୫ ରୋଗୀଙ୍କ ଜୀବନ ନେଲା ଭୁଲ୍ ଇଞ୍ଜେକ୍ସନ, ମେଡିକାଲରେ ଉତ୍ତେଜନା
କୋରାପୁଟ : ଭୁଲ ଇଞ୍ଜେକ୍ସନ ଯୋଗୁଁ ୫ ଜଣଙ୍କ ମୃତ୍ୟୁ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ... The post ୫ ରୋଗୀଙ୍କ ଜୀବନ ନେଲା ଭୁଲ୍ ଇଞ୍ଜେକ୍ସନ, ମେଡିକାଲରେ ଉତ୍ତେଜନା appeared first on .
କୋରାପୁଟ : ଭୁଲ ଇଞ୍ଜେକ୍ସନ ଯୋଗୁଁ ୫ ଜଣଙ୍କ ମୃତ୍ୟୁ। କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ପାଞ୍ଚ ରୋଗୀଙ୍କ ମୃତ୍ୟୁ ହୋଇଛି। ଆଇସିୟୁ ସର୍ଜରୀରେ ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ, ୱାର୍ଡରେ ଥିବା ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି। ନର୍ସଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଆଇସିୟୁ ସର୍ଜରୀରେ ଥିବା ୩ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ଆଇସିୟୁ ସର୍ଜରୀରେ ମୃତ୍ୟୁବରଣ କରିଥିବା ରୋଗୀ ହେଲେ ଭଗବାନ ପରଜା, ଶୁକ୍ରା ମାଝି ଓ ରୁକୁଣି ପେଣ୍ଟିଆ। ସେହିପରି ୱାର୍ଡରେ ମୃତ୍ୟୁବରଣ କରିଥିବା ରୋଗୀ ହେଲେ ବତି ଖରା ଓ ଫୁଲମତି ମାଝି। ଓ୍ବାର୍ଡରେ ୨ ମହିଳାଙ୍କର କେଉଁ କାରଣରୁ ମୃତ୍ୟୁ ହେଲା ତାହା ଜଣାପଡିନାହିଁ। ଆଇସିୟୁ ସର୍ଜରୀରେ ପ୍ରାଣ ହରାଇଥିବା ୩ ରୋଗୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ କରାଯିବ। ଆଜି ବ୍ୟବଚ୍ଛେଦ କରାଯିବା ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ। ଅନ୍ୟ ପକ୍ଷରେ ମେଡିକାଲ କଲେଜରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନ ହୁଏ, ତାହାକୁ ନଜରରେ ରଖି ପୋଲିସ ମୁତୟନ ହୋଇଛନ୍ତି।
The post ୫ ରୋଗୀଙ୍କ ଜୀବନ ନେଲା ଭୁଲ୍ ଇଞ୍ଜେକ୍ସନ, ମେଡିକାଲରେ ଉତ୍ତେଜନା appeared first on .