୩୫ ଦିନ ପରେ ବେଙ୍ଗାଲୁରୁ ଫେରିଲେ ରେବନ୍ନା: ଗିରଫ କଲା SIT, କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ ୩୧/୦୫: ସେକ୍ସ ସ୍କାଣ୍ଡାଲରେ ଫସି ରହିଥିବା ପ୍ରଜ୍ୱଲ ରେବନ୍ନା ଗିରଫ । ୩୫ ଦିନରେ ଜର୍ମାନୀରୁ ବେଙ୍ଗାଲୁରୁକୁ ଫେରିବା ପରେ ଗିରପ କରିଛି ଏସଆଇଟି । ଆଜି କୋର୍ଟରେ ହୋଇପାରନ୍ତି ହାଜର । ନିଲମ୍ବିତ ଜେଡିଏସ୍ ସାଂସଦ ପ୍ରଜ୍ୱଲ ରେବନ୍ନା ବିମାନ ବନ୍ଦରରେ ଅବତରଣ କରିବାର କିଛି ମିନିଟ ପରେ ଏସଆଇଟି ତାଙ୍କୁ ଗିରଫ କରିଥିଲା । ୨୭ ଏପ୍ରିଲରେ ପ୍ରଜ୍ୱଲ ବେଙ୍ଗାଲୁରୁରୁ ଜର୍ମାନୀକୁ ପଳାଇ ଥିଲେ । ମହିଳା ପୋଲିସର ଏକ ଟିମ୍ ପ୍ରଜ୍ୱଲଙ୍କୁ ଏକ ଜିପ୍‌ରେ ସିଆଇଡି କାର୍ଯ୍ୟାଳୟକୁ ନେଇ ଯାଇଥିଲେ, ପରେ ତାଙ୍କୁ ରାତିସାରା SIT କାର୍ଯ୍ୟାଳୟରେ ରଖାଯାଇଥିଲା । ବିମାନବନ୍ଦରରୁ ଏସଆଇଟି ଟିମ୍ ମଧ୍ୟ ଦୁଇଟି ସୁଟକେସ୍ ନେଇଛି। #WATCH | Karnataka: Suspended JD(S) leader Prajwal Revanna, who is facing sexual abuse charges was brought to the CID office, in Bengaluru.He has been arrested by SIT and is likely to be brought to the government hospital for medical examination. pic.twitter.com/ndKZghNpvD— ANI (@ANI) May 30, 2024ଡାକ୍ତରୀ ପରୀକ୍ଷା ପାଇଁ ଶୁକ୍ରବାର ଦିନ ପ୍ରଜ୍ୱଲ ରେବନ୍ନାଙ୍କୁ ସରକାରୀ ଡାକ୍ତରଖାନା ନିଆଯିବ । ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବାକୁ ପଡ଼ିବ । ଯେଉଁଠାରେ ପୋଲିସ ତାଙ୍କ ହେପାଜତକୁ ଖୋଜିବ। ଖବର ଅନୁଯାୟୀ, SI

୩୫ ଦିନ ପରେ ବେଙ୍ଗାଲୁରୁ ଫେରିଲେ ରେବନ୍ନା: ଗିରଫ କଲା SIT, କୋର୍ଟରେ ହେବେ ହାଜର

ନୂଆଦିଲ୍ଲୀ ୩୧/୦୫: ସେକ୍ସ ସ୍କାଣ୍ଡାଲରେ ଫସି ରହିଥିବା ପ୍ରଜ୍ୱଲ ରେବନ୍ନା ଗିରଫ । ୩୫ ଦିନରେ ଜର୍ମାନୀରୁ ବେଙ୍ଗାଲୁରୁକୁ ଫେରିବା ପରେ ଗିରପ କରିଛି ଏସଆଇଟି । ଆଜି କୋର୍ଟରେ ହୋଇପାରନ୍ତି ହାଜର । 

ନିଲମ୍ବିତ ଜେଡିଏସ୍ ସାଂସଦ ପ୍ରଜ୍ୱଲ ରେବନ୍ନା ବିମାନ ବନ୍ଦରରେ ଅବତରଣ କରିବାର କିଛି ମିନିଟ ପରେ ଏସଆଇଟି ତାଙ୍କୁ ଗିରଫ କରିଥିଲା । ୨୭ ଏପ୍ରିଲରେ ପ୍ରଜ୍ୱଲ ବେଙ୍ଗାଲୁରୁରୁ ଜର୍ମାନୀକୁ ପଳାଇ ଥିଲେ । ମହିଳା ପୋଲିସର ଏକ ଟିମ୍ ପ୍ରଜ୍ୱଲଙ୍କୁ ଏକ ଜିପ୍‌ରେ ସିଆଇଡି କାର୍ଯ୍ୟାଳୟକୁ ନେଇ ଯାଇଥିଲେ, ପରେ ତାଙ୍କୁ ରାତିସାରା SIT କାର୍ଯ୍ୟାଳୟରେ ରଖାଯାଇଥିଲା । ବିମାନବନ୍ଦରରୁ ଏସଆଇଟି ଟିମ୍ ମଧ୍ୟ ଦୁଇଟି ସୁଟକେସ୍ ନେଇଛି। 

ଡାକ୍ତରୀ ପରୀକ୍ଷା ପାଇଁ ଶୁକ୍ରବାର ଦିନ ପ୍ରଜ୍ୱଲ ରେବନ୍ନାଙ୍କୁ ସରକାରୀ ଡାକ୍ତରଖାନା ନିଆଯିବ । ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ମାଜିଷ୍ଟ୍ରେଟ କୋର୍ଟରେ ହାଜର ହେବାକୁ ପଡ଼ିବ । ଯେଉଁଠାରେ ପୋଲିସ ତାଙ୍କ ହେପାଜତକୁ ଖୋଜିବ। ଖବର ଅନୁଯାୟୀ, SIT ପ୍ରଜୱାଲ ପ୍ରଜ୍ୱଲଙ୍କ ୧୪ ଦିନିଆ ରିମାଣ୍ଡରେ ଦାବି କରାଯାଇଛି । ତେବେ, କୋର୍ଟ ୭ରୁ ୧୦ ଦିନ ପର୍ଯ୍ୟନ୍ତ ରିମାଣ୍ଡ ଅନୁମତି ଦେିପାରନ୍ତି ବୋଲି କୁହାଯାଇଛି ।