୪ରୁ ୩କୁ ଖସିବ GST ସ୍ଲାବ୍, ହଟିପାରେ ୧୨% ହାର, ଜାଣନ୍ତୁ କ’ଣ ମିଳିବ ଲାଭ?

ନୂଆଦିଲ୍ଲୀ ୫।୬:  ଏବେ ଦେଶରେ ସାମଗ୍ରୀ ଓ ସେବା କର (ଜିଏସଟି)ର ୪ ଟି ସ୍ଲାବ ରହିଛି ୫, ୧୨, ୧୮ ଓ ୨୮%। ଜିଏସଟି କାଉନସିଲ ପକ୍ଷରୁ ଆଗାମୀ ବୈଠକରେ ସ୍ଲାବକୁ ଶରଳ କରିବା ପାଇଁ ବଡ଼ ପଦକ୍ଷେପ ନିଆଯାଇପାରେ। ସୂତ୍ର ଅନୁସାରେ କାଉନସିଲ ୪ ସ୍ତରୀୟ ସ୍ଲାବକୁ ତ୍ରିସ୍ତରୀୟ କରି ପାରନ୍ତି। କାଉନସିଲ ପକ୍ଷରୁ ୧୨% ସ୍ଲାବକୁ ହଟାଇବାକୁ ପ୍ରସ୍ତୁତି କରୁଛନ୍ତି। ଶୁଳ୍କ ସରଳିକରଣ ପାଇଁ ଏପରି କରାଯାଇ ପାରେ। ସୂତ୍ର ଅନୁସାରେ ଜିଏସଟି କାଉନସିଲର ପରାମର୍ଶଦାତା ଅଧିକାରୀଙ୍କ ମଧ୍ୟରେ ଏ ନେଇ ପ୍ରାୟତଃ ସହମତି ହୋଇଯାଇଛି। ହିନ୍ଦୁସ୍ତାନ ଟାଇମସ୍ ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଲୋକଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଜିନିଷଗୁଡିକୁ ୫% ସ୍ଲାବରେ ରଖା ଯାଇପାରେ ଓ ବାକି ସାମଗ୍ରୀ ଗୁଡିକୁ ୧୮% ସ୍ଲାବକୁ ସିଫ୍ଟ କରାଯିବ। ଏକ ସୂତ୍ର ଅନୁସାରେ ଏହା ରିଭିନ୍ୟୁକୁ ପ୍ରଭାବିତ ନ କରି ଶୁଳ୍କ ହାରକୁ ଶରଳ କରିବାରେ ଏହା ସବୁଠୁ ଭଲ ଉପାୟ ହୋଇପାରେ। ତେବେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଜିଏସଟି କାଉନସିଲ ନେବେ। ଜିଏସଟି କାଉନସିଲର ଆଗାମୀ ବୈଠକ ଜୁନ ଶେଷ କିମ୍ବା ଜୁଲାଇରେ ହୋଇପାରେ। ଗତ ଜିଏସଟି ବୈଠକ ଡିସେମ୍ବର ୨୦୨୪ରେ ହୋଇଥିଲା। ଏବେ ଦେଶରେ ଜିଏସଟି ସ୍ଲାବ ୫, ୧୨, ୧୮ ଓ ୨୮%ର ରହିଛି। ଏବେ ଆବଶ୍ୟକ ସାମଗ୍ରୀ କମ ଟ୍ୟାକ୍ସ ଓ ବିଳାସିତ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁ ହେଉଛି। ଏଥିରେ ଖୋଲା ଖାଦ୍ୟ ପଦାର୍ଥ, ଲୁଣ, ଦୁଗ୍ଧ, ପନିପରିବ

୪ରୁ ୩କୁ ଖସିବ GST ସ୍ଲାବ୍, ହଟିପାରେ ୧୨% ହାର, ଜାଣନ୍ତୁ କ’ଣ ମିଳିବ ଲାଭ?

ନୂଆଦିଲ୍ଲୀ ୫।୬:  ଏବେ ଦେଶରେ ସାମଗ୍ରୀ ଓ ସେବା କର (ଜିଏସଟି)ର ୪ ଟି ସ୍ଲାବ ରହିଛି ୫, ୧୨, ୧୮ ଓ ୨୮%। ଜିଏସଟି କାଉନସିଲ ପକ୍ଷରୁ ଆଗାମୀ ବୈଠକରେ ସ୍ଲାବକୁ ଶରଳ କରିବା ପାଇଁ ବଡ଼ ପଦକ୍ଷେପ ନିଆଯାଇପାରେ। ସୂତ୍ର ଅନୁସାରେ କାଉନସିଲ ୪ ସ୍ତରୀୟ ସ୍ଲାବକୁ ତ୍ରିସ୍ତରୀୟ କରି ପାରନ୍ତି। କାଉନସିଲ ପକ୍ଷରୁ ୧୨% ସ୍ଲାବକୁ ହଟାଇବାକୁ ପ୍ରସ୍ତୁତି କରୁଛନ୍ତି। ଶୁଳ୍କ ସରଳିକରଣ ପାଇଁ ଏପରି କରାଯାଇ ପାରେ। ସୂତ୍ର ଅନୁସାରେ ଜିଏସଟି କାଉନସିଲର ପରାମର୍ଶଦାତା ଅଧିକାରୀଙ୍କ ମଧ୍ୟରେ ଏ ନେଇ ପ୍ରାୟତଃ ସହମତି ହୋଇଯାଇଛି। 

