୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

କଟକ,୩ା୪(କାର୍ତ୍ତିକ ସାହୁ):ସମ୍ବଲପୁର ବିଶ୍ୱବିଦ୍ୟାଳୟର ତ୍ରୁଟି ପାଇଁ ଜଣେ ଛାତ୍ରଙ୍କ ବୃତ୍ତିଗତ ଜୀବନ ୧୦ ବର୍ଷ ନଷ୍ଟ ହୋଇଛି। ଏନେଇ ହାଇକୋର୍ଟରେ ରୁଜୁ ମାମଲାର ବିଚାର କରି ବିଚାରପତି ଏସ୍‌. କେ. ପାଣିଗ୍ରାହୀ ସମ୍ପୃକ୍ତ ଛାତ୍ରଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି। ହାଇକୋର୍ଟ ସମ୍ପୂର୍ଣ୍ଣ ପରିସ୍ଥିତି ଓ ଆବେଦନର ସତ୍ୟତାକୁ ବିଚାର କରି କହିଛନ୍ତି ଯେ, ଆବେଦନକାରୀ ବହୁ ପରିଶ୍ରମ କରିଥିବାବେଳେ ତାଙ୍କର ନଷ୍ଟ ହୋଇଥିବା ୧୦ […] The post ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ସମ୍ବଲପୁର ବିଶ୍ୱବିଦ୍ୟାଳୟ appeared first on Dharitri Odia News.

୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ସମ୍ବଲପୁର ବିଶ୍ୱବିଦ୍ୟାଳୟ

କଟକ,୩ା୪(କାର୍ତ୍ତିକ ସାହୁ):ସମ୍ବଲପୁର ବିଶ୍ୱବିଦ୍ୟାଳୟର ତ୍ରୁଟି ପାଇଁ ଜଣେ ଛାତ୍ରଙ୍କ ବୃତ୍ତିଗତ ଜୀବନ ୧୦ ବର୍ଷ ନଷ୍ଟ ହୋଇଛି। ଏନେଇ ହାଇକୋର୍ଟରେ ରୁଜୁ ମାମଲାର ବିଚାର କରି ବିଚାରପତି ଏସ୍‌. କେ. ପାଣିଗ୍ରାହୀ ସମ୍ପୃକ୍ତ ଛାତ୍ରଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ ନିମନ୍ତେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆଦେଶ ଦେଇଛନ୍ତି। ହାଇକୋର୍ଟ ସମ୍ପୂର୍ଣ୍ଣ ପରିସ୍ଥିତି ଓ ଆବେଦନର ସତ୍ୟତାକୁ ବିଚାର କରି କହିଛନ୍ତି ଯେ, ଆବେଦନକାରୀ ବହୁ ପରିଶ୍ରମ କରିଥିବାବେଳେ ତାଙ୍କର ନଷ୍ଟ ହୋଇଥିବା ୧୦ ବର୍ଷର ବୃତ୍ତିଗତ ଜୀବନ ଅନ୍ୟ କୌଣସି ଉପାୟରେ ଭରଣା ହୋଇପାରିବ ନାହିଁ। ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମ୍ପୃକ୍ତ ଆବେଦନକାରୀଙ୍କୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ହାଇକୋର୍ଟ ଆଦେଶ ନକଲ ପାଇବାର ୩ ମାସ ମଧ୍ୟରେ ପ୍ରଦାନ କରିବାକୁ ଆଦେଶରେ ଉଲ୍ଲେଖ ରହିଛି।
ବିବରଣୀ ଅନୁଯାୟୀ, ୧୯୯୯ ମସିହାରେ ବିଭୂତି ଭୂଷଣ ବାରିକ ଯୁକ୍ତ୩ ବାଣିଜ୍ୟ ପ୍ରାଇଭେଟ୍‌ ଛାତ୍ର ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅଧୀନରେ ପରୀକ୍ଷା ଦେଇଥିଲେ। ସେ ବରଗଡ଼ର ପଞ୍ଚାୟତ କଲେଜ ଜରିଆରେ ପରୀକ୍ଷା ଦେଇଥିଲେ। ଛାତ୍ର ଜଣକ ପରୀକ୍ଷା କେନ୍ଦ୍ରରେ ଉପସ୍ଥିତ ଥାଇ ପରୀକ୍ଷାଖାତାରେ ଉତ୍ତର ଲେଖିଥିଲେ ବି ଏକାଧିକ ବାର ତାଙ୍କୁ ପରୀକ୍ଷାରେ ଅନୁପସ୍ଥିତ ଦର୍ଶାଯାଇଥିଲା। ଫଳରେ କେତେବେଳେ ଏଗ୍ରିଗେଟ୍‌ ବା ପାସ୍‌ମାର୍କ ଅଭାବରୁ ସେ ପରୀକ୍ଷାରେ ଫେଲ ହୋଇଥିଲେ। ତେବେ ଆବେଦନକାରୀ ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ବହୁବାର ଅବଗତ କରାଇଥିଲେ ମଧ୍ୟ ତାଙ୍କର ଉଚିତ ପରୀକ୍ଷାଫଳ ପ୍ରକାଶ କରିବାରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ସେତିକି ଯତ୍ନ ନିଆଯାଇ ନ ଥିଲା। ଫଳରେ ସେ ବିଭିନ୍ନ ପ୍ରକାର ନିର୍ଯାତିତ ହେବା ସହ ଚାକିରି ପାଇବାକୁ ସକ୍ଷମ ହୋଇପାରିନାହାନ୍ତି। କୌଣସି ଆୟ କରି ନ ପାରି ବହୁ ଭାବରେ ସେ କ୍ଷତିଗ୍ରସ୍ତ ହୋଇଛନ୍ତି। ବିଶ୍ୱବିଦ୍ୟାଳୟର ଦାୟିତ୍ୱହୀନତା ହେତୁ ସେ ନିଜ କ୍ୟାରିୟରର ୯ ବର୍ଷ ନଷ୍ଟ କରିଛନ୍ତି। ତେଣୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ କ୍ଷତିପୂରଣ ଦେବାକୁ ପ୍ରାର୍ଥନା କରି ସେ ହାଇକୋର୍ଟରେ ମାମଲା ରୁଜୁ କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ତନ୍ମୟ ମିଶ୍ର ଏବଂ ଏସ୍‌. ସୌରଭ ମାମଲା ପରିଚାଳନା କରୁଥିଲେ।

The post ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବ ସମ୍ବଲପୁର ବିଶ୍ୱବିଦ୍ୟାଳୟ appeared first on Dharitri Odia News.