୫ରେ କେବଳ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୪ା୧୨:ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇ ନ ଥିବାବେଳେ ଗୁରୁବାର ଶପଥଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨,୦୦୦ ଭିଭିଆଇପି ଯୋଗଦେବେ। ୫ ତାରିଖରେ କେବଳ ମୁଖ୍ୟମନ୍ତ୍ରୀ ଏବଂ ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡ଼ିଛି। ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଥିବାବେଳେ ଏକନାଥ ଶିନ୍ଦେ ଏବଂ ଅଜିତ ପାଓ୍ବାର ତାଙ୍କ ଡେପୁଟି ରହିବେ। ୧୧ ଦିନର […] The post ୫ରେ କେବଳ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ appeared first on Dharitri Odia News.

୫ରେ କେବଳ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ

ମୁମ୍ବାଇ,୪ା୧୨:ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ, ତାହା ଏପର୍ଯ୍ୟନ୍ତ ଘୋଷଣା ହୋଇ ନ ଥିବାବେଳେ ଗୁରୁବାର ଶପଥଗ୍ରହଣ ଉତ୍ସବ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି। ଶପଥ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୨,୦୦୦ ଭିଭିଆଇପି ଯୋଗଦେବେ। ୫ ତାରିଖରେ କେବଳ ମୁଖ୍ୟମନ୍ତ୍ରୀ ଏବଂ ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ଜଣାପଡ଼ିଛି। ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ଥିବାବେଳେ ଏକନାଥ ଶିନ୍ଦେ ଏବଂ ଅଜିତ ପାଓ୍ବାର ତାଙ୍କ ଡେପୁଟି ରହିବେ। ୧୧ ଦିନର ଟଣାଓଟରା ପରେ ଶିନ୍ଦେ ଉପମୁଖ୍ୟମନ୍ତ୍ରୀ ହେବାକୁ ରାଜି ହୋଇଥିବା ଜଣାପଡ଼ିଛି। ଶପଥଗ୍ରହଣ ପରେ ମେଣ୍ଟ ସହଯୋଗୀ ଭାଜପା, ଶିବସେନା ଏବଂ ଏନ୍‌ସିପି ମଧ୍ୟରେ ବୈଠକ ବସି କେଉଁ ଦଳରୁ କିଏ ମନ୍ତ୍ରୀ ହେବେ ଓ କ’ଣ ବିଭାଗ ପାଇବେ ତାହା ସ୍ଥିର ହେବ ବୋଲି ଆଶା କରାଯାଉଛି।

ଭାଜପା ବିଧାୟକ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ବସିବାକୁ ଥିବାବେଳେ ଏହା ପୂର୍ବରୁ ମଙ୍ଗଳବାର ରାତିରେ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କୁ ତାଙ୍କ ମୁମ୍ବାଇ ବାସଭବନରେ ଭେଟିଛନ୍ତି। ସରକାର ଗଠନ ନେଇ ଗତ ସପ୍ତାହରେ ଦିଲ୍ଲୀରେ ଆଲୋଚନା ପରେ ଫଡ୍‌ନବିସ୍‌ ଏବଂ ଶିନ୍ଦେଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ମୁହଁାମୁହିଁ ସାକ୍ଷାତ୍‌। ଘଣ୍ଟାଏ ଧରି ବୈଠକ ବସିଥିବାବେଳେ କ’ଣ ଆଲୋଚନା ହୋଇଛି, ଜଣାପଡ଼ି ନାହିଁ। କିଏ ମୁଖ୍ୟମନ୍ତ୍ରୀ ହେବେ, ତାହା ବୁଧବାର ସକାଳେ ବସିବାକୁ ଥିବା ଭାଜପା ବିଧାୟକ ଦଳ ବୈଠକରୁ ସ୍ପଷ୍ଟ ହେବ। ଏହି ବୈଠକ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏବଂ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କୁ ଭାଜପା କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି।

The post ୫ରେ କେବଳ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ ଶପଥ ନେବେ appeared first on Dharitri Odia News.