୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି। କାକଟପୁରରୁ ତୁଷାରକାନ୍ତି ବେହେରାଙ୍କ ଉପରେ ପଣି ବିଜେଡି ଆସ୍ଥାପ୍ରକଟ କରିଥିବାବେଳେ ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡିି, ବରୀରୁ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ବରୀରେ ସୁନନ୍ଦା […] The post ୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ appeared first on Dharitri Odia News.

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି। କାକଟପୁରରୁ ତୁଷାରକାନ୍ତି ବେହେରାଙ୍କ ଉପରେ ପଣି ବିଜେଡି ଆସ୍ଥାପ୍ରକଟ କରିଥିବାବେଳେ ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, ବାଙ୍ଗିରିପୋଷିରୁ ରଂଜିତା ମାର୍ଣ୍ଡିି, ବରୀରୁ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ବରୀରେ ସୁନନ୍ଦା ଦାସଙ୍କ ସ୍ଥାନରେ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ସେହିପରି ବାଲିକୁଦା-ଏରସମାରୁ ସାରଦା ଜେନା ପ୍ରଥମ ଥର ବିଜେଡିରୁ ଲଢ଼ିବେ। ରଘୁନନ୍ଦନ ଦାସଙ୍କ ସ୍ଥାନରେ ତାଙ୍କୁ ଟିକେଟ ମିଳିଛି। ବାଙ୍ଗିରିପୋଷିରେ ସୁଦାମ ମାର୍ଣ୍ଡିଙ୍କ ସ୍ଥାନରେ ତାଙ୍କ ସ୍ତ୍ରୀ ରଂଜିତା ମାର୍ଣ୍ଡିଙ୍କୁ ଟିକେଟ୍‌ ମିଳିଛି।
ପୂର୍ବରୁ ୧୩୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ୬ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଆଉ ୬ଟି ସିଟ ପାଇଁ ପ୍ରାର୍ଥୀ ଘୋଷଣା ବାକି ଅଛି।

The post ୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ appeared first on Dharitri Odia News.