୪୮ ଘଣ୍ଟା ଆକ୍ରମଣ ଯୋଜନା ରଖିଥିଲା ପାକିସ୍ତାନ, ଆମେ ୮ ଘଣ୍ଟାରେ ଶେଷ କରିଦେଲୁ: CDS ଅନିଲ୍ ଚୌହାନ
ନୂଆଦିଲ୍ଲୀ: ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଜେନେରାଲ୍ ଅନିଲ୍ ଚୌହାନ ଅପରେସନ ସିନ୍ଦୂର ଉପରେ ବୟାନ ଦେଇ ପହଲଗାମରେ ଯାହା ଘଟିଲା, ତାହା କ୍ରୁରତା ଥିଲା ବୋଲି କହିଛନ୍ତି । ଅପରେସନ ସିନ୍ଦୂର ପଛରେ ମୁଖ୍ୟ ଲକ୍ଷ୍ୟ ହେଉଛି ପାକିସ୍ତାନ ସରକାର ଦ୍ୱାରା ପ୍ରାୟୋଜିତ ଆତଙ୍କବାଦକୁ ରୋକିବା । ଭାରତକୁ ଆତଙ୍କବାଦୀ ଗତିବିଧିର ବନ୍ଧକ କରାନଯିବା ଦରକାର । ଭାରତ ଏବେ ଆତଙ୍କବାଦ ଓ ପରମାଣୁ ବ୍ଲାକମେଲକୁ ଶୁଣିବ ନାହିଁ । ଏହାସହ ସେ ପୁଣି ଦୋହରାଇଛନ୍ତି ଯେ ସାମରିକ ବାହିନୀ ପାଇଁ ଅସଫଳତା ଓ କ୍ଷତି କୌଣସି ପ୍ରଭାବ ପକାଏ ନାହିଁ । ଏଇଠି କ୍ଷତି ଗୁରୁତ୍ୱପୂର୍ଣ୍ଣ ନୁହେଁ, ପରିଣାମ ମହତ୍ୱପୂର୍ଣ୍ଣ । ସିଡିଏସ୍ ଅନିଲ ଚୌହାନ କହିଛନ୍ତି ଯେ ଏହି ସଂଘର୍ଷର ଆରମ୍ଭ ପହଲଗାମ ଆତଙ୍କୀ ଆକ୍ରମଣ ଥିଲା । ଆତଙ୍କବାଦ ଯୁଦ୍ଧର ଏକ ଯୁକ୍ତିଯୁକ୍ତ ପଦ୍ଧତି କି ? ମୁଁ ତାହା ଅନୁଭବ କରେ ନାହିଁ, କାରଣ ଆତଙ୍କବାଦର କୌଣସି ନିର୍ଦ୍ଦିଷ୍ଟ ତର୍କ ନାହିଁ । ଯଦି ଆମ ବିରୋଧୀଙ୍କ କଥା କହିବା ତେବେ ସେମାନେ ଭାରତକୁ ହଜାର ହଜାର କ୍ଷତ ଦେଇ ରକ୍ତ ବୁହାଇବାର ନିଷ୍ପତ୍ତି ନେଇଛନ୍ତି । ୧୯୬୫ରେ ଜୁଲଫିକର୍ ଅଲି ଭୁଟ୍ଟୋ ଜାତିସଂଘ ସୁରକ୍ଷା ପରିଷଦକୁ ସମ୍ୱୋଧିତ କରି ଭାରତ ବିରୋଧରେ ହଜାରେ ବର୍ଷର ଯୁଦ୍ଧ ଘୋଷଣା କରିଥିଲେ ।ସିଡିଏସ୍ ଜେନେରାଲ୍ ଚୌହାନ ଯୁଦ୍ଧର ଭିନ୍ନ ଭିନ୍ନ ପଦ୍ଧତି ଉପରେ କହିଛନ୍ତି ଯେ ଅପରେସନ ସିନ୍ଦୂରରେ ଯୁଦ୍ଧ ଓ ରାଜନୀତି ସମାନ୍ତରଳ ରୂପେ ଚାଲିଥିଲା ।
