୭ ମାସର ଶିଶୁକନ୍ୟାକୁ କଚାଡି ମାରିଦେଲେ ପିଶାଚ ବାପା: ଅଭିଯୁକ୍ତଙ୍କୁ ଛେଚିଲେ ଗ୍ରାମବାସୀ
ପରଜଙ୍ଗ,୩।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ବିଭତ୍ସ ହତ୍ୟା। ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା। ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ ଚାତର। ତେବେ ଘଟଣାସ୍ଥଳରେ ଅଭିଯୁକ୍ତ ସଞ୍ଜୟକୁ ବହେ ଛେଚିଛନ୍ତି ସ୍ଥାନୀୟ ବାସିନ୍ଦା। ସଞ୍ଜୟକୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସଞ୍ଜୟଙ୍କ ଘର […] The post ୭ ମାସର ଶିଶୁକନ୍ୟାକୁ କଚାଡି ମାରିଦେଲେ ପିଶାଚ ବାପା: ଅଭିଯୁକ୍ତଙ୍କୁ ଛେଚିଲେ ଗ୍ରାମବାସୀ appeared first on Dharitri Odia News.
ପରଜଙ୍ଗ,୩।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ୪ନଂ କଲୋନୀ ଅନ୍ତର୍ଗତ ନୋଟାରୀପଶିରେ ବିଭତ୍ସ ହତ୍ୟା। ୭ ମାସର ଶିଶୁ କନ୍ୟାକୁ କଚାଡି ମାରିଲା ପିଶାଚ ବାପା। ପାରିବାରିକ କଳହରୁ ଶିଶୁ କନ୍ୟାକୁ ହତ୍ୟା କରିଛି ଅଭିଯୁକ୍ତ ବାପା ସଞ୍ଜୟ ଚାତର। ତେବେ ଘଟଣାସ୍ଥଳରେ ଅଭିଯୁକ୍ତ ସଞ୍ଜୟକୁ ବହେ ଛେଚିଛନ୍ତି ସ୍ଥାନୀୟ ବାସିନ୍ଦା। ସଞ୍ଜୟକୁ ଗୁରୁତର ଅବସ୍ଥାରେ ପ୍ରଥମେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ସଞ୍ଜୟଙ୍କ ଘର ମୟୁରଭଞ୍ଜ ଜିଲାରେ ହୋଇଥିବା ସୂଚନା ମିଳିଛି।
ଯାଜପୁର ଡ଼ୁବୁରୀରେ ଲେବର କାମ କରୁଥିବାବେଳେ ରଙ୍ଗ ନମ୍ବରରୁ କଣ୍ଟାପାଳ ୪ ନଂ କଲୋନୀର ଜନନୀ ମୁଣ୍ଡା ସହ ପ୍ରେମ ବିବାହ କରିଥିଲେ। ସଞ୍ଜୟ ଦୁଇ ବର୍ଷ ହେବ ଶ୍ୱଶୁର ଘର ନୋଟାରୀପଶିରେ ରହି ଟ୍ରାକ୍ଟର ଗାଡିରେ ଲେବର କାମ କରୁଥିଲେ। ବାହାଘର ପର ଠାରୁ ଜନନୀଙ୍କୁ ସଞ୍ଜୟ ମାଡ ମାରିବା ସହ ନିର୍ଯାତନା ଦେଇ ଆସୁଥିଲେ। ଗତ କାଲି ଚାଉଳ କିଣିବା ପାଇଁ ବଜାରକୁ ଯାଇ ସେଠାରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାକୁ ନେଇ ପ୍ରେମ ସମ୍ପର୍କର ସନ୍ତକକୁ ସବୁ ଦିନ ପାଇଁ ରାସ୍ତାରୁ ହଟେଇ ଦେବି ବୋଲି କହି ଶିଶୁକୁ କଚାଡି ମାରିଥିଲା ପିଶାଚ ବାପା। ଏ ନେଇ ଖବର ପାଇ କଙ୍କଡ଼ାହାଡ଼ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
The post ୭ ମାସର ଶିଶୁକନ୍ୟାକୁ କଚାଡି ମାରିଦେଲେ ପିଶାଚ ବାପା: ଅଭିଯୁକ୍ତଙ୍କୁ ଛେଚିଲେ ଗ୍ରାମବାସୀ appeared first on Dharitri Odia News.