫) ଜାନୁଆରୀ ୩୧ରେ ଶପଥ ନେଇଥିଲେ । ତେବେ ଏକ ଭବ୍ୟ ସମାରୋହରେ ଜୁଲାଇ ୨୦ରେ ସୁଲତାନ ଇବ୍ରାହିମ ଇସ୍କନ୍ଦରଙ୍କ ଔପଚାରିକ ଭାବେ ମାଲେସିଆର ୧୭ତମ ସମ୍ରାଟ ଭାବେ ରାଜ୍ୟାଭିଷେକ ହୋଇଛି ।
କଳା ଏବଂ ସୁନେଲି ରଙ୍ଗର ପାରମ୍ପାରିକ ପୋଷାକ ଏବଂ ଟୋପି ପିନ୍ଧିଥିବା ସୁଲତାନ ଇବ୍ରାହିମ ଏବଂ ରାଣୀ ରଜା ଜରିଥ ସୋଫିଆଙ୍କୁ ସିଂହାସନରେ ବସିବା ପୂର୍ବରୁ ସୈନ୍ୟ ସଲାମୀ ଦିଆଯାଇଥିଲା । ପରମ୍ପରା ଅନୁସାରେ ନୀତି ଆରମ୍ଭରେ ସୁଲତାନଙ୍କୁ କୁରାନର ଏକ କପି ଉପହାରରେ ଦିଆଯାଇଥିଲା, ଯାହାକୁ ସେ ଚୁମ୍ୱନ କରିଥିଲେ । ନୂଆ ସମ୍ରାଟଙ୍କୁ ଶକ୍ତିର ପ୍ରତୀକ ରୂପେ ସୁନାର ଖଣ୍ଡା ଦିଆଯାଇଛି । ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମ୍ ନିଜ ସରକାରର ନିଷ୍ଠାର ସଂକଳ୍ପ ବ୍ୟକ୍ତ କରି କହିଛନ୍ତି ଯେ ରାଜ ପରିବାର ରାଷ୍ଟ୍ରର ଶକ୍ତିର ଏକ ସ୍ତମ୍ଭ ଅଟେ । ଏହାପରେ ପୁଣି ଥରେ ସେ ସୁଲତାନ ଇବ୍ରାହିମଙ୍କୁ ମାଲେସିଆ ନୂଆ ସମ୍ରାଟ ଘୋଷଣା କରିଥିଲେ ।

ସୁଲତାନ ଇବ୍ରାହିମ ଇସ୍କନ୍ଦର ଏକ ଅଦ୍ୱିତୀୟ ପରିବର୍ତ୍ତନଶୀଳ ରାଜ ପରମ୍ପରା ପ୍ରଣାଳୀରେ କାମ କରିବେ । ୯ ଜାତୀୟ ରାଜ୍ୟର ଶାସକ ଦେଶର ପରବର୍ତ୍ତନଶୀଳ ରାଜତନ୍ତ୍ର ଅଧିନରେ ପାଞ୍ଚ ବର୍ଷ ପାଇଁ ମାଲେସିଆର ରାଜା ହେବେ । ଏହି ପ୍ରଣାଳୀ ୧୯୫୭ରେ ବ୍ରିଟେନରୁ ସ୍ୱାଧୀନତା ପାଇବା ପରଠୁ ଅଛି । ମାଲେସିଆରେ ୧୩ଟି ରାଜ୍ୟ ରହିଛି, କିନ୍ତୁ କେବଳ ୯ଟିରେ ରାଜ ପରିବାର ରହିଛି । କିଛି ରାଜ୍ୟରେ ପରମ୍ପରା ବହୁ ଶତାବ୍ଦୀ ପୁରୁଣା ମଳୟ ସାମ୍ରାଜ୍ୟ ସହ ଜଡିତ ।

ମାସେଲିଆରେ ପ୍ରଶାସନିକ ଶକ୍ତି ପ୍ରଧାନମନ୍ତ୍ରୀ ଏବଂ ସାଂସଦଙ୍କ ପାଖରେ ରହିଛି । ସମ୍ରାଟ୍ କେବଳ ସରକାର ଏବଂ ସଶସ୍ତ୍ର ବଳର ନାମମାତ୍ର ପ୍ରମୁଖ ହୋଇଥାନ୍ତି । ତାଙ୍କୁ ଇସଲାମ୍ ଏବଂ ମଳୟ ପରମ୍ପରାର ସଂରକ୍ଷକ ବୋଲି କୁହାଯାଏ ।

ସିଙ୍ଗାପୁର ସୀମାକୁ ଲାଗିଥିବା ଦକ୍ଷିଣ ଜୋହୋର ରାଜ୍ୟର ସୁଲତାନ ଇବ୍ରାହିମ ଦେଶର ସବୁଠୁ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ତାଙ୍କ ସମ୍ପତ୍ତି ୫.୭ ବିଲିୟନ ଡଲାର ରହିଛି । ଭାରତୀୟ ମୁଦ୍ରାରେ ଏହା ପ୍ରାୟ ୪୭ ଲକ୍ଷ କୋଟି ଟଙ୍କା । ତେବେ ଅନେକ ଦାବି କରିଛନ୍ତି ଯେ ସୁଲତାନ ଇବ୍ରାହିମଙ୍କ ସମ୍ପତ୍ତି ଏହାଠାରୁ ବହୁ ଅଧିକ । ତାଙ୍କ ପାଖରେ ୩୦୦ରୁ ଅଧିକ ବିଳାଶପୂର୍ଣ୍ଣ କାର ରହିଛି । ପ୍ରାଇଭେଟ୍ ଜେଟ୍ ସହ ତାଙ୍କ ପରିବାର ପାଖରେ ନିଜର ଏକ ସେନା ମଧ୍ୟ ରହିଛି ।