୩୦୦ ଯାତ୍ରୀଙ୍କୁ ନେଇ ଯାଉ ଥିବା ବୋଟ୍‌ରେ ଲାଗିଲା ନିଆଁ , ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡ଼େଇଁଲେ ଲୋକେ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ସମୁଦ୍ର ମଝିରେ ଏକ ବଡ଼ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଉତ୍ତରୀ ସୁଲେୱେସି କୂଳ ନିକଟରେ ପାଖାପାଖି ୩୦୦ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍‌ରେ ନିଆଁ ଲାଗି ଯାଇଥିଲା।  ଅଗ୍ନିକାଣ୍ଡ ଯୋଗୁଁ ବୋଟ୍‌ରେ ବସିଥିବା ଅନେକ ଯାତ୍ରୀଙ୍କ ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇ ଯାଇଥିଲା। ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ବୋଟ୍‌ରୁ ସମୁଦ୍ରକୁ ଡ଼େଇ ପଡ଼ି ଥିଲେ। ଖବର ମୁତାବିକ, ଏମ୍ ବାର୍ସିଲୋନା ନାମକ ଏହି ବୋଟ୍‌ରେ ଦ୍ୱିପ୍ରହର ପାଖାପାଖି ୧ଟା ୩୦ରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ବୋଟ୍‌ଟି ନିଆଁର ବଳୟରେ ରହି ଯାଇଥିଲା। ପୂରା ବୋଟ୍‌ରେ ନିଆଁ ଓ ଧୂଆଁର ଆସ୍ତରଣ ଉପରକୁ ଉଠିବାକୁ ଲାଗିଲା। ଏହି ଭୟଙ୍କର ଘଟଣାକ୍ରମକୁ ଅନେକ ଯାତ୍ରୀ ନିଜ ମୋବାଇଲରେ କଏଦ କରିଥିଲେ। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ , ଉକ୍ତ ଘଟଣାରେ ୧୮ଜଣ ଲୋକ ଆହତ ହୋଇଛନ୍ତି , ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି।ରିପୋର୍ଟ ମୁତାବିକ, ବୋଟ୍‌ରେ ମୋଟ ୩୦୦ଜଣ ଲୋକ ବସି ଥିଲେ, ଯେଉଁଥିରେ ଅନେକ ପିଲା ବି ସାମିଲ ଥିଲେ। ଘଟଣାର ସୂଚନା ମିଳିବା କ୍ଷଣି ଇଣ୍ଡୋନେସିଆ ଉଦ୍ଧାରକାରୀ ଦଳ ହରକତକୁ ଆସି ଯାଇଥିଲେ ଏବଂ ବଡ଼ ସ୍ତରରେ ଲୋକଙ୍କୁ ବାହାର କରିବା ଆରମ୍ଭ କରିଦିଆ ଗଲା । ଏବେସୁଦ୍ଧା କୌଣସି ବି ହତାହତ ହେବାର ଖବର ସାମ୍ନାକୁ ଆସି ନାହିଁ।ଏହି ପୂରା ଘଟଣା ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଛି। ନିଆଁ ଲାଗିବାର ସୂଚନା ସାମ୍ନାକ

୩୦୦ ଯାତ୍ରୀଙ୍କୁ ନେଇ ଯାଉ ଥିବା ବୋଟ୍‌ରେ ଲାଗିଲା ନିଆଁ , ଜୀବନ ବଞ୍ଚାଇବାକୁ ସମୁଦ୍ରକୁ ଡ଼େଇଁଲେ ଲୋକେ