ନୂଆଦିଲ୍ଲୀ: ଚିଫ୍ ଅଫ୍ ଆର୍ମି ଷ୍ଟାଫ୍ ଜେନେରାଲ୍ ଅନିଲ୍ ଚୌହାନ ଅପରେସନ ସିନ୍ଦୂର ଉପରେ ବୟାନ ଦେଇ ପହଲଗାମରେ ଯାହା ଘଟିଲା, ତାହା କ୍ରୁରତା ଥିଲା ବୋଲି କହିଛନ୍ତି । ଅପରେସନ ସିନ୍ଦୂର ପଛରେ ମୁଖ୍ୟ ଲକ୍ଷ୍ୟ ହେଉଛି ପାକିସ୍ତାନ ସରକାର ଦ୍ୱାରା ପ୍ରାୟୋଜିତ ଆତଙ୍କବାଦକୁ ରୋକିବା । ଭାରତକୁ ଆତଙ୍କବାଦୀ ଗତିବିଧିର ବନ୍ଧକ କରାନଯିବା ଦରକାର । ଭାରତ ଏବେ ଆତଙ୍କବାଦ ଓ ପରମାଣୁ ବ୍ଲାକମେଲକୁ ଶୁଣିବ ନାହିଁ । ଏହାସହ ସେ ପୁଣି ଦୋହରାଇଛନ୍ତି ଯେ ସାମରିକ ବାହିନୀ ପାଇଁ ଅସଫଳତା ଓ କ୍ଷତି କୌଣସି ପ୍ରଭାବ ପକାଏ ନାହିଁ । ଏଇଠି କ୍ଷତି ଗୁରୁତ୍ୱପୂର୍ଣ୍ଣ ନୁହେଁ, ପରିଣାମ ମହତ୍ୱପୂର୍ଣ୍ଣ ।
ସିଡିଏସ୍ ଅନିଲ ଚୌହାନ କହିଛନ୍ତି ଯେ ଏହି ସଂଘର୍ଷର ଆରମ୍ଭ ପହଲଗାମ ଆତଙ୍କୀ ଆକ୍ରମଣ ଥିଲା । ଆତଙ୍କବାଦ ଯୁଦ୍ଧର ଏକ ଯୁକ୍ତିଯୁକ୍ତ ପଦ୍ଧତି କି ? ମୁଁ ତାହା ଅନୁଭବ କରେ ନାହିଁ, କାରଣ ଆତଙ୍କବାଦର କୌଣସି ନିର୍ଦ୍ଦିଷ୍ଟ ତର୍କ ନାହିଁ । ଯଦି ଆମ ବିରୋଧୀଙ୍କ କଥା କହିବା ତେବେ ସେମାନେ ଭାରତକୁ ହଜାର ହଜାର କ୍ଷତ ଦେଇ ରକ୍ତ ବୁହାଇବାର ନିଷ୍ପତ୍ତି ନେଇଛନ୍ତି । ୧୯୬୫ରେ ଜୁଲଫିକର୍ ଅଲି ଭୁଟ୍ଟୋ ଜାତିସଂଘ ସୁରକ୍ଷା ପରିଷଦକୁ ସମ୍ୱୋଧିତ କରି ଭାରତ ବିରୋଧରେ ହଜାରେ ବର୍ଷର ଯୁଦ୍ଧ ଘୋଷଣା କରିଥିଲେ ।
ସିଡିଏସ୍ ଜେନେରାଲ୍ ଚୌହାନ ଯୁଦ୍ଧର ଭିନ୍ନ ଭିନ୍ନ ପଦ୍ଧତି ଉପରେ କହିଛନ୍ତି ଯେ ଅପରେସନ ସିନ୍ଦୂରରେ ଯୁଦ୍ଧ ଓ ରାଜନୀତି ସମାନ୍ତରଳ ରୂପେ ଚାଲିଥିଲା । ପହଲଗାମରେ ଯାହା କିଛି ଘଟିଲା, ତାର କିଛି ଦିନ ପୂର୍ବରୁ ପାକିସ୍ତାନ ସେନା ମୁଖ୍ୟ ମୁନୀର ଭାରତ ଓ ହିନ୍ଦୁଙ୍କ ବିରୋଧରେ ବିଷ ଉଗାରିଥିଲେ । ଆମେ ଏହାକୁ ବଢାଇ ଆତଙ୍କକୁ ପାଣି ସହ ଯୋଡ଼ିଲୁ, ଆତଙ୍କ ବିରୋଧରେ ସୈନ୍ୟ ଅଭିଯାନର ନୂଆ ରେଖା ଟାଣିଲୁ ।