ହିନ୍ଦୁସ୍ତାନ ଟାଇମସ୍ ରେ ପ୍ରକାଶିତ ରିପୋର୍ଟ ଅନୁସାରେ ଲୋକଙ୍କ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ଜିନିଷଗୁଡିକୁ ୫% ସ୍ଲାବରେ ରଖା ଯାଇପାରେ ଓ ବାକି ସାମଗ୍ରୀ ଗୁଡିକୁ ୧୮% ସ୍ଲାବକୁ ସିଫ୍ଟ କରାଯିବ। ଏକ ସୂତ୍ର ଅନୁସାରେ ଏହା ରିଭିନ୍ୟୁକୁ ପ୍ରଭାବିତ ନ କରି ଶୁଳ୍କ ହାରକୁ ଶରଳ କରିବାରେ ଏହା ସବୁଠୁ ଭଲ ଉପାୟ ହୋଇପାରେ। ତେବେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ଜିଏସଟି କାଉନସିଲ ନେବେ। ଜିଏସଟି କାଉନସିଲର ଆଗାମୀ ବୈଠକ ଜୁନ ଶେଷ କିମ୍ବା ଜୁଲାଇରେ ହୋଇପାରେ। ଗତ ଜିଏସଟି ବୈଠକ ଡିସେମ୍ବର ୨୦୨୪ରେ ହୋଇଥିଲା। 

ଏବେ ଦେଶରେ ଜିଏସଟି ସ୍ଲାବ ୫, ୧୨, ୧୮ ଓ ୨୮%ର ରହିଛି। ଏବେ ଆବଶ୍ୟକ ସାମଗ୍ରୀ କମ ଟ୍ୟାକ୍ସ ଓ ବିଳାସିତ ସାମଗ୍ରୀ ଉପରେ ଅଧିକ ଶୁଳ୍କ ଲାଗୁ ହେଉଛି। ଏଥିରେ ଖୋଲା ଖାଦ୍ୟ ପଦାର୍ଥ, ଲୁଣ, ଦୁଗ୍ଧ, ପନିପରିବା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବା ଉପରେ କୌଣସି ପ୍ରକାରର ଶୁଳ୍କ ଲାଗୁ ହେଉ ନାହିଁ। ତେବେ ବିଶେଷଜ୍ଞଙ୍କ କହିବା କଥା ହେଉଛି ୧୨% ସ୍ଲାବ ହଟିବା ଆବଶ୍ୟକ। ୧୨% ସ୍ଲାବରେ ସାଧାରଣ ଲୋକଙ୍କ ଆବଶ୍ୟକ ସାମଗ୍ରୀ ଓ ଇଣ୍ଡଷ୍ଟ୍ରିଆଲ ସାମଗ୍ରୀ ରହିଛି। ସେଗୁଡିକୁ ୫ ବା ୧୮% ସ୍ଲାବକୁ ନେଇଗଲେ ରାଜସ୍ୱ ଉପରେ ପ୍ରଭାବ ପଡିବ। ଏଣୁ ୧୨ ପ୍ରତିଶତରେ ରହୁଥିବା ସାମଗ୍ରୀ ମସଲା ଓ କିରୋସିନ ଆଦି ଶସ୍ତା ହେବ ବୋଲି ଆଶା କରାଯାଉଛି। ସେହିପରି ୧୨ରୁ ୧୮%କୁ ସିଫ୍ଟ ହେଉଥିବା ସାମଗ୍ରୀ ଯେପରି ଡିଟରଜେଣ୍ଟ ଓ ପ୍ଲାଷ୍ଟିକ ସାମଗ୍ରୀ ମହଙ୍ଗା ହୋଇପାରେ। 

ବିକଶିତ ଦେଶମାନେ ଜିଏସଟିର ଗୋଟିଏ ବା ଦୁଇଟି ସ୍ଲାବ ଲାଗୁ କରୁଛନ୍ତି। ଏଣୁ ଭାରତ ମଧ୍ୟ ସ୍ଲାବକୁ ଛୋଟ କରି ବୈଶ୍ୱିକ ମାନର କରିବାକୁ ଉଦ୍ୟମ କରୁଛି। ଏଥିରେ ବିଶେଷଜ୍ଞଙ୍କ କହିବା କଥା ହେଉଛି ଜିଏସଟି ରେଭିନ୍ୟୁ ଲଗାତାର ବଢୁଥିବାରୁ ହାରକୁ ଶରଳ କରିବା ଆବଶ୍ୟକ ହୋଇପଡିଛି। ୨୦୨୪-୨୫ରେ ମୋଟ ଜିଏସଟି ରେଭିନ୍ୟୁ ୯%ରୁ ବଢି ୨୨, ୦୮,୮୬୧ କୋଟି ଟଙ୍କା ହୋଇଯାଇଛି। ଏହା ୨୦୨୩-୨୪ରେ ୨୦,୧୮,୨୪୯ କୋଟି ଟଙ୍କା ଥିଲା।