୪ ବର୍ଷର ଶିଶୁ ଉପରେ ମାଡ଼ିଗଲା କାର୍‌, ଡ୍ରାଇଭର ଗିରଫ

ଖେଳୁଥିବା ସମୟରେ ଦ୍ରୁତ ଗତିରେ ଆସି ଶିଶୁଟି ଉପରେ କାର୍‌ ଚଢ଼ି ଯିବାରୁ ତା'ର ମୃତ୍ୟୁ ହୋଇଛି। ଏହି ମାମଲାରେ ପୁଲିସ ୧୯ ବର୍ଷୀୟ ଡ୍ରାଇଭରକୁ ଗିରଫ କରିଛି।

୪ ବର୍ଷର ଶିଶୁ ଉପରେ ମାଡ଼ିଗଲା କାର୍‌, ଡ୍ରାଇଭର ଗିରଫ

କାର୍‌ ମାଡ଼ି ଯିବାରୁ ଜଣେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଛି। ମୁମ୍ବାଇର ଓ୍ୱାଡାଲାର ଆମ୍ବେଦକର କଲେଜ ନିକଟରେ ଏହି ଦୁର୍ଘଟଣା ଘଟିଛି। ପୁଲିସ କାର ଡ୍ରାଇଭରଙ୍କୁ ଗିରଫ କରିଛି। 

ମୃତ ଶିଶୁଟିର ନାଁ ଆୟୁଷ ଲକ୍ଷ୍ମଣ କିନବାଡେ। ଆଜି ସକାଳେ ଆୟୁଷ ଖେଳୁଥିବା ବେଳେ ଏକ ଏସ୍‌ୟୁଭି କାର୍‌ ଦ୍ରୁତ ଗତିରେ ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। 

କାର ଡ୍ରାଇଭରଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁ ସନ୍ଦୀପ ଗୋଲେ। ତାଙ୍କୁ ମାତ୍ର ୧୯ ବର୍ଷ ହୋଇଛି। ତାଙ୍କ ଘର ବିଲେ ପାର୍ଲେ ଅଞ୍ଚଳରେ। ପୁଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସୂଚନାଯୋଗ୍ୟ,ଆୟୁଷଙ୍କ ପରିବାର ଫୁଟ୍‌ ପାଥ୍‌ରେ ରହେ। ତାଙ୍କ ବାପା ଜଣେ ଦିନମଜୁରିଆ। 

ଗତ ୯ ତାରିଖ ରାତିରେ ମୁମ୍ବାଇ କୁର୍ଲାରେ ଏକ ବସ୍ ପଥଚାରୀ ଓ ୨୦ରୁ ଅଧିକ ଗାଡ଼ିକୁ ଧକ୍କା ଦେବାରୁ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆହତ ହୋଇଥିଲେ। ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା। 

ଗତ ସପ୍ତାହରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କାରୀ କହିଥିଲେ ଯେ ଗତ ୫ ବର୍ଷରେ ଯେଉଁ ସବୁ ରାଜ୍ୟରେ ଅଧିକ ଦୁର୍ଘଟଣା ଘଟିଛି, ତା’ ଭିତରେ ମହାରାଷ୍ଟ୍ର ରହିଛି।