ସିଡିଏସ୍ କହିଛନ୍ତି ଯେ ମେ ୧୦ ରାତି ପ୍ରାୟ ୧ଟା ବେଳେ ସେମାନଙ୍କ(ପାକିସ୍ତାନ) ଲକ୍ଷ୍ୟ ୪୮ ଘଣ୍ଟା ଭିତରେ ଭାରତକୁ ବଡ଼ କ୍ଷତି ପହଞ୍ଚାଇବାର ଥିଲା । ଅନେକ ଆକ୍ରମଣ କଲେ ଓ ଏହି ସଂଘର୍ଷକୁ ସେମାନେ ହିଁ ବଢାଇଲେ । ଆମେ କେବଳ ଆତଙ୍କବାଦୀ ଠିକଣାକୁ ଟାର୍ଗେଟ୍ କରିଥିଲୁ । ସେମାନେ ୪୮ ଘଣ୍ଟା ଯାଏ ଆକ୍ରମଣ ଯୋଜନା ରଖିଥିଲେ, କିନ୍ତୁ ଆମେ ୮ ଘଣ୍ଟାରେ ଖେଳ ଶେଷ କରିଦେଲୁ । ପରେ ସେମାନେ ଫୋନ୍ କଲେ ଆଉ କଥା ହେବା ପାଇଁ କହିଲେ ।
ଅପରେସନ ସିନ୍ଦୂର ବେଳେ କ୍ଷତି ଉପରେ ପ୍ରଶ୍ନର ଜବାବରେ ସିଡିଏସ୍ କହିଛନ୍ତି, 'ଯେବେ ଆମର କ୍ଷତି ବାବାଦରେ ମୋତେ ପ୍ରଶ୍ନ କରାଗଲା, ସେତେବେଳେ ମୁଁ କହିଥିଲି ଯେ ଏହା ମହତ୍ୱପୂର୍ଣ୍ଣ ନୁହେଁ । ପରିଣାମ ଓ ଆପଣଙ୍କ କିପରି କାର୍ଯ୍ୟ କରୁଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ । କ୍ଷତି ବିଷୟରେ କଥା ହେବା ଠିକ୍ ହେବ ନାହିଁ । ମନେ କରନ୍ତୁ ଯଦି ଆପଣ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଜିତନ୍ତି, ତେବେ କିପରି ଜିତିଲ, କେତେ ୱିକେଟ୍, କେତେ ବଲ୍ ଓ କେତେ ଖେଳାଳି ଏହି ସବୁ ପ୍ରଶ୍ନ ଉଠେ ନାହିଁ । ବୈଷୟିକ ମାନଦଣ୍ଡ ଆଧାରରେ ଆମେ ଏକ ଡାଟା ପ୍ରସ୍ତୁତ କରିବୁ ଓ ଆପଣଙ୍କ ସହ ସେୟାର କରିବୁ । କେତେ ବିମାନ ଓ କେତେ ରାଡାର ନଷ୍ଟ କରିଛୁ ଆମେ ଜଣାଇବୁ । ଏକ ଆକଳନ କରି ଖୁବଶୀଘ୍ର ଏହା ଉପରେ ଆମେ ସବୁ ସୂଚନା ଦେବୁ ।'