୪ ଯାଏ ରହିବ ଶୁଖିଲା ପାଗ
ଭୁବନେଶ୍ୱର,୩ା୯(ଅନୁରାଧା ମହାରଣା): ମନସୁନ୍ ଟ୍ରଫ୍ ଲାଇନ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗରେ ବ୍ୟାପିଛି। ସେହିପରି ଆସନ୍ତା ୫ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଏବଂ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ତେବେ ସେପର୍ଯ୍ୟନ୍ତ ରାଜ୍ୟରେ ପାଗ ପ୍ରାୟ ଶୁଖିଲା ରହିବ। ସୋମବାର କାଁଭାଁ କେତେକ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଦିନବେଳା ଅଧିକାଂଶ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହୋଇଥିଲା। ପାରଳାଖେମୁଣ୍ଡିରେ ତାପମାତ୍ରା […] The post ୪ ଯାଏ ରହିବ ଶୁଖିଲା ପାଗ appeared first on Dharitri Odia News.
ଭୁବନେଶ୍ୱର,୩ା୯(ଅନୁରାଧା ମହାରଣା): ମନସୁନ୍ ଟ୍ରଫ୍ ଲାଇନ ବଙ୍ଗୋପସାଗରର ଦକ୍ଷିଣ-ପୂର୍ବ ଦିଗରେ ବ୍ୟାପିଛି। ସେହିପରି ଆସନ୍ତା ୫ ତାରିଖ ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ଏବଂ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ ଦିଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।
ତେବେ ସେପର୍ଯ୍ୟନ୍ତ ରାଜ୍ୟରେ ପାଗ ପ୍ରାୟ ଶୁଖିଲା ରହିବ। ସୋମବାର କାଁଭାଁ କେତେକ ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଦିନବେଳା ଅଧିକାଂଶ ସ୍ଥାନରେ ଗୁଳୁଗୁଳି ଅନୁଭୂତ ହୋଇଥିଲା। ପାରଳାଖେମୁଣ୍ଡିରେ ତାପମାତ୍ରା ସର୍ବାଧିକ ୩୬.୫ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ୪ ତାରିଖ ପର୍ଯ୍ୟନ୍ତ ବଡ଼ ବର୍ଷାର ଆଶଙ୍କା ନ ଥିବାବେଳେ ୫ ତାରିଖରେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ ବର୍ଷା ହୋଇପାରେ।
The post ୪ ଯାଏ ରହିବ ଶୁଖିଲା ପାଗ appeared first on Dharitri Odia News.