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ସମୁଦ୍ର ମଝିରେ ଏକ ବଡ଼ ଭୟଙ୍କର ଦୁର୍ଘଟଣା ଘଟିଛି। ଏଠାରେ ଉତ୍ତରୀ ସୁଲେୱେସି କୂଳ ନିକଟରେ ପାଖାପାଖି ୩୦୦ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍‌ରେ ନିଆଁ ଲାଗି ଯାଇଥିଲା।  ଅଗ୍ନିକାଣ୍ଡ ଯୋଗୁଁ ବୋଟ୍‌ରେ ବସିଥିବା ଅନେକ ଯାତ୍ରୀଙ୍କ ମଧ୍ୟରେ ଧାଁ ଦୌଡ଼ ଆରମ୍ଭ ହୋଇ ଯାଇଥିଲା। ଅନେକ ଲୋକ ଜୀବନ ବଞ୍ଚାଇବା ପାଇଁ ବୋଟ୍‌ରୁ ସମୁଦ୍ରକୁ ଡ଼େଇ ପଡ଼ି ଥିଲେ। 

ଖବର ମୁତାବିକ, ଏମ୍ ବାର୍ସିଲୋନା ନାମକ ଏହି ବୋଟ୍‌ରେ ଦ୍ୱିପ୍ରହର ପାଖାପାଖି ୧ଟା ୩୦ରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ବୋଟ୍‌ଟି ନିଆଁର ବଳୟରେ ରହି ଯାଇଥିଲା। ପୂରା ବୋଟ୍‌ରେ ନିଆଁ ଓ ଧୂଆଁର ଆସ୍ତରଣ ଉପରକୁ ଉଠିବାକୁ ଲାଗିଲା। ଏହି ଭୟଙ୍କର ଘଟଣାକ୍ରମକୁ ଅନେକ ଯାତ୍ରୀ ନିଜ ମୋବାଇଲରେ କଏଦ କରିଥିଲେ। ବର୍ତ୍ତମାନ ମିଳିଥିବା ସୂଚନା ଅନୁସାରେ , ଉକ୍ତ ଘଟଣାରେ ୧୮ଜଣ ଲୋକ ଆହତ ହୋଇଛନ୍ତି , ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି।

ରିପୋର୍ଟ ମୁତାବିକ, ବୋଟ୍‌ରେ ମୋଟ ୩୦୦ଜଣ ଲୋକ ବସି ଥିଲେ, ଯେଉଁଥିରେ ଅନେକ ପିଲା ବି ସାମିଲ ଥିଲେ। ଘଟଣାର ସୂଚନା ମିଳିବା କ୍ଷଣି ଇଣ୍ଡୋନେସିଆ ଉଦ୍ଧାରକାରୀ ଦଳ ହରକତକୁ ଆସି ଯାଇଥିଲେ ଏବଂ ବଡ଼ ସ୍ତରରେ ଲୋକଙ୍କୁ ବାହାର କରିବା ଆରମ୍ଭ କରିଦିଆ ଗଲା । ଏବେସୁଦ୍ଧା କୌଣସି ବି ହତାହତ ହେବାର ଖବର ସାମ୍ନାକୁ ଆସି ନାହିଁ।

ଏହି ପୂରା ଘଟଣା ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହେଉଛି। ନିଆଁ ଲାଗିବାର ସୂଚନା ସାମ୍ନାକୁ ଆସିବା କ୍ଷଣି ବୋଟ୍‌ରେ ଥିବା ଲୋକେ ସାହାଯ୍ୟ ପାଇଁ ଜୋରରେ ଚିତ୍କାର କରି ଥିଲେ।ସେଠାରେ ଥିବା ମତ୍ସଜୀବୀ ତାଙ୍କର ସାହାଯ୍ୟ ପାଇଁ ଆଗେଇ ଆସିଥିଲେ, କିନ୍ତୁ ଲୋକଙ୍କ ସଂଖ୍ୟା ଅଧିକ ଥିବାକୁ ସେମାନଙ୍କୁ ଅଧିକ ସାହାଯ୍ୟ କରିପାରି ନଥିଲେ। ହେଲେ ଏହାପରେ ମଧ୍ୟ ଅନେକ ଲୋକ ନିଜର ଜୀବନ ବଞ୍ଚାଇବା ପାଇଁ ମତ୍ସଜୀବୀଙ୍କ ବୋଟ୍‌ରେ ଚଢି କୂଳ ଯାଏ ଆସି ଥିଲେ।